Posted inଜାତୀୟ

ପୂର୍ବାଞ୍ଚଳର ବିକାଶରେ ଦେଶ ଆଗେଇବ

ନୂଆଦିଲ୍ଲୀ,୧ା୬(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖିବା ଲାଗି ଘୋଷଣା ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଶେଷ ଦିନ ତଥା ଦ୍ୱିତୀୟ ପାଳି ସରକାରର ଦ୍ୱିତୀୟ ବର୍ଷ ପ୍ରଥମ ଦିନରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ, ଦେଶରେ ଏବେ ଅର୍ଥନୈତିକ କାରବାର ସକ୍ରିୟ ହୋଇଛି। ଶିଳ୍ପ ସଂସ୍ଥାଗୁଡ଼ିକ ସ୍ବାଭାବିକ ଅବସ୍ଥାକୁ ଫେରିଛନ୍ତି। ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ସମେତ ବସ୍‌ ଓ ଦେଶ ଭିତରେ ବିମାନ ଚଳାଚଳ କରିଛି ଓ ସୋମବାରଠାରୁ ଅଧିକ ଟ୍ରେନ ଚଳାଚଳ କରିବାକୁ ଯାଉଛି। ଏଭଳି ସ୍ଥିତିରେ ଆମକୁ ଅଧିକ ସତର୍କ ଓ ଯତ୍ନବାନ୍‌ ହେବାକୁ ପଡ଼ିବ। ଯଥାସମ୍ଭବ ଘରେ ରହିବା, ୬ ଫୁଟ୍‌ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ହେବ। ସମସ୍ତଙ୍କ ସହଯୋଗରେ କୋଭିଡ୍‌-୧୯ ବିରୋଧରେ ଭାରତର ଲଢ଼େଇ ଜୋର୍‌ଦାର ହୋଇପାରିଛି ବୋଲି ମୋଦି କହିଥିଲେ। ଭାରତ ଭଳି ଜନବହୁଳ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ତାହା ନିଶ୍ଚିତ ଭାବେ ଦେଶର ସାମୂହିକ ସଂକଳ୍ପଶକ୍ତିର ପରିଣାମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପୂର୍ବାଞ୍ଚଳରେ ଦେଶର ବିକାଶ ଇଞ୍ଜିନ ହେବାର କ୍ଷମତା ରହିଛି। ଯେଉଁ ଶ୍ରମିକଙ୍କ ବାହୁବଳ ଦେଶକୁ ନୂଆ ଶିଖରରେ ପହଞ୍ଚାଇବାର ସାମର୍ଥ୍ୟ ରଖିଛି, ସେହି ପୂର୍ବଭାଗର ବିକାଶ ଅତି ଜରୁରୀ। ପୂର୍ବ ଭାରତର ବିକାଶରେ ହିଁ ଦେଶର ସମତୁଲ ଆର୍ଥିକ ବିକାଶ ସମ୍ଭବ। ଦେଶ ଯେତେବେଳେ ତାଙ୍କୁ ସେବା କରିବାର ସୁଯୋଗ ଦେଲା, ସେତେବେଳଠୁ ସେ ପୂର୍ବ ଭାରତର ବିକାଶକୁ ପ୍ରାଧାନ୍ୟ ଦେଇଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସାମୁଦ୍ରିକ ବାତ୍ୟା ଅମ୍ଫନର ମୁକାବିଲା କ୍ଷେତ୍ରରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଜନସାଧାରଣ ଯେପରି ସାହସ ଦେଖାଇଛନ୍ତି, ତାହାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ଅମ୍ଫନ ଯୋଗୁ ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଦେଶ ସେମାନଙ୍କ ସହ ଛିଡ଼ା ହୋଇଛି ବୋଲି ମୋଦି କହିଥିଲେ। କରୋନା ମହାମାରୀ ବେଳେ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ଲାଗି ଅନେକ ଦୁର୍ଦ୍ଦଶା ଆଣିଛି। ବହୁ ଘର ଭାଙ୍ଗିଥିବାବେଳେ କୃଷକମାନେ ବିପୁଳ କ୍ଷତି ସହିଛନ୍ତି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟକୁ ଯାଇ ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ଓ ତତ୍କାଳ ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗକୁ ୧୦୦୦ କୋଟିର ଅନ୍ତରୀଣ ସହାୟତା ଘୋଷଣା କରିଥିଲେ।
କରୋନା ମହାମାରୀ ଯୋଗୁ ଦେଶର ସବୁ ବର୍ଗ ପ୍ରଭାବିତ ହୋଇଥିବାବେଳେ ଦାଦନ ଓ ଗରିବ ଜନସାଧାରଣ ସବୁଠୁ ବେଶି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି, ଯାହାକୁ ବର୍ଣ୍ଣନା କରିବା ପାଇଁ ଭାଷା ନାହିଁ ବୋଲି ମୋଦି କହିଥିଲେ। ସ୍ବତନ୍ତ୍ର ଟ୍ରେନ୍‌ ଓ ବସରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଗଲାଣି। ସେମାନଙ୍କ ପାଇଁ ଖାଦ୍ୟ ଓ କ୍ୱାରାଣ୍ଟାଇନର ବ୍ୟବସ୍ଥା କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଚଳିତ ଦଶନ୍ଧିରେ ଦେଶକୁ ବହୁ ଆଗକୁ ନିଆଯାଇପାରିବ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସାଙ୍ଗକୁ ଆତ୍ମନିଯୁକ୍ତି ଓ କ୍ଷୁଦ୍ରଶିଳ୍ପ ସୃଷ୍ଟି ହୋଇପାରିବ।
କରୋନା ଭୂତାଣୁ ବିଶେଷ ଭାବରେ ଆମର ଶ୍ୱାସକ୍ରିୟା ବ୍ୟବସ୍ଥାକୁ ପ୍ରଭାବିତ କରୁଥିବାରୁ ଯୋଗ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ତେଣୁ ଜୀବନରେ ଯୋଗ ଅଭ୍ୟାସ ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛନ୍ତି। ‘ମାଇଁ ଲାଇଫ୍‌, ମାଇଁ ଯୋଗ’ ଅନ୍ତର୍ଜାତୀୟ ଭିଡିଓ ବ୍ଲଗ୍‌ ପ୍ରତିଯୋଗିତାରେ ସମସ୍ତେ ସାମିଲ ହେବା ସହ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାଗନେବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହିତାଧିକାରୀ ଗ୍ରାମାଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦେଶରେ ଏବେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛି। ଏମାନେ ଅଞ୍ଚଳରେ ଫସଲ ଖାଇ ନଷ୍ଟ କରିଦେଲେଣି। ଏଥିରୁ କୃଷି କ୍ଷେତ୍ରକୁ ରକ୍ଷା କରିବାରେ ଆମେ ସଫଳ ହେବା। କୃଷକଙ୍କୁ ସହାୟତା କରିବା ଲାଗି କେନ୍ଦ୍ର, ରାଜ୍ୟ ସରକାର, କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନ ଆଧୁନିକ ସମ୍ବଳର ବିନିଯୋଗ କରୁଛନ୍ତି। ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ଜୈବ ବିବିଧତା, ଯାହାକି ବର୍ତ୍ତମାନ ସ୍ଥିତିରେ ପ୍ରାସଙ୍ଗିକ। ସେହିପରି ଜଳ ହିଁ ଜୀବନ ହୋଇଥିବାରୁ ଏହାର ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?