ପୁରୀରେ ହେବ ଟ୍ରାଫିକ ନିୟମ କଡାକଡି

ପୁରୀ ଅଫିସ,୨ା୯ : ରାଜ୍ୟରେ ନୂତନ ମୋଟର ଯାନ ଆଇନ ୨୦୧୯ ରବିବାର ଠାରୁ ଲାଗୁ କରାଯାଇଛି। କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮କୁ ସଂଶୋଧନ କରିଛନ୍ତି। ହେଲମେଟ ପରିଧାନ ନକଲେ, ସିଟ୍‌ ବେଲ୍ଟ ନ ବାନ୍ଧିଲେ ଏଣିକି ଜରିମାନା ଦେବାକୁ ପଡିବ। ମଦ୍ୟପାନ କରି ଯାନ ଚଳାଇଲେ, ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ। ଆମ୍ବୁଲାନ୍ସକୁ ବାଟ ନ ଛାଡିଲେ, ରେଡ ସିଗନାଲକୁ ନ ମାନିଲେ, ଏଣିକି ଯାନାବାହନ ଚାଳକଙ୍କଠାରୁ ଭାରି ମାତ୍ରାରେ ଜରିମାନା ଆଦାୟ କରାଯିବ। ରାଜ୍ୟର ସମସ୍ତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇଛି। ପୁରୀ ପୋଲିସ ପକ୍ଷରୁ ମଧ୍ୟ ପଦେକ୍ଷପ ଗ୍ରହଣ କରାଯାଇଛି। ଏନେଇ ଆଗକୁ ବିିଭିନ୍ନ ସ୍ଥାନରେ ଯାନାବାହନ ଯାଞ୍ଚକୁ କଡାକଡି କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ବାଇକ ଅଥବା କାର ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ। ଆପଣ ବିପଦରେ ପଡିବା ସହିତ ଅନ୍ୟକୁ ମଧ୍ୟ ବିପଦକୁ ଟାଣି ଆଣିବେ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଟ୍ରାଫିକ ନିୟମକୁ ସମସ୍ତେ ମାନିଲେ, ସଡକ ଦୁର୍ଘଟଣା କମିବ। ନାବାଳକଙ୍କୁ ବାଇକ ଚଳାଇବାକୁ ନ ଦେବାକୁ ଏସ୍‌ପି ଦାଶ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି। ଜାତୀୟ ରାଜପଥରେ ଯିବା ସମୟରେ ମୋବାଇଲ ଠାରୁ ଦୁରରେ ରହିବା ସହ ସର୍ବଦା ହେଲମେଟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଚାଲିଲେ ବଢିବ ସଂକ୍ରମଣ: ଆତଙ୍କିତ ଅଞ୍ଚଳବାସୀ

ଯୋଡା,୨୪ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ହେଉଛି ଏକ ଶ୍ରମିକ ବହୁଳ ବସ୍ତି ଓ ହଟିଂ ଉପତ୍ୟକା। ଏଠାକୁ ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ଶ୍ରମିକ ମାନେ...

ସାପ ଓକାଳିଲା ସାପ

ଉଦଳା,୨୧ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସି ଅଧୀନ ୧୦ନଂ. ୱାର୍ଡର କୃପାସିନ୍ଧୁ ବେହେରାଙ୍କ ଘର ବାଡ଼ିରେ ଏକ ବିଷାକ୍ତ ରଣା ସାପ ଖାଦ୍ୟ ଅନ୍ବେଷଣରେ ଆସି...

କଟକଣା ମଧ୍ୟରେ କେନ୍ଦୁଝରରେ ସ୍ବାଧୀନତା ଦିବସ: କୃଷି ମନ୍ତ୍ରୀ କଲେ ପତାକା ଉତ୍ତୋଳନ

କେନ୍ଦୁଝର,୧୫।୮(ସ୍ବ.ପ୍ର.): କରୋନା କଟକଣା ମଧ୍ୟରେ କେନ୍ଦୁଝରରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏ ଥିରେ ମୁଖ୍ୟ ଅତିଥି ଭାବରେ କୃଷି...

ସିଏମ୍‌ସି ଅଞ୍ଚଳରୁ ଆଉ ୩୦୨ ଚିହ୍ନଟ

କଟକ ଅଫିସ, ୨୭।୮: କଟକ ଜିଲାରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର କଟକ ମହାନଗର ନିଗମ ଅଞ୍ଚଳରୁ...

ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

କେନ୍ଦୁଝର,୧୮।୨ (ସ୍ବ.ପ୍ର.) କେନ୍ଦୁଝର ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଯୁକ୍ତ...

କମୁଛନ୍ତି କୁଶଳୀ କର୍ମଚାରୀ

ବଅଁରପାଳ,୧।୫ ଉଡ଼ାଜାହାଜରୁ ବୁଡ଼ାଜାହାଜ। ସମାଧିରୁ ସୌଧ। କଳକବ୍‌ଜାରୁ କାରଖାନା। ବିକାଶର ପ୍ରତିଟି କ୍ଷେତ୍ରରେ ଲୁଚିରହିଛି ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମ। ସ୍ବପ୍ନ, ସମ୍ଭାବନା, ଆତ୍ମସନ୍ତୁଷ୍ଟିକୁ ଜଳାଞ୍ଜଳି ଦେଇ...

ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ...

ଓଡ଼ିଆ ଜାତିର ବୀରତ୍ୱ ବଖାଣେ କଳିଙ୍ଗ ଯୁଦ୍ଧ

କାମାକ୍ଷାନଗର, ୧୦।୧୧(ଡି.ଏନ.ଏ.)-କଳିଙ୍ଗ ଯୁଦ୍ଧକୁ ବାଦ୍‌ ଦେଲେ ଓଡ଼ିଶା ଇତିହାସ ଅସମ୍ପୂର୍ଣ୍ଣ। ଆଜି ବି ଓଡ଼ିଆ ଜାତିର ବୀରତ୍ୱ କଥା ବଖାଣେ କଳିଙ୍ଗ ଯୁଦ୍ଧ। ଅତୀତର ସ୍ମୃତିଚାରଣ...

Advertisement
Archives

Model This Week