ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ଅନଶନରେ କଂଗ୍ରେସ ନେତା

ବରଗଡ଼ ଅଫିସ,୧।୨: ବରଗଡ଼ର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ସୁବିଧା ସହ ସିଟି ହସ୍ପିଟାଲ ଘୋଷଣା ଦାବିରେ ଶନିବାର ପୂର୍ବାହ୍ନ ୧୦ଟାରୁ କଂଗ୍ରେସ ୨୪ ଘଣ୍ଟିଆ ଅନଶନକୁ ଓହ୍ଲାଇଛି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ, ମହାତ୍ମା ଗାନ୍ଧୀ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କଂଗ୍ରେସ ନେତା ନିପନ କୁମାର ଦାଶ, ବ୍ରହ୍ମାନନ୍ଦ ମହାକୁଡ ଏବଂ କିଶନ ଶର୍ମା ଗାନ୍ଧୀଛକରେ ଅନଶନ ଆରମ୍ଭ କରିଛନ୍ତି। ଅନଶନ ପୂର୍ବରୁ ସେଠାରେଥିବା ଡ. ବି. ଆର୍‌. ଆମ୍ବେଡକର ଏବଂ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅନଶନକୁ ସମର୍ଥନ ଜଣାଇ କଂଗ୍ରେସ ନେତା ପ୍ରଦୀପ ଦେବତା, ନୀହାର ରଞ୍ଜନ ମହାନନ୍ଦଙ୍କ ସମେତ ବହୁସଂଖ୍ୟକ ନେତା, କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟ ଅନଶନସ୍ଥଳରେ ଉପସ୍ଥିତ ରହିଛନ୍ତି।
ପ୍ରକାଶ ଯେ, ଗତ ୨୧ ତାରିଖ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି) ନିକଟରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ପରେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଅନ୍ତର୍ବିଭାଗ ଓ ବହିର୍ବିଭାଗ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏହାକୁ ନେଇ ସହର ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩୨ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ଶେଷ: ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

ଲୋଇସିଂହା,୧୨ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବ୍ଲକକୁ ରାଜ୍ୟ ବାହାରୁ ୩୩୫ ଜଣ ଘରକୁ ଫେରିଛନ୍ତି। ସେମାନେ ପଞ୍ଚାୟତର ସଙ୍ଗରୋଧ...

ଲିଙ୍ଗରାଜ ହାଇସ୍କୁଲରୁ ଚୋରି

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ଥାନା ନିମିନା ଗ୍ରାମପଞ୍ଚାୟତ ସାନବରଗଁାସ୍ଥିତ ଲିଙ୍ଗରାଜ ହାଇସ୍କୁଲରୁ ରବିବାର ରାତିରେ ଚୋରି ହୋଇଛି। ସ୍କୁଲ ମୁଖ୍ୟ ଫାଟକ ଓ ଅଫିସ ଗୃହ...

ରଥକାଠ ଚିରଟ ଅନୁକୂଳ ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ

ପୁରୀ ଅଫିସ,୨ା୪ : ଆସନ୍ତା ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ...

ବାଙ୍ଗାଲୋରରେ ଫସିଛନ୍ତି ଓଡ଼ିଆ: ବିସ୍କୁଟ ଖାଇ ବିତୁଛି ଦିନ

ବିଶୋଇ,୩୦ା୩(ଡି.ଏନ୍‌.ଏ.)- ‘ସାର ଆମକୁ ଆମ ଘରକୁ ନେଇ ଯାଆନ୍ତୁ। ଘର କଥା ମନେ ପଡୁଛି । ପାଖରେ ଟଙ୍କା ନାହିଁ ବିସ୍କୁଟ ଖାଇ ଦିନ କଟୁଛି’...

୩ ଦିନ ଧରି ଚିଲିକାରେ ଜଳବନ୍ଦୀ ଥିଲେ ମତ୍ସ୍ୟଜୀବୀ ପରିବାର, ଆଜି ହେଲେ ଉଦ୍ଧାର

କୃଷ୍ଣପ୍ରସାଦ,୨୭ା୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ଜେଟିରେ ୩ ଦିନ ଧରି ଏକ ମତ୍ସ୍ୟଜୀବୀ ପରିବାର ଜଳବନ୍ଦୀ ଭାବେ ରହିଥିବା ବେଳେ ସେମାନଙ୍କୁ ବୁଧବାର...

ଅନୁମତି ବାତିଲ କଲେ ସରକାର

ଭୁବନେଶ୍ୱର,୨୬ା୧୧:ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍‌ରେ ଗତ ଅକ୍ଟୋବର ୭ ତାରିଖରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହାର ଅନୁମତି...

ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମ ବୋଝେଇ ଟିପ୍ପର

କଳିଙ୍ଗନଗର/ଡୁବୁରୀ, ୧୦।୧୨(ଡି.ଏନ.ଏ):ଯାଜପୁର ଜିଲା କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସୋମବାର ଏକ କ୍ରୋମ ବୋଝେଇ ଟିପ୍ପର ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା: ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ

ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ...

Advertisement
Archives

Model This Week