ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର ଚାରିପାଖରେ ଘୂରୁଛନ୍ତି। ଏହିି ତିନୋଟି ଗ୍ରହ ମଧ୍ୟରୁ ଗୋଟିଏରେ କଠିନ ପୃଷ୍ଠଭୂମି ଥିବାବେଳେ ଅନ୍ୟ ଦୁଇଟି ଗ୍ୟାସୀୟ ଅବସ୍ଥାରେ ଅଛି। କଠିନ ଗ୍ରହର ଆକାର ପୃଥିବୀଠାରୁ ସାମାନ୍ୟ ବଡ଼, କିନ୍ତୁ ଅନ୍ୟ ଦୁଇଟି ଗ୍ୟାସୀୟ ଗ୍ରହ ପୃଥିବୀଠାରୁ ଦୁଇଗୁଣ ବଡ଼ । ଗବେଷକମାନେ କହନ୍ତି, ଏହିି ଗ୍ରହସବୁ ବାସୋପଯୋଗୀ । ଗ୍ରହଗୁଡିକ ନକ୍ଷତ୍ରଠାରୁ ଏମିତି ଦୂରରେ ରହିଛନ୍ତି ଯେ, ସେଠାରେ ସମୁଦ୍ରରେ ପାଣି ମିଳିବାର ଆଶଙ୍କା ରହିଛି। ନୂଆ ନକ୍ଷତ୍ର ସନ୍ଧାନରେ ଥିବା ନାସାର ‘ଇଟିଙ୍ଗ ସାଟେଲାଇଟ’ ଦ୍ୱାରା ଯେମିତି ନୂଆ ନକ୍ଷତ୍ର ସନ୍ଧାନ କରାଯାଉଛି ଠିକ୍‌ ସେମିତି ‘ଟିଓଆଇ-୨୭୦’ ସାଟେଲାଇଟ ବାସୋପଯୋଗୀ ଗ୍ରହ ଖୋଜିବା ଲାଗି ଡିଜାଇନ କରାଯାଇଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ କହନ୍ତି, ଏହି ଗ୍ରହର ଏକ ଶାନ୍ତ ନକ୍ଷତ୍ର ନିକଟରେ ରହିଛନ୍ତି। ଏମିତିିକି ଆମ ସୌରମଣ୍ଡଳରେ ଏମିତିକା ଗ୍ରହ ନାହଁି ବୋଲି କହନ୍ତିି ଗବେଷକ କେ.କେନ୍‌। ଟିଓଆଇ-୨୭୦ ସେହି ଚଟାଣ ଗ୍ରହ ଓ ଗ୍ୟାସୀୟ ଗ୍ରହ ମଧ୍ୟରେ କ’ଣ ସମ୍ବନ୍ଧ ରହିଛି ତା’ର ରହସ୍ୟ ଉନ୍ମୋଚନ କରିପାରିବ ବୋଲି ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିର ଗବେଷକ କହିଛନ୍ତି। ଟିଓଆଇ ଦ୍ୱାରା ଗ୍ରହରେ ଥିବା ଅମ୍ଳଜାନ, ଉଦ୍‌ଜାନ ଓ କାର୍ବନମନୋକ୍ସସାଇଡ ମାପିପାରିବ । ଏହା କରାଯିବା ପରେ ଗ୍ରହରେ ପାଣି ରହିଛି କି ନାହଁ ଜଣାପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…

ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ...

କୀଟ ମସ୍ତିଷ୍କର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ର

ନୂଆଦିଲ୍ଲୀ: ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ ନେତୃତ୍ୱରେ ଅନ୍ତର୍ଜାତୀୟ ଦଳ ଏକ ଡ୍ରୋସୋଫିଲା(ଖାଦ୍ୟପଦାର୍ଥ ଉପରେ ଉଡୁଥିବା କ୍ଷୁଦ୍ର ମାଛି)ର ମସ୍ତିଷ୍କରେ ଥିବା...

ନଦୀ ପାର ହେବାକୁ ଷଣ୍ଢ କଲା ଏମିତି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଆଗରୁ କେବେ ଦେଖି ନ ଥିବେ। ଭାଇରାଲ ଭିଡିଓରେ ଏକ ଷଣ୍ଢ ଏପରି ଭାବରେ...

ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର

ଇସ୍‌ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ...

ବିଚାରପତିଙ୍କ ବିପକ୍ଷରେ କହିବା ନ୍ୟୁଜ୍‌ ଆଙ୍କରଙ୍କୁ ପଡ଼ିଲା ମହଙ୍ଗା, ଚ୍ୟାନେଲ ବନ୍ଦ; ୧୦ ଲକ୍ଷ ଜରିମାନା

ଇସ୍‌ଲାମାବାଦ,୨୫।୧: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ଜଣେ ବିଚାରପତିଙ୍କ ବିପକ୍ଷରେ କହିବା ଭାରି ପଡ଼ିଛି। ଅବମାନନା ଏବଂ ଅପମାନ ଅଭିଯୋଗରେ ଏହି ଚ୍ୟାନେଲକୁ ୩୦...

ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ...

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ,...

ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ: କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜି..

ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜ ପ୍ରଦାନ କରାଯାଇଛି। ବିଶ୍ୱସ୍ତରୀୟ ନେତୃତ୍ୱକୁ...

Advertisement
Archives

Model This Week