ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଳାରାହାଙ୍ଗ ଅଞ୍ଚଳର ଅଜୟ ମହାଭୋଇ। ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥବା ଗୋଲକପୁରୀ ଡୁପ୍ଲେକ୍ସରେ ଚନ୍ଦନ ସୁବୁଦ୍ଧି ରୁହନ୍ତି। ଅଜୟ ସ୍ଥାନୀୟ ଉଠାଦୋକାନୀ ଓ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରନ୍ତି। ଏହାକୁ କେନ୍ଦ୍ର କରି ଚନ୍ଦନଙ୍କ ସହ ଅଜୟଙ୍କର ପୂର୍ବରୁ ଝଗଡ଼ା ହୋଇଥିଲା। ଗତ ଜୁଲାଇ ୨୮ ତାରିଖରେ ଅଜୟ ଟଙ୍କା ଦେବାକୁ ଚନ୍ଦନଙ୍କୁ ବାଧ୍ୟ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଜୟ ଚନ୍ଦନଙ୍କ ମୁଣ୍ଡ ଫଟାଇ ରକ୍ତାକ୍ତ କରି ଫେରାର ହୋଇଯାଇଥିଲେ। ଏ ନେଇ ଚନ୍ଦନଙ୍କ ଅଭିଯୋଗ କ୍ରମେ ଏକ କେସ୍‌ (ନଂ. ୧୬୦/୧୯) ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ପୋଲିସ ଶୁକ୍ରବାର ଅଜୟଙ୍କୁ ପଟିଆ ଅଞ୍ଚଳରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଗୌରବ: ୟୁପିଏସ୍‌ସିରେ ସଫଳ ହେଲେ ଅଙ୍କିତ-ରାହୁଲ

କେସିଙ୍ଗା,୪।୮(ଡି.ଏନ୍‌.ଏ.): ୟୁପିଏସ୍‌ସି ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ୟୁପିଏସ୍‌ସିରେ କଳାହାଣ୍ଡି ଜିଲାରୁ ୨ ଜଣ ସଫଳତା ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। କେସିଙ୍ଗାର ରାହୁଲ ଗୋଏଲ ୧୬୮...

ନିର୍ମାଣ ନ ସରୁଣୁ ଫାଟିଲା କଂକ୍ରିଟ୍‌

ରୂପ୍‌ସା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ୬୦ନଂ. ଜାତୀୟ ରାଜପଥରୁ ମୟୂରଭଞ୍ଜର ୧୮ନଂ. ଜାତୀୟ ରାଜପଥର ବୈଶିଙ୍ଗାକୁ ସଂଯୋଗ ହୋଇଥିବା ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗମନାଗମନ କ୍ଷେତ୍ରରେ...

କରୋନା ପରିସ୍ଥିତି ଜିଗଲୋ ହେବାକୁ ବାଧ୍ୟ କରିଥିଲା: ମୁହଁ ଖୋଲିଲେ ଠକାମିର ଶିକାର ଯୁବକ

ଭୁବନେଶ୍ୱର,୨୮ା୯ (ବ୍ୟୁରୋ): ରାଜଧାନୀରେ ଜିଗଲୋ (କଲ୍‌ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ...

ନନ୍ଦନକାନନକୁ ଦୀପାବଳି ଭେଟି:ଉପହାରରେ ମିଳିଲା ୮ ହଳଦିଆ ଆନ୍ନାକୋଣ୍ଡା, ନାଇଲ କୁମ୍ଭୀର

ବାରଙ୍ଗ,୨୩-୧୦(ଡି.ଏନ.ଏ.):ନନ୍ଦନକାନନକୁ ମିଳିଛି ଦୀପାବଳି ଭେଟି। ଏହି ଅବସରରେ ନୂଆ ଅତିଥି ଭାବେ ୮ ହଳଦିଆ ଆନ୍ନାକୋଣ୍ଡା ଓ ୩ ନାଇଲ କୁମ୍ଭୀର ମଙ୍ଗଳବାର ସନ୍ଧ୍ୟାରେ ନନ୍ଦନକାନନରେ...

ଟେନ୍‌ସା ଥାନା ଅଧିକାରୀଙ୍କୁ ତୀରମାଡ, ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ ସ୍ଥାନାନ୍ତର

ସୁନ୍ଦରଗଡ/ଟେନ୍‌ସା/ବଣାଇଁ, ୫।୧ (ଡି.ଏନ୍‌.ଏ)/(ସ୍ବ.ପ୍ର ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍‌ସା ଫାଣ୍ଡି ଅଧିକାରୀ ଙ୍କ ଉପରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ...

ସରକାରୀ କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ...

ମୋ ଘର କଂଗ୍ରେସ ଭବନ: ପ୍ରସାଦ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ପୁରୀ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ୬ ଜିଲା ପରିଷଦ ଜୋନ୍‌ରେ କଂଗ୍ରେସ ଗୋଟିଏ ହେଲେ ପ୍ରାର୍ଥୀ ନ ଦେବା ଘଟଣାରେ ପୂର୍ବତନ ପିସିସି ସଭାପତି...

ବସ୍‌କୁ ଠେଲି ନେଲା ଦନ୍ତା

ବାରିପଦା ଅଫିସ,୯।୧- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଟିକପଦା ରାସ୍ତାରେ ରବିବାର ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଗୋଡ଼ାଇବା ସହ ଠେଲି ଠେଲି ୫୦ ମିଟର...

Advertisement
Archives

Model This Week