ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ଗତି କରୁଛି ‘ଅମ୍ଫନ୍‌’; କିଛି ସମୟ ପାଇଁ ବାଲେଶ୍ୱରରେ ପବନ ବେଗ ବଢ଼ିବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବେଳକୁ ବେଳ ଦୀଘା ନିକଟତର ହେଉଛି ବାତ୍ୟା ‘ଅମ୍ଫନ୍‌’। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ସେହିଭଳି ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ବାତ୍ୟା ଗତି କରିଛି। ଅମ୍ଫନ୍‌ର ଅପ୍‌ଡେଟ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଦୀଘାଠାରୁ ୯୫ କିମି ଦୂରରେ ରହିଛି। ଆଉ ୩ରୁ ସାଢ଼େ ୩ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବ। କିଛି ସମୟ ପର୍ଯ୍ୟନ୍ତ ବାଲେଶ୍ୱରରେ ପବନର ବେଗ ବଢ଼ିବ। ଆଇଏମ୍‌ଡିର ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ବାତ୍ୟା ଅମ୍ଫନ ଗତି କରୁଛି। ମଙ୍ଗଳବାର ରାତିରେ ଗତିପଥ ନେଇ ଦ୍ୱିଧା ସୃଷ୍ଟି ହୋଇଥିଲା। ଉପକୂଳର ଆଉ ଟିକିଏ ପାଖକୁ ଆସିଯିବ ବୋଲି ଶୁଣାଯାଇଥିଲା। ରାତି ୩ଟାରେ ୩ ଜିଲାପାଳଙ୍କୁ ଫୋନ୍‌ କରି ଅତିରିକ୍ତ ବ୍ୟବସ୍ଥା ପାଇଁ କୁହାଯାଇଥିଲା। ପରେ ବିଳମ୍ବିତ ରାତିରେ ଆଇଏମ୍‌ଡି ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲି। ସେ ପ୍ରବୋଧନା ଦେଇଥିଲେ। ସେ କହିଥିଲେ ବାତ୍ୟାର ଗତିପଥ ବିଲ୍‌କୁଲ୍‌ ବଦଳିବ ନାହିଁ। ନିର୍ଦ୍ଧିଷ୍ଟ ଗତିପଥରେ ହିଁ ବାତ୍ୟା ଯିବ। ଏପରିକି ପଶ୍ଚିମକୁ ମାଡ଼ିକରି ଆଦୌ ଯିବ ନାହିଁ ବୋଲି କହିଥିଲେ। ତେବେ ସେ କହିବା ଦିଗରେ ହିଁ ବାତ୍ୟା ଗତି କରୁଛି। ପୂର୍ବ ଆକଳନ ଅନୁଯାୟୀ ନିର୍ଦ୍ଧିଷ୍ଟ ଗତିପଥରେ ବାତ୍ୟା ଆଗକୁ ବଢ଼ୁଛି। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଛି, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ଗଛ ସଫା କାର୍ଯ୍ୟ ଚାଲିଛି। ଲୋକଙ୍କୁ ଉଦ୍ଧାର କରି ୨୯୨୧ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ୧୮୮୫ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ରଖାଯାଇଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ଆମ୍ବୁଲାନ୍ସ ଅଭାବ, ଗୁରୁତର ରୋଗୀ ହଟହଟା: ହସ୍ପିଟାଲରେ ଚାପା ଉତ୍ତେଜନା, ଧାରଣା ଦେବାକୁ…

ଦାରିଙ୍ଗବାଡି, ୯।୫ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ଅଭାବ କୁ ନେଇ ଦେଖାଯାଇଛି ଉତ୍ତେଜନା। ଦିନ ଦ୍ବିପ୍ରହରରୁ ଗୁରୁତର…

ପାରଳାଖେମୁଣ୍ଡିରେ ବଢୁଛି ପାଇପ ମିଟର ଚୋରି ଘଟଣା: ସିସିଟିଭିରେ କଏଦ ହେଲା ଚୋରୀ ସମୟର ଦୃଶ୍ୟ, ଚିନ୍ତାରେ…

ପାରଳାଖେମୁଣ୍ଡି, ୯।୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବେ ପାଇପ ମିଟର ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଜନସ୍ବାସ୍ଥ୍ୟ ବିଭାଗ…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri