ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା: ୩ ଗିରଫ

ପୁରୀ ଅଫିସ, ୧୮ା୨: ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିସାହିର ଆନନ୍ଦ ସାହୁ (୨୫), କାଳିକାଦେବୀ ସାହିର ଆଲୋକ ସାହୁ (୨୫) ଏବଂ ରାଜା ସ୍ବାଇଁ (୨୫)। ଛାତ୍ର କଂଗ୍ରେସ ନେତା ସ୍ବପ୍ନଜିତ ରାୟଙ୍କ ଅଭିଯୋଗ କ୍ରମେ ପୋଲିସ ଏକ କେସ୍‌ (ନଂ. ୫୫/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ସୋମବାର ପୁରୀ ଜିଲାର ସାଙ୍ଗଠନିକ କାର୍ଯକ୍ରମ ସମ୍ପର୍କରେ ଆଲୋଚନା ଲାଗି ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଯୋଗଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ପ୍ରମୁଖ ଶୋଭାଯାତ୍ରାରେ ଇନ୍ଦିରା ଭବନକୁ ପ୍ରବେଶ କରୁଥିଲେ। ଏହି ସମୟରେ ଭବନ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଯୁବନେତା ଆଲୋକ ଦାଶ, ଛାତ୍ରନେତା ଆଶୁତୋଷ ମିଶ୍ର ଓ ସ୍ପପ୍ନଜିତ ରାୟ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri