ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

କଟକ ଅଫିସ, ୨୪ା୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭବାନୀପାଟଣା ବିଧାନସଭା ଆସନର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ. ୩/୨୦୨୦) ରୁଜୁ କରାଯାଇଛି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ତଲାସି ୱାରେଣ୍ଟ ବଳରେ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ଗତ ୧୭ ତାରିଖରେ ନାଏକଙ୍କ ଘର ସମେତ ମୋଟ୍‌ ୪ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରିଥିଲେ। ଯାଞ୍ଚରୁ ମୋଟ୍‌ ୩ କୋଟି ୪୨ ଲକ୍ଷ ୯୯ହଜାର ୪୦୨ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏତଦ୍‌ବ୍ୟତୀତ ତାଙ୍କ ଘରୁ ୮୦ହଜାର ଟଙ୍କାର ସୁନାଗହଣା, ୧୩ହଜାର ୬୮୦ ଟଙ୍କା, ୬ ଲକ୍ଷ ୨୧ହଜାର ୩୭୭ ଟଙ୍କାର ଗୃହ ଉପକରଣ ସାମଗ୍ରୀକୁ ମଧ୍ୟ ଭିଜିଲାନ୍ସ ଠାବ କରିଥିଲା। ତେବେ ସମ୍ପତ୍ତିଗୁଡ଼ିକ ଠାବ କରିବା ପରେ ଭିଜଲାନ୍ସ ଆୟ ବ୍ୟୟର ହିସାବ କରିଥିଲା। ଠାବ ସମ୍ପତ୍ତିଗୁଡ଼ିକ ମଧ୍ୟରୁ ୧ କୋଟି ୫୪ ଲକ୍ଷ ୧୨ହଜାର ୨୬୦ ଟଙ୍କା ଆୟ ବହିର୍ଭୂତ ଥିବା ଭିଜିଲାନ୍ସ କହିଛି। ଏହି ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ନାଏକ କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଳିଗଲା ୨ ବଖରା, ୩ ଗାଇ ଜୀବନ୍ତ ଦଗ୍ଧ

ତିର୍ତ୍ତୋଲ,୫।୯(ଡି.ଏନ୍‌.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଠିଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ୨ ବଖରା ଘର ଜଳିଯାଇଛି।...

ହଂସପୁର ଗ୍ରାମରେ ୭୦୦ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜି: ଖାଇବାକୁ ବସିବା ବେଳେ ପ୍ରଶାସନର ଚଢ଼ାଉ, ଛତ୍ରଭଙ୍ଗ କଲେ ଲୋକେ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ହଂସପୁର ଗାଁରେ ବୁଧବାର ରାତିରେ ୭୦୦ ଲୋକଙ୍କ ପାଇଁ ଭୋଜି ରନ୍ଧା ସରିଥିଲା। ଏପରିକି...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର...

ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର...

୧୩ ନଂ. ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା: ସାମାଜିକ ଦୂରତା ରଖି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ଜଗନ୍ନାଥପ୍ରସାଦ,୬।୫(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଚୋପର ଗ୍ରାମର ୧୩ ନମ୍ବର ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା। ଏହାର ପ୍ରତିବାଦରେ ବୁଧବାର ଶତାଧିକ ମହିଳା ସମସ୍ୟାର...

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ...

ଭିମ୍‌ସାରରେ ନକଲି ନିଯୁକ୍ତିପତ୍ର

ସମ୍ବଲପୁର, ୯ା୧୧(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ଭିମ୍‌ସାରରେ ୪ଜଣ ଯୁବତୀଯୁବକଙ୍କୁ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସ୍ବାକ୍ଷର ସହ ଓଡ଼ିିଶା ସରକାରଙ୍କ...

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ...

Advertisement
Archives

Model This Week