ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି। ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ବ୍ୟବସାୟୀ। ସୋମବାର ପୁରୀ ସମୁଦ୍ରରୁ ଏକ ବିରଳ ପ୍ରଜାତିର ସାର୍କ ମାଛ ଧରାପଡ଼ିବା ଏବଂ ଏହାକୁ ତରବରିଆ ଭାବେ ଜଣେ ବ୍ୟବସାୟୀ କିଣିନେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ପ୍ରତ୍ୟେକ ଦିନ ଏହିଭଳି ମାଛ ସୂତି ଓ ଜାଲରେ ପଡୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।
ପେଣ୍ଠକଟା ଅଞ୍ଚଳର ମତ୍ସ୍ୟଜୀବୀମାନେ ପ୍ରତ୍ୟହ ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି। ହଜାର ହଜାର ସଂଖ୍ୟାରେ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ସେମାନଙ୍କ ପରିବାର ଚଳାଇଥାନ୍ତି। ସମୁଦ୍ର ଭିତରେ ଜାଲ ପକାଇ ମାଛ ଧରିବା ସହ ସୂତି ମଧ୍ୟ ପକାଇଥାନ୍ତି। ତେବେ ବେଳେବେଳେ ଜାଲରେ ବିରଳ ପ୍ରଜାତିର ମାଛ ପଡ଼ନ୍ତି। କିନ୍ତୁ ଅନେକ ମାଛକୁ ମତ୍ସ୍ୟଜୀବୀମାନେ ଚିହ୍ନି ପାରୁ ନ ଥିବାବେଳେ ଏହାକୁ ସାଧାରଣ ମାଛ ଦାମ୍‌ରେ ବିକ୍ରି କରିଥାନ୍ତି। ଫଳରେ ମତ୍ସ୍ୟ ବ୍ୟବସାୟୀମାନେ ଏହାକୁ ବାହାରକୁ ରପ୍ତାନି କରି ମୋଟା ଅଙ୍କର ଲାଭବାନ ହେଉଛନ୍ତି। ସେହିପରି ସୂତିରେ ବି ବଡ଼ ବଡ଼ ବିରଳ ମାଛ ଧରିଥାନ୍ତି। ସୋମବାର ସୂତିରେ ଏକ ବିରଳ ପ୍ରଜାତିର ସାର୍କ ମାଛ ପଡିଥିଲା। ସୂତି କଣ୍ଟା ସେମିତି ଲାଗି ରହିଥିବାବେଳେ ଏହାର ପେଟ ଚିରି ହୋଇଯାଇଥିଲା। ସମ୍ପୃକ୍ତ ମତ୍ସ୍ୟଜୀବୀ ଏହାକୁ ବେଳାଭୂମି ବାଲିରେ ଆଣି ପକାଇଥିଲେ। ପାଖାପାଖି ୧୦ କିଲୋ ଓଜନ ବିଶିଷ୍ଟ ଏହି ମାଛକୁ ଜଣେ ମତ୍ସ୍ୟଜୀବୀ ଅନ୍ୟ ମାଛ ସହ ନିଲାମରେ କିଣି ନେଇଥିଲେ। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ପଚାରିବାରୁ ପ୍ରାୟ ପ୍ରତ୍ୟହ ଅଧିକାଂଶଙ୍କ ଜାଲରେ ଏହିଭଳି ମାଛ ପଡୁଛି। ସାର୍କ ଫାର୍କ କ’ଣ ଆମେ ଜାଣିନୁ। ଏହାକୁ ମଗର ମାଛ କହି ଆମେ ବିକ୍ରି କରୁଛୁ । ଅନ୍ୟ ମାଛ ସହ ମିଶାଇ ଏହାକୁ ନିଲାମରେ ବ୍ୟବସାୟୀମାନେ କିଣି ନେଉଛନ୍ତି।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଞ୍ଜନ ରଥ କହିଛନ୍ତି, ଏହା ବିରଳ ପ୍ରଜାତିର ବ୍ଲାକଟିପ୍‌ ରିଫ୍‌ ସାର୍କ। ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର) ଅନୁସାରେ ଏହାକୁ ଧରିବା କିମ୍ବା ବିକ୍ରି କରିବା ବେଆଇନ। ଏହା ସାଧାରଣତଃ କୋରାଲ ରିଫ୍‌ରେ ବାସ କରିଥାନ୍ତି। ବେଳେବେଳେ ଖାଦ୍ୟ ଅନ୍ବେଷଣରେ ଏମାନେ ସମୁଦ୍ରର ମୁହାଣ ଅଞ୍ଚଳ ଏପରି କି ମଧୁର ଜଳକୁ ପଶିଆସନ୍ତି। ଏମାନଙ୍କ ପ୍ରଜନନ କ୍ଷମତା ବହୁତ କମ୍‌। ଏଭଳି ପ୍ରଜାତିର ମାଈ ସାର୍କ ଥରକେ ଗୋଟିଏ ପ୍ରଜନନ କରିଥାଏ। ସମୁଦ୍ରରେ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମୁଦ୍ରରେ ପ୍ରଦୂଷଣ ବଢୁଥିବାରୁ ଏମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ଏଭଳି ସାର୍କ ନ ଧରିବା ଲାଗି ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ଦରକାର। ମତ୍ସ୍ୟଜୀବୀମାନେ ମଧ୍ୟ ଏହା ନ ଜାଣିପାରି ଅନ୍ୟ ସାଧାରଣ ମାଛ ଭଳି ବ୍ୟବସାୟୀଙ୍କ ହାତକୁ ଟେକି ଦେଉଛନ୍ତି। ପୁରୀରେ ସାର୍କ, ଡଲ୍‌ଫିନଙ୍କ ଉପସ୍ଥିତି ଭଲ ରହିଛି। କିନ୍ତୁ ସେମାନଙ୍କ ସୁରକ୍ଷା ଏବଂ ପ୍ରଜନନ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଯେଉଁମାନେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବା ଦରକାର ବୋଲି ରଥ କହିଛନ୍ତି।
ଅନ୍ୟପକ୍ଷରେ ସହକାରୀ ମତ୍ସ୍ୟ ଅଧିକାରୀ ଦୀକ୍ଷା ଖାଡ଼ଙ୍ଗା କହିଛନ୍ତି, ଏହି ପ୍ରଜାତିର ସାର୍କ ମାଛ ପୁରୀ ଉପକୂଳରେ ଦେଖାଯାଉଛନ୍ତି। ଅବାଧରେ ଏହି ସାର୍କ ଶିକାର କରାଯାଉଥିବା ନେଇ କୌଣସି ସୂଚନା ନାହିଁ। ତଥାପି ଯଦି କେହି ଏମିତି ଶିକାର କରି ବାହାରକୁ ଚାଲାଣ କରୁଥାନ୍ତି ଏ ଦିଗରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଥାଉ କି, ଆନ୍ତର୍ଜାତିକ ସ୍ତରରେ ଏହି ପ୍ରଜାତିର ମାଛ ମାରିବା ଉପରେ କଟକଣା ରହିଛି। ଗତବର୍ଷ ଜାନୁୟାରୀ ମାସରେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲରରୁ ୧୭୫ଟି ବିରଳ ପ୍ରଜାତିର ସାର୍କ ମାଛ ଜବତ କରାଯାଇଥିଲା। ଏହି ଘଟଣାରେ ୭ ମତ୍ସ୍ୟଜୀବୀଙ୍କୁ ଜେଲ୍‌ ଯିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri