ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍‌

ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ ପେଁକାଳି ବଜେଇଦେ’ ନାଟକର ସଂଳାପ। ନାତୁଣୀ ମିତାକୁ ନେଇ ତା’ ସ୍ବାମୀ ଶେଖର ଘର ଛାଡ଼ି ଚାଲିଯିବାକୁ ବସିଛି। ମିତାକୁ ଛାଡ଼ି ନାତି ଚିନ୍ମୟ ଘଡ଼ିଏ ରହିପାରିବନି। ରାଜା ସାହେବ ବିକ୍ରମ କେଶରୀ ଜଗଦ୍ଦେବ, ଯାହାଙ୍କର ମଥା କେବେ ନତ ହୁଏନା। ସେ ନାତିର ସୁଖ ପାଇଁ ନିଜ ମୁଣ୍ଡକୁ ତଳକୁ ନୁଅଁାଇ ଦେଇ ନାତୁଣୀଜ୍ୱାଇଁ ଶେଖର ନିକଟରେ ଭୁଲ୍‌ ମାଗୁଛନ୍ତି ଆଉ କହୁଛନ୍ତି : ”ଶେଖର! ମୁଁ ରାଜା ବିକ୍ରମ କେ ଶରୀ ଜଗଦ୍ଦେବ। ଏ ବଂଶର କେହି କେବେ କାହା ପାଖରେ ମୁଣ୍ଡ ନୁଅଁାଇ କଥା କୁହେନା। କାହିଁକିନା ଏ ମୁଣ୍ଡ ହେଉଛି ଏକ ରାଜାର ମୁଣ୍ଡ। କିନ୍ତୁ ଆଜି ଏ ରାଜାର ମୁଣ୍ଡଟାକୁ ନୁଅଁାଇ ଦେଇ ମୁଁ ତମକୁ ଭୁଲ୍‌ ମାଗୁଛି ଶେଖର। ମୋ ନାତୁଣୀକୁ ନେଇ ତମେ ଚାଲିଯାଅନା।“ ରାଜା ବିକ୍ରମ କେଶରୀଙ୍କ ଏହି ସଂଳାପ ସମସ୍ତଙ୍କୁ କିଛି ସମୟ ପାଇଁ ବିବାକ୍‌ ବିସ୍ମୟ କରିଦଉଛି। ଅନନ୍ତ ଓଝାଙ୍କ ପେଁକାଳି ନାଟକରେ ଜେଜେ ଭୂମିକାରେ ଅଭିନୟ କରିଥିବା କଳାକାର ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତା ବୈକୁଣ୍ଠ ବାରେକ୍‌। ତାଙ୍କ ଗମ୍ଭୀର ଗଳାର ସଂଳାପ ମଧ୍ୟ ‘ମୋ ପେଁକାଳି ବଜେଇଦେ’ ନାଟକର ସଫଳତା ପାଇଁ ବହୁଳାଂଶରେ ଦାବିଦାର ଥିଲା। ବୈକୁଣ୍ଠଙ୍କ ଘର କଟକ ଜିଲାର ଦାମୋଦରପୁର। ୧୯୭୭ ମସିହାରେ ସେ ଯାତ୍ରାକୁ ଆସିଲେ। ବାସ୍ତବରେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ବେଶ୍‌ ମଜାଦାର। ନା ସେ ଆଗରୁ ଅଭିନୟ କରିଥିଲେ ନା ତାଙ୍କର ଯାତ୍ରାକୁ ଆସିବାର ନିଶା ଥିଲା। ତାଙ୍କ ଗଁାରେ ହରପାର୍ବତୀ ଗଣନାଟ୍ୟ ଯାତ୍ରା କରୁଥାଏ। ପାର୍ଟିର ଆର୍ଥତ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ, ପାର୍ଟି ଭାଙ୍ଗିପଡ଼ିବା ସ୍ତରକୁ ଚାଲିଆସିଲା। ମାତ୍ର ବୈକୁଣ୍ଠବାବୁ ନିଜେ ଅର୍ଥ ନିବେଶ କରି ସେହି ପାର୍ଟିକୁ ବଞ୍ଚାଇଲେ ଆଉ ସେହି ପାର୍ଟିର ମାଲିକ ହୋଇଗଲେ। ସେଇଠି ମଧ୍ୟ ସେ ଅଭିନୟ କଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ଇତିମଧ୍ୟରେ ନାଟ୍ୟରୂପା, ପଲ୍ଲିଶ୍ରୀ କଳାନିକେତନ, ଶିବାନୀ, ତୁଳସୀ, ତ୍ରିରଙ୍ଗା, କଳିଙ୍ଗ, ତାରିଣୀ, ପାର୍ବତୀ, ଧଉଳି ଆଦିରେ ଅଭିନୟ କରି ସମ୍ପ୍ରତି ଆସି ପହଞ୍ଚତ୍ଛନ୍ତି ଯାତ୍ରା ମାୟା ନଗରୀରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଦିନ ଯାଏ ଚିହ୍ନ ରହେ, ମଇଳା କାଗଜ, ନାମ ଭୂମିକାରେ, ମୋ ପେଁକାଳି ବଜେଇଦେ, ବଉଳଲୋ ମୋର ବର ଆସୁଛି, ବାଜେ ଝିଅକୁ ବାହାହେବି, କାନିରେ ପଡ଼ିଲା ଗଣ୍ଠି, ବାଃ ବାଃରେ ଆମେରିକା, ନିଜେ ପୋଛିଦେଲି ନିଜ ସିନ୍ଦୂର, କନିଆ ଯାଉଛି କାଞ୍ଚନପୁର, ଓଢ଼ଣି ଖୋଲିବୁ ଧୀରେ ଧୀରେ, ରାତିର ରାଣୀ, ତ୍ରାହି ଲକ୍ଷ୍ମଣ, ବାଇଜୀ କୋଠି, କଳିଯୁଗର ରାମାୟଣ, କାହାରିକୁ ଆମେ ଡରିବୁ ନାହିଁ ଏବଂ ଆହୁରି ଅନେକ। ଯାତ୍ରା ମାୟାନଗରୀରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘କଥାଦିଅ ମତେ କରିବନି ପର, ନିଜ ନିଜର ରାମାୟଣ ଏବଂ ଦେଲେ ଧରା କଥା ସରେ।’


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri