ପୁରୀ ଛାଡ଼ିଲେ ପର୍ଯ୍ୟଟକ

ପୁରୀ ଅଫିସ,୧୯।୩: ପୁରୀ ସହରରେ କଡ଼ାକଡ଼ି ହୋଇଛି କରୋନା କଟକଣା। ଶ୍ରୀମନ୍ଦିର ହେଉ କି ହୋଟେଲ, ବେଳାଭୂମି ସବୁଠି ଦେଖିବାକୁ ମିଳୁଛି କରୋନା ପ୍ରଭାବ। ସହରରେ ଆଉ ପୂର୍ବପରି ଗହଳି ଚହଳି ଜଣାପଡୁ ନାହିଁ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ସର୍ବଦା ପୂରିଉଠୁଥିବା ପୁରୀ ଏବେ ପର୍ଯ୍ୟଟକଙ୍କୁ ସହର ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରିଛି। କରୋନା ମୁକାବିଲା ଲାଗି ପ୍ରଶାସନିକ ନିର୍ଦ୍ଦେଶକୁ ମାନୁଛନ୍ତି ସମସ୍ତେ। ଏଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଜୀବନ ଆଗ, ଜୀବିକା ପଛକୁ ବୁଝିଥିବା ହୋଟେଲ, ଲଜ୍‌ ଓ ହଲିଡେ ହୋମ୍‌ ମାଲିକ ପର୍ଯ୍ୟଟକଙ୍କୁ ସହର ଛାଡ଼ିବାକୁ ବୁଝାଇଛନ୍ତି। କୌଣସି ନୂଆ ବୁକିଂ ରଖି ନ ଥିବାବେଳେ ପୁରୁଣା ବୁକିଂ କରିଥିବା ଲୋକଙ୍କୁ ପୁରୀକୁ ଏବେ ନ ଆସିବା ପାଇଁ କହିଛନ୍ତି। ତେବେ ସହରର ବିଭିନ୍ନ ହୋଟେଲ, ଲଜିଂ ଆଦିରେ ରହୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁରୀ ଛାଡ଼ିଛନ୍ତି। ଅନ୍ୟମାନେ ଗୁରୁବାର ସୁଦ୍ଧା ଯିବେ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି। ସେହିପରି ସବୁବେଳେ ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବେଳାଭୂମି ଖଁ। ଖଁ। ରହିଥିବାବେଳେ ରାସ୍ତାଘାଟରେ ବି ଲୋକଙ୍କ ସଂଖ୍ୟା ବେଶ୍‌ କମ୍‌ ରହିଥିଲା।
କରୋନାର ଭୟାବହତାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ କିପରି ସହରରୁ ଖାଲି କରାଯିବ ସେନେଇ ମଙ୍ଗଳବାର ହୋଟେଲ ସଂଘକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ମାଲିକମାନେ କୌଣସି ନୂଆ ବୁକିଂ ରଖି ନ ଥିବାବେଳେ ଯେଉଁମାନେ ପୁରୁଣା ବୁକିଂ କରିଥିଲେ ସେମାନଙ୍କୁ ବର୍ତ୍ତମାନ ପୁରୀ ନ ଆସିବାକୁ କହିଥିଲେ। ଅନ୍ୟପକ୍ଷରେ ବୁଧବାର ବହୁ ସଂଖ୍ୟକ ପର୍ଯ୍ୟଟକ ସହର ଛାଡ଼ିଥିଲେ। ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଯାଇଛି। ବାହାରେ ବୁଲାବୁଲି ନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ତେଣୁ ହୋଟେଲରେ ରହିବା ଅପେକ୍ଷା କରୋନା ଭୟ ନେଇ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମର୍ଥନ ଜଣାଇ ପର୍ଯ୍ୟଟକମାନେ ପୁରୀ ଛାଡ଼ିଥିଲେ।
ତେବେ କୌଣସି ବିଦେଶୀ ପର୍ଯ୍ୟଟକ ଯେପରି ପୁରୀକୁ ନ ଆସିବେ ତାହା ଉପରେ କଟକଣା ଲଗାଯାଇଛି। କିନ୍ତୁ ବୁଧବାର ଆମେରିକାର ୨ଜଣ ପର୍ଯ୍ୟଟକ ପୁରୀରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ସମ୍ପୃକ୍ତ ହୋଟେଲ ପକ୍ଷରୁ ପୋଲିସକୁ ଜଣାଇ ଦିଆଯାଇଥିଲା। ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପହଞ୍ଚତ୍ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ମାତ୍ର ସେମାନଙ୍କଠାରେ କରୋନା ଭୂତାଣୁର କୌଣସି ଲକ୍ଷଣ ନ ଥିବାରୁ ସେମାନଙ୍କୁ ପୁରୀ ଛାଡ଼ିବା ପାଇଁ କୁହାଯାଇଥିଲା। ସମ୍ପୃକ୍ତ ବିଦେଶୀ ନାଗରିକଙ୍କର ଗୁରୁବାର ଫ୍ଲାଇଟ୍‌ ଥିବାରୁ ସେମାନେ ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ଭୁବନେଶ୍ୱର ଫେରିଯାଇଥିଲେ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଳାଭୂମିକୁ ଯିବା ଲାଗି ବାରଣ କରାଯାଇଥିବାରୁ ଦିନତମାମ ଖଁ। ଖଁ। ରହିଥିଲା। ସନ୍ଧ୍ୟାରେ ଯଦିଓ ବେଳାଭୂମିରେ କିଛି ଲୋକ ବୁଲୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ସେମାନଙ୍କୁ ଏକାଠି ନ ହୋଇ ଶୀଘ୍ର ଚାଲିଯିବାକୁ ପୋଲିସ ପକ୍ଷରୁ କୁହାଯାଉଥିଲା। ସେହିପରି ରାସ୍ତାଘାଟରେ ମଧ୍ୟ ଶୂନଶାନ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri