ପୁରୀ ରେଳ ଷ୍ଟେଶନ ସାଜିଛି ମାନବ ଚାଲାଣର ମାଧ୍ୟମ

ପୁରୀ ଅଫିସ,୨୭ା୨: ଓଡ଼ିଶାର ଆଦିବାସୀ ଅଞ୍ଚଳଗୁଡ଼ିକରୁ ବାହାର ରାଜ୍ୟକୁ ମାନବଚାଲାଣ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଟ୍ରେନରେ ମାନବ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ଉଠିଛନ୍ତି। ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ପ୍ରଭୃତି ଅଞ୍ଚଳରୁ ନାବାଳିକା, ନାବାଳକଙ୍କୁ ଦାଦନ ଖଟିବା ଲାଗି ଏଜେଣ୍ଟଙ୍କ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି। ମୁଖତଃ ସୁରଟ, ବମ୍ବେ, ବାଙ୍ଗାଲୁରୁ, ଚେନ୍ନାଇ ପ୍ରଭୃତି ଅଞ୍ଚଳକୁ ଅଧିଖ ଚାଲାଣ କରାଯାଉଥିବା ଜଣାପଡିଛି। ତେବେ ପୁରୀ ଷ୍ଟେଶନ ଏମାନଙ୍କ ଲାଗି ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ପୁରୀଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ସୁବିଧା ଥିବାରୁ ଅଧିକାଂଶ ନାବାଳିକା ନାବାଳକଙ୍କୁ ଧରି ଏହି ଷ୍ଟେଶନରୁ ଯାତ୍ରା କରିଥାନ୍ତି। ନିକଟରେ ପୁରୀ ଷ୍ଟେଶନରୁ ୫ଜଣ ନାବାଳକ ଓ ୩ ସାବାଳକ ଧରାପଡ଼ିଥିଲେ। ଏମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ନେଇ ପୋଲିସ ୨ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା। ବିଭିନ୍ନ ଅଞ୍ଚଳରୁ ସଂଗୃହିତ ପିଲାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରେନ ଯୋଗେ ଏଠାରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ଜନୈକ ଏଜେଣ୍ଟ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ମଙ୍ଗଳବାର କଟକ ପୋଲିସ ମୁଖ୍ୟାଳୟଠାରେ ରେଳ ସୁରକ୍ଷା କମିଟିର ତ୍ରୈମାସିକ ବୈଠକରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ପୋଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ତାଗିଦ୍‌ କରିଥିଲେ। ଆରପିଏଫ, ଜିଆରପି ଏବଂ ପୋଲିସ ମଧ୍ୟରେ ସମନ୍ବୟତା ରଖି ଷ୍ଟେଶନ ପରିସରରେ ଘଟୁଥିବା ସମସ୍ତ ଗତିବିଧି ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ମାନବଚାଲାଣ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମିଳିଥିବା ସୂଚନା ପ୍ରକାରେ ରୀତିମତ ଭାବେ ପୁରୀର ବ୍ରହ୍ମଗିରି, ସତ୍ୟବାଦୀ, ଅସ୍ତରଙ୍ଗ ପ୍ରଭୃତି ନାବାଳିକା ଓ ସାବାଳିକାମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଛି। ୨୦୧୮ରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର ୧୮ଜଣ ନାବାଳିକା ଓ ସାବାଳିକାଙ୍କୁ ଟ୍ରେନରେ ଚାଲାଣ ବେଳେ ଧରାପଡିଥିଲା। ଏ ନେଇ ଆରପିଏଫ ଥାନାଧିକାରୀ ଅନିଲ କୁମାର ସିଂ କୁହନ୍ତି, ମାନବାଚାଲାଣ ରୋକିବା ଲାଗି ଆରପିଏଫ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏ ନେଇ ଷ୍ଟେଶନରୁ ଟ୍ରେନ ଛାଡିବାର କିଛି ସମୟ ପୂର୍ବରୁ ଟ୍ରେନ ପରିସର ଚେକିଂ କରାଯାଉଛି। କୌଣସି ବ୍ୟକ୍ତି ବିଶେଷ ଅଥବା ପ୍ଲାଟଫର୍ମରେ ନାବାଳିକା ବସିଥିବା ସନ୍ଦେହ ହେଲେ ସେମାନଙ୍କୁ ତୁରନ୍ତ ଥାନାକୁ ଆଣି ପଚରାଉଚୁରା କରାଯାଉଛି। ନିକଟରେ ମାନବଚାଲାଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏନେଇ ଆରପିଏଫ ପକ୍ଷରୁ ଦୃଷ୍ଟି ଦିଆଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri