ପୁରୀ ଜିଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିବେ ସ୍ବାସ୍ଥ୍ୟ ସଚିବ : ବାତ୍ୟା କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ ୨୦ ଡାକ୍ତର

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ତଦାରଖ ଲାଗି ବିଭାଗୀୟ ଶାସନ ସଚିବଙ୍କ ସହ ଅନ୍ୟ ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀମାନେ ସୋମବାର ପୁରୀ ଜିଲାର ବିଭିନ୍ନ ବ୍ଲକ ଗସ୍ତ କରିବେ। ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କୃଷ୍ଣପ୍ରସାଦ ବ୍ଲକକୁ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗସ୍ତ କରିବେ। ସେହିଭଳି ପୁରୀ ସଦର ବ୍ଲକକୁ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଯିବାକୁ ସ୍ଥିର ହୋଇଥିବା ବେଳେ ବ୍ରହ୍ମଗିରି ବ୍ଲକକୁ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ମାନସ ପାଢ଼ୀ ଓ ଉପସଚିବ ରାଜେଶ ଅଗ୍ରଓ୍ବାଲ ଯିବେ। ସତ୍ୟବାଦୀ ବ୍ଲକକୁ ବିଭାଗ ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକକୁ ଉପସଚିବ ଜସ୍ମିନ ପଟ୍ଟନାୟକ ଓ ସ୍ବତନ୍ତ୍ର ସଚିବ ଶରତ ମିଶ୍ର ଏବଂ ଗୋପ ବ୍ଲକକୁ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପସଚିବ ମମତା ବାରିକ ଯିବା ପାଇଁ ସ୍ଥିର ହୋଇଛି। ଅଧିକାରୀମାନଙ୍କ ଗସ୍ତ ସମୟରେ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ। ପ୍ରତ୍ୟେକ ଟିମ୍‌ କ୍ଷେତ୍ରସ୍ଥଳକୁ ଯାଇ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି, ତାହା ଅନୁଧ୍ୟାନ କରିବେ। ବିଶେଷକରି ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତିଙ୍କୁ ଉପଯୁକ୍ତ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନ ବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କତାମୂଳକ ପଦକ୍ଷେପ କିଭଳି କାର୍ଯ୍ୟକାରୀ ହେଉଛି, ତାହା ଲୋକଙ୍କଠାରୁ ପଚାରି ବୁଝିବେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ପ୍ରତି ୧୦ ପଞ୍ଚାୟତ ପାଇଁ ଜଣେ ଲେଖାଏ ଡାକ୍ତର ମୁତୟନ ରହିବେ। ଅନୁରୂପ ଭାବେ ପ୍ରତି ପଞ୍ଚାୟତ ଲାଗି ଜଣେ ଲେଖାଏ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱରେ ରହିବେ। ପୁରୀ ଏବଂ ଖୋର୍ଦ୍ଧା ଜିଲାର ବାତ୍ୟା ପ୍ରଭାବିତ ୯ଟି ବ୍ଲକରେ ଏଭଳି ବ୍ୟବସ୍ଥା କରାଯାଇଥିବା ବେଳେ ତଦନୁଯାୟୀ ୨୦ଜଣ ଡାକ୍ତର ଓ ୨୦୦ଜଣ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯିବ। ଏଥିପାଇଁ ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାର ସିଡିଏମ୍‌ଓମାନଙ୍କୁ ସେମାନଙ୍କ ଜିଲାରୁ ଡାକ୍ତର ଓ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଠାଇବାକୁ କୁହାଯାଇଛି। ସୋମବାର ସକାଳ ୮ଟା ସୁଦ୍ଧା ସେମାନେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ କରିବା ସହିତ ୭ ଦିନ ପାଇଁ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଓ ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ। ସବିଶେଷ ସୂଚନାନୁଯାୟୀ, ରବିବାର ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୮୪ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ ହୋଇଥିବା ବେଳେ ୬୮୮ ମେଡିକାଲ ରିଲିଫ୍‌ କେନ୍ଦ୍ର କାର୍ଯ୍ୟ କରୁଛି। ଅନ୍ୟାନ୍ୟ ଜିଲାରୁ ୭୬ଜଣ ଡାକ୍ତର ଓ ୩୧୦ଜଣ ପାରାମେଡିକାଲ କର୍ମଚାରୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଛି। ଗଁା କଲ୍ୟାଣ ସମିତି ଜରିଆରେ ୧୧,୧୧୨ଟି ସଫେଇ କାର୍ଯ୍ୟକ୍ରମ ସରିଛି। ପାନୀୟ ଜଳ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ହାତକୁ ନିଆଯିବା ସହିତ ରବିବାର ସୁଦ୍ଧା ୫୯,୩୨୫ ମୁକ୍ତ ଜଳ ଉତ୍ସକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri