ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ୬ କୋର୍ଟଚାଲାଣ

ଗୋପାଳପୁର,୩୧ା୫-ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ରବିବାର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧର କେ.ବୈରାଗୀ ଓ ଉକ୍ତ ଗ୍ରାମର ଏସ.ଧନରାଜଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। କୌଣସି ଏକ ବିଷୟକୁ ନେଇ ଶୁକ୍ରବାର ରାତି ୧୦ଟାରେ ଧନରାଜ ଓ କିଛି ବ୍ୟକ୍ତି ମିଶି ଉକ୍ତ ଗ୍ରାମର କେ.ମାଧେୟାଙ୍କ ଘର ନିକଟକୁ ଯାଇଥିଲେ। କୌଣସି ଏକ କଥାକୁ ନେଇ ଧନରାଜ ଓ ମାଧେୟାଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ରରୁପ ଧାରଣ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇ ଉକ୍ତ ଗ୍ରାମର କେ.ଆପେୟା, ଏସ.ବୈରାଗୀ, ଏସ.ରାଜେଶ, ଜେ.କାର୍ଲେୟା ଓ ଜେ.ଜାଡ଼ୁ ଆହତ ହୋଇଥିଲେ। ଶନିବାର ମାଧେୟା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ କେସ ନଂ. ୭୪/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ରବିବାର ପୂର୍ବାହ୍ନରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଗ୍ରାମରେ ବୁଲୁଥିବାବେଳେ ଖବରପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟପୋଲିସ ଅଧିକାରୀ ଗ୍ରାମରେ ଅତର୍କିତ ଚଢାଉ କରି ଏସ.ଧନରାଜ, ଏସ.ଚନ୍ଦ୍ରେୟା, ଜେ. ରାଜକୁମାର, ଏନ.ମୁସେୟା, ଜେ.ରାମେୟା ଓ ଏସ. ମଧୁଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟଚାଲାଣ କରିଥିଲେ। ଉକ୍ତ ଘଟଣାରେ ଅନ୍ୟକୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲୁ ରହିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri