ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ ଦେଖାଇ ଚତୁରତାର ସହ ଏଟିଏମ୍‌ ପିନ୍‌ ଓ ଆକାଉଣ୍ଟ ନମ୍ବର ନେଇ ଟଙ୍କା ଗାଏବ କରୁଥିବା ଆଜି ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ସୁପ୍ରଭାତ ମହାପାତ୍ର ଓ ତାଙ୍କ ଘର ପୁରୀ ଜିଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣ୍ୟଦା ଗ୍ରାମରେ ବୋଲି ଜଣାପଡ଼ିଛି। ମାଲକାନଗିରି ସ୍ବତନ୍ତ୍ର ସାଇବର ସେଲ୍‌ର ଇନ୍ସପେକ୍ଟର ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଦଳ ତଦନ୍ତ କରି ଏହି ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣଙ୍କ ମାଲକାନଗିରି ଜିଲାର କାଲିମେଳା ଥାନା ଅନ୍ତର୍ଗତ ଅକ୍ଷୟ ପଣ୍ଡାଙ୍କୁ ଫୋନ୍‌ କରି ୨ ଲକ୍ଷ ଟଙ୍କା ଦିଆଯିବ ବୋଲି କହି ଆକାଉଣ୍ଟ ନମ୍ବର ଓ ପିନ୍‌ ମାଗି ତାଙ୍କ ଆକାଉଣ୍ଟରେ ଥିବା ୪୦ ହଜାର ଟଙ୍କା ଲୁଟ୍‌ କରିଥିବା ବେଳେ ଓରକେଲ ଥାନା ଅଧୀନରେ ମଧ୍ୟ ଜଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇ ଯାଇଥିବା ଏସ୍‌ପି ମୀନା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଅଭିଯୁକ୍ତଙ୍କ ନାମରେ ଯାଜପୁର ଜିଲାର ବଡ଼ଚଣା ଥାନା, କଟକର ଚାଉଳିଆଗଞ୍ଜ, ଗଜପତି ଜିଲାର ପାରଳାଖେମୁଣ୍ଡି ଓ ପୁରୀ ଜିଲାର ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ସେ ଜଣେ ଆନ୍ତଃରାଜ୍ୟ ଅପରାଧୀ ହୋଇଥିବାବେଳେ ଝାଡ଼ଖଣ୍ଡ ରାଜ୍ୟର ଅପରାଧୀଙ୍କ ସହ ତାଙ୍କ ଯୋଗାଯୋଗ ଥିବା ଜଣାପଡ଼ିଛି। ମାଲକାନଗିରି ପୋଲିସ ତାଙ୍କ ଆକାଉଣ୍ଟକୁ ସିଜ୍‌ କରିଥିବାବେଳେ ୨ ଲକ୍ଷ ୬ ହଜାର ୧୯୪ ଟଙ୍କା ଜବତ କରିଥିବା ଏସ୍‌ପି ମୀନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ତେଜିଲା

ମୁନିଗୁଡ଼ା,୧୦ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟବସାୟୀ ନଗରୀ ମୁନିଗୁଡାକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଶୁକ୍ରବାର ଏହି ଦାବି ନେଇ ସ୍ଥାନୀୟ...

ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା

ପୁରୀ ଅଫିସ,୧୧।୧୦: ପୁରୀ ବେଳାଭୂମିକୁ ମିଳିଛି ଅନ୍ତର୍ଜାତୀୟ ସଫଳତା। ବହୁ ପ୍ରତୀକ୍ଷିତ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଛି ପୁରୀର ଗୋଲ୍ଡେନ୍‌ ବିଚ୍‌ । ଡେନ୍‌ମାର୍କର ଫି’...

ବୁଧବାର ପୁରୀ ଡିଭିଜନରେ ପକ୍ଷୀ ଗଣନା: ନିୟୋଜିତ ହେବେ ୨୩ ଟିମ୍‌

ପୁରୀ ଅଫିସ, ୭ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ବୁଧବାର ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ ଗତ ୩...

କଲବଲ କରୁଛି ଗୁଳୁଗୁଳି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ତାତି ନାହିଁ। ଗୁଳୁଗୁଳି କରୁଛି ଅଣନିଃଶ୍ୱାସୀ। ଘରେ କିମ୍ବା ବାହାରେ ତ୍ରାହି ନାହିଁ। ପଙ୍ଖା କାମ ଦେଉନି। ଦେହରୁ ଗମଗମ ଝାଳ ବୋହିବା ସହ...

ଗବେଷଣା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବ ନୂଆ ଶିକ୍ଷାନୀତି : ଧର୍ମେନ୍ଦ୍ର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ନୂଆ ଶିକ୍ଷାନୀତି ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି କରିବ। ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଶିକ୍ଷାର ସ୍ବାଧୀନତା ଓ ସ୍ବାୟତ୍ତତା ବଢ଼ିବ।...

ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା...

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁଙ୍କ ସହଯୋଗୀ କୁଶଲ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁ ଓରଫ୍‌ ସୁନୀଲ ପାତ୍ରଙ୍କ ସହଯୋଗୀ କୁଶଲ ଓରଫ ବାବୁ କେନ୍ଥ୍‌୍‌କୁ...

ମୁଖ୍ୟ ସ୍ରୋତକୁ ଫେରିଲେ ୫ଶହ ମାଓବାଦୀ ସମର୍ଥକ, ଭାଙ୍ଗିଲେ ଶହୀଦ ସ୍ତମ୍ଭ

ଚିତ୍ରକୋଣ୍ଡା/ମାଲକାନଗିରି,୨୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟାଠାରେ ସୋମବାର ପୋଲିସ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ବାଭିମାନ...

Advertisement
Archives

Model This Week