ପୁତୁରାଙ୍କୁ ଆକ୍ରମଣ ମାମଲା:ଦାଦାଙ୍କୁ ୬ ବର୍ଷ ଜେଲ୍‌,୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୨୨।୬ – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁକ୍ରବାର ପୁତୁରାକୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଦାଦା ବାସୁଦେବପୁର ଥାନା ଅଧୀନ ବୈକୁଣ୍ଠପୁର ଗ୍ରାମର ବିପିନ ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଣି କରିଛନ୍ତି।
ପ୍ରକାଶ ଯେ, ବୈକୁଣ୍ଠପୁର ଗ୍ରାମର ନରେନ୍ଦ୍ର ବାରିକଙ୍କ ପୁଅ ଦେବେନ୍ଦ୍ର ସେହି ଗ୍ରାମର କାମିନୀମଣି ଯେନାଙ୍କୁ ପ୍ରେମବିବାହ କରିଥିଲେ। ଦେବେନ୍ଦ୍ରଙ୍କ ପରିବାର ଏହି ବିବାହକୁ ବିରୋଧ କରି ଉଭୟଙ୍କୁ ଘରେ ପୁରାଇ ଦେଉ ନ ଥିଲେ। ଦେବେନ୍ଦ୍ର ତାଙ୍କ ଶ୍ୱଶୁରଘରେ ରହୁଥିଲେ। ୨୦୧୧ ଜୁନ୍‌ ୪ ତାରିଖ ସକାଳେ ଦେବେନ୍ଦ୍ର କୌଣସି କାମରେ ବ୍ରାହ୍ମଣୀଗଁା ବଜାରକୁ ଯାଇଥିବା ବେଳେ ବିପିନ ତାଙ୍କୁ ଡାକି ଅଟକାଇଥିଲେ। ସେ ଏକ ଛୁରୀରେ ତାଙ୍କ ପେଟକୁ ଭୁଷି ଦେବାରୁ ଦେବେନ୍ଦ୍ର ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହୋଇଥିଲେ। ଏହି ଘଟଣାରେ ଦେବେନ୍ଦ୍ରଙ୍କ ସ୍ତ୍ରୀ କାମିନୀମଣି ବାସୁଦେବପୁର ଥାନାରେ ଏତଲା ଦେଇଥିଲେ। ଏନେଇ ଥାନାରେ ମାମଲା (ନଂ.୧୮୬/୨୦୧୧) ରୁଜୁ ହୋଇ ବିପିନଙ୍କ ବିରୋଧରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅମିୟ ରଞ୍ଜନ ଯେନା ସମସ୍ତ ସାକ୍ଷ୍ୟ ବୟାନକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଦଲାଲଙ୍କ କବ୍‌ଜାରେ ରବିଧାନ

ଜଳେଶ୍ୱର, ୧୧।୫(ଡି.ଏନ.ଏ.) – ଗତ କିଛିବର୍ଷ ଧରି ରବି ଓ ଖରିଫ ଧାନ ଅମଳ ସମୟରେ ସରକାରୀ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ...

ଋଣ ଦେବା ନାଁରେ ୫ ଲକ୍ଷ ଠକେଇ : କମ୍ପାନୀ ମାଲିକଙ୍କୁ ପୋଲିସ ଜିମାଦେଲେ ଜମାକାରୀ

ତିହିଡ଼ି, ୧୩।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଭିନ୍ନ ଗ୍ରାମର ୩୯ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବା ନାଁରେ ୫ ଲକ୍ଷ...

ଅଭିନବ ଉପାୟରେ ଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୬ା୬: ସହର ମଧ୍ୟରୁ ଅଭିନବ ଉପାୟରେ ମହିଳାଙ୍କ ବ୍ୟାଗରୁ ସୁନା ଚେନ୍‌ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ରବିବାର ସକାଳେ ଭଦ୍ରକ ସହରର ବନ୍ତ ଛକ...

ମହିଳାଙ୍କୁ ଗଣବଳାତ୍କାର ଘଟଣା: ୩ ଅଭିଯୁକ୍ତ ଗିରଫ

ଜଳେଶ୍ୱର,୨୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଗଣବଳାତ୍କାର ଘଟଣାରେ ପୋଲିସ ଉଦାସୀନ ରହିଥିବା...

ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର...

ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ

ଭୋଗରାଇ,୧୮ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ...

ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ୩ଲକ୍ଷ ୩୦ହଜାର ଟଙ୍କା ସହାୟତା

ସିମୁଳିଆ, ୨୦।୪(ଡି. ଏନ.ଏ.): କରୋନା ସହାୟତା ପାଇଁ ବାଲେଶର ଜିଲା ସିମୁଳିଆ ବ୍ଲକର ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ଲକ୍ଷ...

ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ମଦ, ୩ ଗିରଫ

ବାହାନଗା, ୩୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରାସ୍ଥିତ ସଲ୍ଟ ରୋଡରୁ ଗୋପାଳପୁର ଫାଣ୍ଡି ପୋଲିସ୍‌ ୩ଶହ ଲିଟର ଦେଶୀମଦ ସହିତ ଏକ ବୋଲେରୋକୁ ଜବତ କରିଛନ୍ତି।...

Advertisement
Archives

Model This Week