ପୁରୀ ସଦର ଥାନା ଏଏସ୍‌ଆଇ ନିଲମ୍ବିତ

ପୁରୀ ଅଫିସ, ୧୧ା୨(ଡି.ଏନ.ଏ): ରାଜ୍ୟରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ଗତ ଗାନ୍ଧୀ ଜୟନ୍ତୀଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ପୋଲିସ ବିଭାଗରେ ସ୍ବଚ୍ଛତା ଓ ଜନତାଙ୍କ ସହ ସୁସମ୍ପର୍କ ସ୍ଥାପନ ଲକ୍ଷ୍ୟ ନେଇ ମୋ’ ସରକାର ଏବଂ ୫-ଟିରେ ପୋଲିସ ପ୍ରଶାସନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏ ନେଇ ଲୋକଙ୍କ ମତାମତ ମଧ୍ୟ ଲୋଡ଼ାଯାଉଛି। ଯେଉଁଠି କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସୁଛି ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ସୋମବାର ପୁରୀ ସଦର ଥାନା ଏଏସ୍‌ଆଇ ପ୍ରହ୍ଲାଦ ବରାଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପୁରୀ ଏସ୍‌ପି ଡ. ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି, ଏଏସ୍‌ଆଇ ବରାଳଙ୍କ ବିରୋଧରେ ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ନେଇ ଅଭିଯୋଗ ଆସିଥିଲା। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ସେ ଦୁର୍ବ୍ୟବହାର ପ୍ରଦର୍ଶନ ସହ ତଦନ୍ତରେ ଶିଥିଳତା କରୁଥିବା ଅଭିଯୋଗ ହୋଇଥିଲା। ମୋ’ ସରକାରରେ ଏଭଳି ଅଭିଯୋଗ ହେବା ପରେ ତଦନ୍ତ କରାଯାଇଥିଲା। ପ୍ରାଥମିକ ତଦନ୍ତ ଭିତ୍ତିରେ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଏସ୍‌ପି ଦାଶ ସୂଚନା ଦେଇଛନ୍ତି। ତେବେ ତାଙ୍କ ବିରୋଧରେ କିଏ ଓ କେବେ ଅଭିଯୋଗ ଆଣିଥିଲେ ସେ ସମ୍ପର୍କରେ ଏସ୍‌ପି କିଛି ସ୍ପଷ୍ଟ କରିନାହାନ୍ତି। ଅଭିଯୋଗକାରୀଙ୍କୁ ତଦନ୍ତରେ ସହାୟତା, ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ତଦନ୍ତ ଅଗ୍ରଗତି ସମ୍ପର୍କରେ ଜଣାଇବା ଲାଗି ସମସ୍ତ ଥାନାକୁ ତାଗିଦ୍‌ କରାଯାଇଛି। କୌଣସି ପୋଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା କିମ୍ବା ଅଭିଯୋଗକାରୀଙ୍କୁ ହଇରାଣ କରିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖ ଥାଉ କି, ପୂର୍ବରୁ ଏତଲାକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପୁରୀ କଣ୍ଟ୍ରୋଲ ରୁମ୍‌ର ଜଣେ କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବ: ନଷ୍ଟ କଲେ ଏକର ଏକର ଧାନଫସଲ

ପାଟଣା,୧୬ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଅଞ୍ଚଳର ବିନିଦା, ବାଲିପଶି ଓ ମଙ୍ଗଳପୁର ଗାଁରେ ୨୨ଟି ବଣୁଆ ହାତୀ ଉପଦ୍ରବ କରିଥିବା ଦେଖିବାକୁ...

୫ ପ୍ୟାକେଟ ବ୍ରାଉନସୁଗାର ଜବତ, ୫ ଗିରଫ

ରଣପୁର,୪।୮(ସ୍ବ.ପ୍ର.) : ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ନୟାଗଡ଼ ଜିଲାର ରଣପୁର ଥାନା ପୋଲିସ ରଣପୁର ବଜାର, ବିଭିନ୍ନ ସାହି, ମଣିନାଗ ପୀଠ ଓ ବ୍ଲକ ଅଞ୍ଚଳରେ...

ବୁଲେଟ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୧୯।୧୨(ଡି.ଏନ.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ବ୍ରହ୍ମପୁର-ପୁରୁଷୋତ୍ତମପୁର ରାସ୍ତାର ଚାଙ୍ଗୁଡିଆ ପଦର ସାହି ଛକଠାରେ ଏକ ବୁଲେଟ ମୋଟର ସାଇକେଲ ଧକ୍କାରେ ମହିଳାଙ୍କ...

ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଶିଳ୍ପ ପ୍ରଦୂଷଣରେ ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ,୫ା୫: ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ ଅନ୍ୟ ୩ ପାର୍ଶ୍ୱରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତସିଂହପୁର, କଟକ,...

‘ପର୍ବତରୁ ମିଳେ ୮୦% ଖାଦ୍ୟ’

ଅନୁଗୋଳ ଅଫିସ, ୧୨।୧୨: ଅନୁଗୋଳ ଜିଲା କନ୍ତପଡ଼ା ପଞ୍ଚାୟତ ଜୈବ ବିବିଧତା ପରିଚାଳନା ସମିତି ଏବଂ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଆନୁକୂଲ୍ୟରେ ଶନିବାର ଅନ୍ତର୍ଜାତୀୟ...

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା...

କମ୍‌ ଦରରେ ଧାନ ନେବାକୁ ସକ୍ରିୟ ମିଲର୍ସ, ବେପାରୀ

ବିଷମକଟକ,୧୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ। ଚାଷୀ ଖୋଲା ଆକାଶ ତଳେ ଧାନ ଅମଳ କରି ଜଗି ରହିଛନ୍ତି। ବାରମ୍ବାର ଲଘୁଚାପ ଚାଷୀକୁ...

ବିଏସ୍‌କଓ୍ବୋଇରେ ମିଛ ପ୍ରଚାର କରାଯାଉଛି: ସୁରଜ

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ର ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ କମିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ ଓ ନିରାଧାର ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ...

Advertisement
Archives

Model This Week