ଟାଟାର ହାତ ଛାଡିପାରେ ଏୟାର ଏସିଆ

ନୂଆଦିଲ୍ଲୀ,୨୨।୬: ବଜେଟରେ ବିମାନ ସେବା ଯୋଗାଣ କରୁଥିବା ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ବରହାଦ ଲାଗି ଭାରତ ଏବଂ ଜାପାନ ଏକ ବାହ୍ୟ ଅଞ୍ଚଳ ବଜାର। କମ୍ପାନୀ ବର୍ତ୍ତମାନ ଟାଟା ଗ୍ରୁପ ସହ ମିଳିତ ହୋଇ ସେବା ଯୋଗାଣ କରୁଥିବା ବେଳେ ଏହି ସହଭାଗିତାରୁ ଓହରିପାରେ ବୋଲି କ୍ରେଡିଟ ସୁଇସ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଟୋନି ଫର୍ଣ୍ଣାଡିଜଙ୍କ ମତକୁ ପ୍ରକାଶ କରାଯାଇଥିବା ଜଣାପଡିଛି। ଶନିବାର ଆସିଥିବା କ୍ରେଡିଟ ସୁଇସ ରିପୋର୍ଟରେ କୁହାଯାଇଛି ଯେ, ଆସିଆନ ଅଞ୍ଚଳ କମ୍ପାନୀ ପାଇଁ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ବର୍ତ୍ତମାନ ଅଭିବୃଦ୍ଧି ଧାରା ଜାରି ରହିଥିବାରୁ ଭାରତ ବାହାରକୁ କାରବାର ସମ୍ପ୍ରସାରଣ କେବେ ନ କରାଯିବ ବୋଲି କହି ହେବ ନାହିଁ। ଟାଟା ସହ ଭଲ ସହଭାଗିତା ରହିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ଲାଇସେନ୍ସ ପାଇବା ଲାଗି ଏୟାର ଏସିଆ ଲକ୍ଷ୍ୟ ରଖିଛି।ଭାରତରେ ବିମାନ ସେବା ଲାଗି ସରକାର ମେ ମାସ ୨୫ରୁ ଅନୁମତି ଦେଇଥିବାରୁ ବଜାର ଅଂଶ ବଢାଇବା ଦିଗରେ ସହାୟକ ହେଉଥିବା ସେ ମତ ପ୍ରକାଶ କରିଛନ୍ତି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘମିଆଦୀ ଭିତ୍ତିରେ ଏହା କୌଣସି ନୂଆ ବିମାନ ଯୋଡିବା ଯୋଜନା ରଖି ନାହିଁ। ଅଶୋଧିତ ତେଲ ଦର ନିମ୍ନରେ ରହିବା ନେଇ କମ୍ପାନୀ ଅନୁମାନ ଲଗାଇଛି। ମାତ୍ର ଏହାର ଲାଭ ବର୍ତ୍ତମାନ ପରିସ୍ଥିତିରେ ବିଶେଷ ଭାବେ ମିଳି ପାରୁନାହିଁ। ଏଣୁ ନୂଆ ପ୍ଲେନ ଯୋଡିବା ପରିବର୍ତ୍ତେ ପୁରୁଣା ପ୍ଲେନରେ କମ୍ପାନୀ କାମ ଚଳାଇପାରେ। ଏହି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ଲୋଡା ଯାଇଥିବା ବେଳେ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସେହିଭଳି ଟାଟାସନ୍ସର ମୁଖପାତ୍ର ଏହି ପ୍ରସଙ୍ଗ ଉପରେ କିଛି କହିବାକୁ ମନା କରିଦେଇଛନ୍ତି। ଏୟାର ଏସିଆ ଇଣ୍ଡିଆ ଏକ ଯୌଥ ଉଦ୍ୟୋଗ ହୋଇଥିବା ବେଳେ ଟାଟାସନ୍ସ ଏବଂ ଏୟାର ଏସିଆ ବରହାଦ ଏକତ୍ର ହୋଇ କାମ କରୁଛନ୍ତି। ମେ ୨୫ ପରେ ବିମାନ ସେବାକୁ ସରକାର ପୁଣି ଥରେ ଅନୁମତି ପ୍ରଦାନ କରିବା ପରେ ଏହି କମ୍ପାନୀ ୪୬% ଲୋଡ୍‌ ଫ୍ୟାକ୍ଟର ସହ କାମ କରୁଛି। ୨ ମାସ ଧରି ସେବା ବନ୍ଦ ରହିବା ପରେ କମ୍ପାନୀ ପୁଣି ଥରେ ସେବା ଯୋଗାଉଛି। ବର୍ତ୍ତମାନ ସୁଦ୍ଧା ୨୨ ହଜାର ବିମାନ ଯାତ୍ରୀଙ୍କୁ ଏହା ସେବା ଯୋଗାଇ ଦେଉଛି। ବର୍ତ୍ତମାନ ବଜାରର ପ୍ରମୁଖ ସ୍ଥାନରେ ରହିଥିବା ଇଣ୍ଡିଗୋ ୫୦.୬% ବଜାର ଅଂଶ ହାସଲ କରିଛି। ଏହି ସମୟରେ ଏହା ୫୨.୬% କ୍ଷମତା ସହ ପରିଚାଳିତ ହେଉଛି। କମ୍ପାନୀ ମୋଟ ୧.୪୨ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri