ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ ହୋଇ ନ ଥିଲା। ତତ୍‌ସହିତ ଓଡ଼ିଶା ପାଇଁ ମଧ୍ୟ ମୋଦି ସରକାର ଗୋଟିଏ ବର୍ଷରେ ଅନେକ ନିଷ୍ପତ୍ତି ନେଇଛନ୍ତି। ଯାହା ଓଡ଼ିଶାବାସୀଙ୍କ ସ୍ମରଣୀୟ ହୋଇ ରହିବ। ମୁଖ୍ୟତଃ ମୋଦିଙ୍କ ଫୋକସ୍‌ରେ ପୂର୍ବଭାରତ ବିକାଶର ରୋଡ ମ୍ୟାପ୍‌ରେ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିବା ବୁଧବାର ପୂର୍ବାହ୍ନରେ ଆଇଟିଆଇସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରକାଶ କରିଥିଲେ।
୨୦୧୯ରେ ଓଡ଼ିଶାକୁ ଆସିଥିବା ‘ଫନି’ ମହାବାତ୍ୟା ଠାରୁ ଆରମ୍ଭ କରି ଚଳିତବର୍ଷର ‘ଅମ୍ଫନ’ ମହାବାତ୍ୟାରେ କେନ୍ଦ୍ରସରକାର ସହାୟତାର ହାତ ବଢ଼ାଇ ପ୍ରଧାନମନ୍ତ୍ରୀ ପ୍ରଶଂସିତ ହୋଇଛନ୍ତି। କେନ୍ଦ୍ରସରକାରଙ୍କ ଟିକସ ରାଜ୍ୟ ଅଂଶ ବାବଦରେ ଓଡ଼ିଶାରୁ ପାଇଥିବା ଟିକସ ଠାରୁ ଯଥେଷ୍ଟ ଅଧିକ ଅନୁଦାନ ସହାୟତା କରିଛନ୍ତି। ସେହିପରି ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ରସରକାର ରାଜ୍ୟସରକାରଙ୍କୁ ସହଯୋଗ କରିବା ସହିତ ୩ଲକ୍ଷ ୩୦ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ସହଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲାରେ ୧ହଜାରରୁ ଉର୍ଦ୍ଧ୍ୱ ପୋଖରୀ ଖୋଳି ମାଛ ଚାଷ କରିବା ପାଇଁ କେନ୍ଦ୍ରସରକାରଙ୍କ ଦ୍ୱାରା ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରାଯିବ। ଏଥିରେ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ କର୍ମନିଯୁକ୍ତି ପାଇପାରିବେ। ରସାଳପୁର ବିମାନବନ୍ଦର କାର୍ଯ୍ୟକ୍ଷମ, ସେରଗଡ଼ରୁ ଝରଣାଘାଟି ରାସ୍ତାର ପ୍ରଶସ୍ତିକରଣ, ପର୍ଯ୍ୟଟନସ୍ଥଳୀକୁ ସୌନ୍ଦର୍ଯ୍ୟ ଓ ଆଧୁନିକୀକରଣ, ଆୟୁଷ ହସ୍ପିଟାଲ ପ୍ରତିଷ୍ଠା, କୋୟାର ବୋର୍ଡ଼ ତରଫରୁ ବାଲେଶ୍ୱର ଜିଲାର ଭୋଗରାଇ ଓ ନୀଳଗିରି ଠାରେ ଡିପ୍ଲୋମା କୋର୍ସ ଖୋଲାଯାଇ ୧୫ମାସ ପ୍ରଶିକ୍ଷଣ ଦେଇ ନିଯୁକ୍ତି ସୂଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ରାଇସ୍‌ମିଲ୍‌ କ୍ଲଷ୍ଟର, ବିଭିନ୍ନ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌କରଣ, ଭୂତ୍ତଳ ଜଳର ଅନୁଧ୍ୟାନ, ‘ହର୍‌ ଘର୍‌ ଜଲ୍‌ ହର୍‌ ଘର୍‌ ନଲ୍‌’ ଯୋଜନାରେ ସମଗ୍ର ଜିଲାରେ ପାନୀୟଜଳର ବ୍ୟବସ୍ଥା, ଉଠାଦୋକାନୀଙ୍କୁ ଥଇଥାନ, ଜିଲାରେ ୨ଟି ହାଇଟେକ୍‌ନିକ୍‌ ଫିସ୍‌ ମାର୍କେଟ୍‌, ନୀଳଗିରିରେ ବନ୍ଦ ପଡ଼ିଥିବା ପୁରାତନ ସ୍ଲିପର ଫ୍ୟାକ୍ଟ୍ରିର ପୁନରୁଦ୍ଧାର, ଚାନ୍ଦିପୁର ଓ ବାହାବଳପୁର ଠାରେ ୨ଟି ଫିସିଂ ହର୍ବଲ ପ୍ରତିଷ୍ଠା, ୨ଶହ କୁମ୍ଭାକାରଙ୍କୁ ଯନ୍ତ୍ରଚାଳିତ ଚକ ଓ ମାଟିଗୁଲା ପ୍ରଦାନ, ବାଲେଶ୍ୱରରୁ ନୀଳଗିରି ପାସେଞ୍ଜର ଟ୍ରେନ୍‌ ଚାଲିବା ବ୍ୟବସ୍ଥା ଭଳି ପ୍ରକଳ୍ପର କାର୍ଯ୍ୟ ୧ବର୍ଷ ଭିତରେ କରିଥିବାର କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସିମୁଳିଆ ଭାଜପା ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା, ବସ୍ତା ଭାଜପା ବିଧାୟକ ପ୍ରାର୍ଥୀ ରଘୁନାଥ ମହାନ୍ତି, ଭୋଗରାଇ ଭାଜପା ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସୋର ଭାଜପା ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ଆତଙ୍କ: ଜଣେ ମୃତ, ୨ ମହିଳା ଚିକିତ୍ସାଧୀନ

ରଘୁନାଥପୁର,୨୨।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଡେଙ୍ଗୁ ବ୍ୟାପୁଛି। ଏହି ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଞ୍ଚାୟତର ଫତେପୁର ଗ୍ରାମର ରବୀନ୍ଦ୍ରନାଥ ରାଉତ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ...

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର,୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି...

ମାଟିଆଗୁଣ୍ଡି ପୋକ ଆତଙ୍କ

ଯାଜପୁର ଅଫିସ,୧୧ା୧୧: ଲଗାତର ବନ୍ୟା ଓ ମରୁଡ଼ି ଜିଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହାସହ ଚଳିତବର୍ଷ ଧାନ ଅମଳ ଆରମ୍ଭ ହେବା ବେଳକୁ ଯାଜପୁର...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୋଳ ଅଫିସ, ୨୧।୧୦: ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବାଣ...

ଜରପଡ଼ାକୁ ବ୍ଲକ ମାନ୍ୟତା ଦାବି; ଆଞ୍ଚଳିକ ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.) ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଜରପଡା ଆଞ୍ଚଳିକ ବିକାଶ ପରିଷଦ। ଏ ନେଇ ଆଞ୍ଚଳିକ ବିକାଶ...

ଚିତ୍ରକୋଣ୍ଡାରୁ ମିଳିଲା ମାଓବାଦୀ ପୋଷ୍ଟର

ଚିତ୍ରକୋଣ୍ଡା,୭।୬: ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲ କ୍ୟାମ୍ପ ମୁଖ୍ୟ ରାସ୍ତାରୁ ସୋମବାର ମାଓବାଦୀଙ୍କ ଏକ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି।...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ

ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର।...

ଅଦିନିଆ ଝଡ଼ରେ ଉଡ଼ିଲା ସ୍କୁଲ ଛପର

କପ୍ତିପଦା,୧୪ା୩(ଡି.ଏନ୍‌.ଏ.):  ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶାଳଚୁଆ ପଞ୍ଚାୟତ ଅଞ୍ଚଳରେ ଶନିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସ୍ଥାନୀୟ ସରକାରୀ ଉଚ୍ଚ...

Advertisement
Archives

Model This Week