ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ୮୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୧ ମିଟରରୁ ଅଧିକ ହେବ ବୃଦ୍ଧି, ବୁଡ଼ିଯିବ ବହୁ ଉପକୂଳ ଅଞ୍ଚଳ

ଓ୍ବାଶିଂଟନ,୧୧।୫: ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବା ସହିତ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ଆସନ୍ତା ୮୦ ବର୍ଷ ମଧ୍ୟରେ ୨୧୦୦ ବେଳକୁ ବାୟୁମଣ୍ଡଳର ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍‌ ବଢ଼ିବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ ମେରୁ ଅଞ୍ଚଳରେ ଥିବା ହିମଖଣ୍ଡ ତରଳିବା ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଫଳରେ ସମୁଦ୍ରର ଜଳସ୍ତର ୧.୩ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସମୁଦ୍ରର ଜଳସ୍ତର ବଢ଼ିଲେ ବହୁ ଉପକୂଳ ଅଞ୍ଚଳ ସମୁଦ୍ରରେ ବୁଡ଼ିଯିବ। ଉପକୂଳ ଅଞ୍ଚଳ ସଙ୍କୁଚିତ ହେବାରୁ ୭୭ କୋଟିରୁ ଅଧିକ ଲୋକ ନିଜର ବାସସ୍ଥାନ ହରାଇବେ ବୋଲି ପରିବେଶ ବିଜ୍ଞାନୀ ସତର୍କ ସୂଚନା ଦେଇଛନ୍ତି। ଏନେଇ କ୍ଲାଇମେଟ୍‌ ଆଟମସ୍‌ପିୟରିକ୍‌ ସାଇନ୍ସ୍‌ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ଧାରା ଜାରି ରହିଲେ ୨୩୦୦ ସୁଦ୍ଧା ସମୁଦ୍ର ଜଳସ୍ତର ୫.୬ ମିଟର ପର୍ଯ୍ୟନ୍ତ ବଢ଼ିଯିବ ବୋଲି ୧୦୦ରୁ ଅଧିକ ପରିବେଶ ବୈଜ୍ଞାନୀ ମତପୋଷଣ କରିଛନ୍ତି। ୨୧୦୦ ମଧ୍ୟରେ ସମୁଦ୍ର ଜଳସ୍ତର ୦.୬ରୁ ୧.୩ ମିଟର ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ସେହିପରି ପରବର୍ତ୍ତୀ ୨୦୦ବର୍ଷ ମଧ୍ୟରେ ଏହା ୧.୭ରୁ ୫.୬ ମିଟର ବଢ଼ିବ ବୋଲି ଅନୁମାନ କରାଯାଉଛି। ୧୯୯୨ରୁ ୨୦୦୧୭ ମଧ୍ୟରେ ମେରୁ ଅଞ୍ଚଳରୁ ୬୪୦ ହଜାର କୋଟି ଟନ୍‌ ଓଜନର ହିମଖଣ୍ଡ ତରଳି ଥିବା ଗବେଷକ କହିଛନ୍ତି। ଏହାଯୋଗୁ ଗତ ୧୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ପ୍ରତିବର୍ଷ ୪ ମିଲିମିଟର ବୃଦ୍ଧି ପାଇବାରେ ଲାଗିଛି। ଏଥି ଲାଗି ପୃଥିବୀ ଉପରେ ଆଗାମୀ ଦିନରେ ବଡ଼ ବିପଦ ମାଡ଼ି ଆସୁଥିବା ପରିବେଶ ବିଜ୍ଞାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିକାରିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ମିଳିଲା ୧.୫ କୋଟି ଟଙ୍କା, ୫ କୋଠାର ମାଲିକ

ଜଣେ ମହିଳା ଭିକାରିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ମିଳିଲା ୧ କୋଟି ୪୨ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ ଏହି ମହିଳା ଜଣକ ୫ଟି କୋଠାର...

ରୁଷିଆ କରିପାରେ ରାସାୟନିକ ଆକ୍ରମଣ: ଆମେରିକା

ୱାଶିଂଟନ,୧୦ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୪ ଦିନ ପୂରଣ ହୋଇ ସାରିଛି । କିଛି ସମୟର ଅସ୍ତ୍ରବିରତି ପରେ ରୁଷିଆ ପୁଣିଥରେ ଆକ୍ରମଣ ପାଇଁ ତତ୍ପର...

ରୂପ ବଦଳାଉଛି କରୋନା ଭାଇରସ୍‌

ଓ୍ବାଶିଂଟନ,୭ା୫: କରୋନା ଭାଇରସ୍‌ ବିଷୟରେ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ହେଲେ ଆମେରିକାର ଲସ୍‌ ଆଲାମୋସ୍‌ ନ୍ୟାଶନାଲ୍‌ ଲାବରେଟୋରି(ଏଲ୍‌ଏଏନ୍‌ଏଲ୍‌)ର ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟ...

୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି...

ନଈରୀରେ ଶ୍ରୀଗୁଣ୍ଡିଚା

ଗଜପତି ରାମଚନ୍ଦ୍ର ଦେବ କଟକ ବାରବାଟୀରେ ବନ୍ଦୀ ହୋଇ ରହିଥିଲେ। ଏପଟେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ମୋଗଲଙ୍କ ଅଧୀନକୁ ଚାଲିଯାଇଥିଲା। ମୋଗଲଙ୍କ ଦ୍ୱାରା ଶ୍ରୀମନ୍ଦିର ଅଧିକୃତ...

ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା

ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର...

ଘରୁ ଆରମ୍ଭ ହେଉ ମହିଳା ସମାନତା

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭ କରି ସମଗ୍ର ପୃଥିବୀର ବିକାଶ ଧାରାକୁ...

ପାକିସ୍ତାନରେ ବଢୁଛି ଆର୍ଥତ୍କ ସଙ୍କଟ:ପେଟ୍ରୋଲ ଏବଂ ଡିଜେଲ ବଞ୍ଚାଇବା ପାଇଁ ଆସିବ ନୂଆ ଯୋଜନା

ଇସଲାମାବାଦ୍‌,୨୪।୫: ଗତ ବର୍ଷେ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ନୂଆ ସରକାର ଆସିବା ପରେ ମଧ୍ୟ ସୁଧୁରିବାର ନାଁ ଧରୁନି।...

Advertisement
Archives

Model This Week