ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ

ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ କରିବାକୁ ଯାଇଥିଲେ। ତେବେ ସେମାନେ ଲବଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀ ଗୋଷ୍ଠୀର ମୁଖ୍ୟଙ୍କ ସମେତ ୬ ଜଣଙ୍କୁ ପୋଲିସ ଶୁକ୍ରବାର କାବୁ କରିଛି। ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡି ଓ ଖଣ୍ଡା ମଧ୍ୟ ଜବତ କରାଯାଇଛି। ପ୍ରକାଶ ଯେ , ସାଧାରଣ ନିର୍ବାଚନ ପୂର୍ବରୁ ଲବଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିକଟରେ ସେ ଜେଲରୁ ଜାମିନରେ ମୁକୁଳିଥିଲେ। ଗୁରୁବାର ଲବଙ୍କର ଆଈଙ୍କ ଦ୍ୱାଦଶହ ଭୋଜି ଥିଲା। ରାତିରେ ସେ ଘର ଦାଣ୍ଡରେ ଠିଆ ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଖଣ୍ଡା ଧରି ତାଙ୍କୁ ହାଣିବାକୁ ଗୋଡ଼ାଇଥିଲେ। ଏହି ସମୟରେ ଲବଙ୍କ ଭଉଣୀ କାମିନୀ ଭାଇକୁ ଘର ଭିତର ଦେଇ ଅନ୍ୟତ୍ର ଚାଲିଯିବାକୁ କହିଥିଲେ। ପରେ ଅଭିଯୁକ୍ତମାନେ ଘରେ ପଶି ଲବଙ୍କୁ ନ ପାଇ କମିନୀଙ୍କୁ ଖଣ୍ଡାରେ ହାଣିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରର ପହଞ୍ଚି ଆହତ କାମିନୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। କାମିନୀଙ୍କ ଅଭିଯୋଗ କ୍ରମେ ନଂ.୧୩୩/୧୯ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋରରୁ ଚମ୍ପଟ, ଅପରାହ୍ନରେ ଗିରଫ

କଟକ ଅଫିସ,୧୨ା୧: ଶନିବାର ଭୋର ସମୟରେ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ଆଲୋକ ସାହୁ। କିନ୍ତୁ ମଙ୍ଗଳାବାଗ ପୋଲିସ ତାଙ୍କୁ ଅପରାହ୍ନରେ...

ରମା ବୈଦ୍ୟନାଥନ୍‌ ପାଇବେ ମାହାରୀ ସମ୍ମାନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ରମା ବୈଦ୍ୟନାଥନ ଚଳିତବର୍ଷ ଲାଗି ସମ୍ମାନଜନକ ମାହାରୀ ସମ୍ମାନ ପାଇବାକୁ...

ବ୍ରେନ୍‌ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ

ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ...

ପତିତପାବନଙ୍କ ଦର୍ଶନ ମିଳିବନି

ପୁରୀ ଅଫିସ,୨୭।୧୧: ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜନସାଧାରଣଙ୍କ ଭିଡ଼ ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ...

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍‌ଏମ୍‌ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା

ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ...

ସମ୍ବିଧାନ ପ୍ରଣୟନ ବିଶ୍ୱର ଏକ ପ୍ରମୁଖ ଘଟଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ-୨୦୧୯ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଏକ ଐତିହାସିକ ଦିବସ।...

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜି.ଉଦୟଗିରିି,୩୧ା୧୨(ଡି.ଏନ.ଏ.): ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି. ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ସମୁଦାୟ ୧୬୩...

Advertisement


Archives

Model This Week