Posted inଖେଳ

ପୂର୍ବାଞ୍ଚଳ ଶିବିରରେ ଶୁଭକାନ୍ତ ଫିଜିଓ

କଟକ ଅଫିସ,୨୨ା୫- ଜୁନ ୨୪ରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ ଷ୍ଟାଡିୟମରେ ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଦଳ କ୍ରିକେଟ ଶିବିର ଅନୁଷ୍ଠିତ ହେବ। ଉକ୍ତ ଶିବିରରେ ଓଡ଼ିଶାର ଶୁଭକାନ୍ତ ସାହୁ ଫିଜିଓ ଭାବେ ନିଯୁକ୍ତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ) ଆନୁକୂଲ୍ୟରେ ଗତ ଏପ୍ରିଲ ୨୦ ଓ ୨୧ ତାରିଖରେ ଫିଜିଓ ମାନଙ୍କୁ ନେଇ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭକାନ୍ତ ଯୋଗ ଦେବା ସହ ଆସନ୍ତା ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଶିବିର ନିମନ୍ତେ ମନୋନୀତ ହୋଇଛନ୍ତି। ସୂଚନା ଥାଉକି, ୨୦୦୯ ମସିହାରୁ ରାଜ୍ୟ କ୍ରିକେଟ ସହ ଜଡ଼ିତ ଥିବା ଶୁଭକାନ୍ତ ୨୦୧୧ ମସିହାରୁ ରାଜ୍ୟ ରଣଜୀ ଦଳର ନିୟମିତ ଫିଜିଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଓଡ଼ିଶାର ଏକମାତ୍ର ଲେଭଲ-୧ ଫିଜିଓ ହେଲେ ଶୁଭକାନ୍ତ। ଏଥିପୂର୍ବରୁ ୨୦୧୮ରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ୧୬ବର୍ଷରୁ କମ୍‌ ବାଳକ ପୂର୍ବାଞ୍ଚଳ କ୍ରିକେଟ ଶିବିର ଓ ୨୦୧୬ରେ କିଟରେ ଅନୁଷ୍ଠିତ ୧୯ବର୍ଷରୁ କମ ପୂର୍ବାଞ୍ଚଳ ଶିବିରରେ ମଧ୍ୟ ସେ ଫିଜିଓ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଇତିହାସ ରଚିଲେ ରୋହିତ ଶର୍ମା, ୩ଟି ଫର୍ମାଟରେ ଏମିତି କଲେ କାରନାମା

ଅହମ୍ମଦାବାଦ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନରେ...

୬୭ ବର୍ଷ ଭିତରେ କେବଳ ଏହି ୨ ଜଣ ହିନ୍ଦୁ ଖେଳାଳି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି

କରାଚି,୨୭।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି...

ପାଗ ବଦଳିଲା, ମ୍ୟାଚର ମଜାନେଲେ ଦର୍ଶକ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ-ବେଲଜିୟମ ପ୍ରଥମ ମ୍ୟାଚ ଅବସରରେ ବର୍ଷା ଓ କୋହଲା ପାଗ ଯୋଗୁ ଅଳ୍ପ ଦର୍ଶକ...

ଟି୨୦ ପରାଜୟର ପ୍ରତିଶୋଧ ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୯।୨(ପି.ଟି.)- ଟି୨୦ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ। ୫-୦ ବ୍ୟବଧାନରେ ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ...

ୟୁଏସ୍‌ ଓପନ୍‌: ପାଭିକ୍‌-ସୋଆରେସ୍‌ ଯୋଡ଼ିଙ୍କୁ ପୁରୁଷ ଡବଲ୍ସ ଟାଇଟଲ

ନ୍ୟୁୟର୍କ,୧୨।୯(ଏପି): ୟୁଏସ୍‌ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଅଭିଜ୍ଞ ବ୍ରାଜିଲ ଖେଳାଳି ବ୍ରୁନୋ ସୁଆରେସ୍‌ ଟାଇଟଲ ହାସଲ କରିଛନ୍ତି। ଗୁରୁବାର...

କୋଭିଡି-୧୯: ଆରୋଗ୍ୟ ଲାଭ କଲେ କଲମ୍ବିଆ ସାଇକ୍ଳିଷ୍ଟ

ବୋଗୋଟା,୨୭।୩ (ଏଏଫପି):  ସାରା ବିଶ୍ୱରେ କାରୋନା ଭାଇରସର ଆତଙ୍କ ଜାରି ରହିଥିବାବେଳେ କଲମ୍ପିଆର ଜଣେ ସାଇକ୍ଲିଷ୍ଟ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ୨୫ ବର୍ଷୀୟ ଫର୍ଣ୍ଣାଣ୍ଡୋ...

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ...

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

BGU
Play 250+ Trending Games
Archives

Model This Week

Why Dharitri