ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡ଼ବିଲ,୧୭।୪(ସ୍ବ.ପ୍ର.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ ବଡ଼ବିଲ ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ କିଛି ମାସ ହେଲା ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ନିର୍ଭୀକ ଆଦିବାସୀ ନେତା ଭାବରେ ପରିଚିତ ସହରାଇ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ।
ସହରାଇଙ୍କ ନିଜ ଘର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଂସେଇକଳା ପଞ୍ଚାୟତ ନାରାୟଣପୁର ସ୍ଥିତ କିତିରିମିଳା ଗ୍ରାମରେ। ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୩ ଥର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ମତ୍ସ୍ୟ ବିଭାଗ ମନ୍ତ୍ରୀ, ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଉପ ଖଣି ବିଭାଗ ମନ୍ତ୍ରୀ ଓ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସହରାଇଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ...

ଭୁବନେଶ୍ୱରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର : ଖରାପ ସେବାକୁ ନେଇ ଟୁଇଟରରେ ପ୍ରତିକ୍ରିୟା

ଭୁବନେଶ୍ୱର,୯ା୯(ବ୍ୟୁରୋ) : ଏସିଆ-ପାସିଫିକ୍‌ ରିଜିଅନର ୨ରୁ ୫ ମିଲିୟନ ବର୍ଗରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର -୨୦୧୮ ପୁରସ୍କାର ମିଳିଛି।...

ଆସନ୍ତା ୨୯ରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଦର୍ଶନ

ପୁରୀ ଅଫିସ,୨୨।୪: ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ସେହିପରି...

ହରିୟାଣାରୁ ଓଡ଼ିଆ ଆଦିବାସୀ ମହିଳା ଉଦ୍ଧାର ଦଲାଲ ଚାଲାଣ କରିଥିବା ସନ୍ଦେହ

ଭୁବନେଶ୍ୱର, ୨୧।୫(ବ୍ୟୁରୋ)- ହରିୟାଣାର ସୋହାନାସ୍ଥିତ ଟାକ୍ସି ଷ୍ଟାଣ୍ଡ୍‌ରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଭାରତ ବିକାଶ ପରିଷଦର ସଦସ୍ୟମାନେ ଉଦ୍ଧାର କରିଛନ୍ତି।...

ଯକ୍ଷ୍ମା ରୋଗୀଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରୁ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ସେ ସୁନ୍ଦରଗଡ ଜିଲା...

ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତ୍ୟୁ ଅଧିକ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ିଚାଳନା ବହୁ ମୂଲ୍ୟବାନ୍‌ ଜୀବନକୁ ଉଜାଡ଼ି ଦେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟରେ ଦୁର୍ଘଟଣା...

ପରିବା ଚାଷୀଙ୍କ କରୋନା ପାଣ୍ଠିକୁ ସହାୟତା

ନୂଆପଡା ଅଫିସ,୨୦ା୪: କରୋନା ମୁକାବିଲା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢାଉଛନ୍ତି।...

ଜୁଲାଇ ୩୧ ଯାଏ ରାଜ୍ୟ ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଜୁଲାଇ ୧ ତାରିଖରେ ହେବାକୁ ଥିବା ବସ ଧର୍ମଘଟକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବସ ମାଲିକ...

Advertisement
Archives

Model This Week