ପୁରୀ: ହୋଟେଲ ଶିଳ୍ପରେ ତାଲା

ପୁରୀ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ନୂଆ ନୂଆ କଟକଣା ବି ଲଗାଉଛି। ପ୍ରଶାସନିକ ନିର୍ଦ୍ଦେଶ ଫଳରେ ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଛି ପୁରୀ। ଫଳରେ ଏହାର ପ୍ରଭାବ ହୋଟେଲ ଶିଳ୍ପ ଉପରେ ପଡ଼ିଛି। ବିଭିନ୍ନ ହୋଟେଲରେ ତାଲା ଝୁଲୁଥିବାବେଳେ ଏଠାରେ କାର୍ଯ୍ୟରତ କର୍ମଚାରୀ ଛୁଟି ନେଇ ଘରକୁ ଚାଲିଯାଇଛନ୍ତି। ହୋଟେଲ, ଲଜିଂ, ହଲିଡେ ହୋମ୍‌, ଧର୍ମଶାଳା ଆଦିରେ ନୀରବତା ଖେଳିଯାଇଛି। ତେବେ ପୁରୀର ହୋଟେଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ନିର୍ଭର କରୁଥିବା ହଜାର ହଜାର ପରିବାର ଏବେ ପେଟପାଟଣା ଚିନ୍ତାରେ ଅଛନ୍ତି।

ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଅଂଶ ହେଉଛି ହୋଟେଲ। ହୋଟେଲ ଯୋଗୁ ହିଁ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିଥାଏ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟହ ଏଠାକୁ ଦେଶ ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରରେ ପ୍ରାୟ ୧,୦୦୦ ଛୋଟ, ବଡ଼ ହୋଟେଲ ରହିଛି। କିନ୍ତୁ କରୋନା ପାଇଁ ଏବେ ହୋଟେଲଗୁଡ଼ିକରେ ତାଲା ଝୁଲିଛି। ବାହାର ପର୍ଯ୍ୟଟକଙ୍କୁ ସହରରୁ ଖାଲି କରିବା ଲାଗି ପ୍ରଶାସନିକ କଟକଣା ପରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ବିପତ୍ତି ସମୟରେ ବ୍ୟକ୍ତିଗତ ସ୍ବାର୍ଥକୁ ପଛକୁ ଠେଲି ହୋଟେଲ ମାଲିକମାନେ ସହଯୋଗ କରିଛନ୍ତି। ଅଧିକାଂଶ ହୋଟେଲ ଫାଟକରେ ତାଲା ଝୁଲିବା ସହ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ କ୍ଲୋଜ ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି। ହୋଟେଲଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଏଠାରେ ପେଟପାଟଣା ପାଇଁ କାମ କରୁଥିବା ଛୋଟ, ବଡ଼ କର୍ମଚାରୀ ଏବେ ଛୁଟିରେ ପଳାଇଛନ୍ତି। ହୋଟେଲ ଶିଳ୍ପ ଦ୍ୱାରା ଏମାନେ ରୋଜଗାରକ୍ଷମ ହେବା ସହ ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ ସେମାନଙ୍କ ପରିବାର ବି ସମସ୍ୟାରେ ପଡ଼ିିଛନ୍ତି। ସେହିପରି ପରୋକ୍ଷରେ ହୋଟେଲ ଶିଳ୍ପ ଉପରେ ଅଟୋ, ରିକ୍ସା, ବସ୍‌ ଏବଂ ଟ୍ୟାକ୍ସି ଚାଳକ ନିର୍ଭରଶୀଳ। ଏମାନେ ଯାତ୍ରୀ, ପର୍ଯ୍ୟଟକଙ୍କୁ ଆଣି ହୋଟେଲରେ ପହଞ୍ଚାଇ ଯାହା କିଛି ଅର୍ଥ ରୋଜଗାର କରନ୍ତି ସେଥିରେ ସେମାନଙ୍କ ପରିବାର ଚଳେ। କିନ୍ତୁ ପୁରୀ ପର୍ଯ୍ୟଟକ ଶୂନ୍ୟ ହେବା ପରେ ଏମାନେ ରୋଜଗାର ହରାଇଛନ୍ତି।
ହୋଟେଲ କର୍ମଚାରୀ ବାଦଲ ମହାନ୍ତି କହିଛନ୍ତି, ଆମ ପରିବାରର ୪ ସଦସ୍ୟ। ସମସ୍ତେ ମୋ’ ରୋଜଗାର ଉପରେ ନିର୍ଭର କରନ୍ତି। ଏକ ହୋଟେଲରେ ଶେଫ୍‌ ଭାବେ କାମ କରେ। କିନ୍ତୁ ବର୍ତ୍ତମାନ କଟକଣା ଯୋଗୁ ହୋଟେଲ ବନ୍ଦ ହୋଇଯାଇଛି। ତେଣୁ ଗଁାକୁ ଚାଲିଯାଉଛି। ପୁଣି କେବେ ସ୍ଥିତି ସ୍ବାଭାବିକ ହେବ ତାହା ଜଣାନାହିଁ, ଯାହା ଭାଗ୍ୟରେ ଥିବ ତାହା ହେବ। ସେହିପରି ହାରୋର ଉପାଧ୍ୟକ୍ଷ ରାଜକିଶୋର ପାତ୍ର କହିଛନ୍ତି, କରୋନା କଟକଣା ଯୋଗୁ ପୁରୀର ପ୍ରାୟ ସବୁ ହୋଟେଲ ପର୍ଯ୍ୟଟକଶୂନ୍ୟ ହୋଇପଡ଼ିିଛି। ହୋଟେଲରେ ତାଲା ପଡ଼ିିଥିବାବେଳେ ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ଘରକୁ ପଳାଇଛନ୍ତି। ହୋଟେଲ ମାଲିକମାନେ ଦୈନିକ ପ୍ରାୟ ୫୦ରୁ ୬୦ ହଜାର ଟଙ୍କା କ୍ଷତି ସହୁଛନ୍ତି। ଏଭଳି ସ୍ଥିତି ଯଦି ଅଧିକ ଦିନ ଲାଗି ରୁହେ ନିଶ୍ଚିତ ହୋଟେଲ ଶିଳ୍ପ ଉପରେ ଏହା ବଡ଼ ପ୍ରଭାବ ପକାଇବ। ଅନେକ ହୋଟେଲ ବୁଡ଼ିବା ସହ କର୍ମଚାରୀମାନେ ମଧ୍ୟ ରୋଜଗାର ହରାଇବେ। ଏଭଳି ସ୍ଥିତିକୁ ସମସ୍ତେ ମିଳିମିଶି ମୁକାବିଲା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?