ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟର ଓ ରିଆମାଳ ବ୍ଲକ ଅନ୍ତର୍ଗତ ଉଟୁଣିଆ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୋମବାର ଚିହ୍ନଟ ସମସ୍ତ ଆକ୍ରାନ୍ତମାନେ ମହାରାଷ୍ଟ୍ର, ତାମିଲନାଡୁ ଓ ଗୁରୁରାଟରୁ ଫେରି ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ସେମାନଙ୍କର ସ୍ବାବ ନମୁନା ପରୀକ୍ଷା ନିମନ୍ତେ ଗତ ୨୦ ତାରିଖରେ ଭୁବନେଶ୍ୱର ପଠାଯାଇଥିଲା। ଚିହ୍ନଟ ଆକ୍ରାନ୍ତଙ୍କୁ ଦେବଗଡ଼ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ତେବେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ କେଉଁଠିକୁ ପଠାଯିବ ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୪ ଛୁଇଁଛି।
ପ୍ରକାଶ ଗତ ଏପ୍ରିଲ ୨୯ରେ ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ପ୍ରଥମ ଓ ୧୫ ତାରିଖରେ ପ୍ରଭାଶୁଣି ଗ୍ରାମରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ...

ବିଶ୍ୱାସରେ ବିଷ: ସାଙ୍ଗ ସ୍ତ୍ରୀଙ୍କୁ ବଳାତ୍କାର ପରେ ମାରିଦେଲେ

ଢେଙ୍କିକୋଟ,୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ବିଶ୍ୱାସରେ ବିଷ ଦେଇ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ...

ବନ୍ଦ କୋଠରିରେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ: ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ବାହାଲପଡ଼ାସ୍ଥିତ ଏକ ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏନେଇ ପୋଲିସ ପାଖରେ ମଧ୍ୟ...

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା: ଜେଲ ଗଲେ ଫେରାର ବି. ଟେକ୍‌ ଛାତ୍ର

ଦିଗପହଣ୍ଡି,୧୨।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା ମାମଲାରେ ଫେରାର ଅଭିଯୁକ୍ତଙ୍କୁ ଦିଗପହଣ୍ଡି ପୋଲିସ...

ଅବଧି ଶେଷ ପରେ ବି ସରୁନି ରାସ୍ତା ନିର୍ମାଣ

ଚଣ୍ଡିଖୋଲ,୯ା୪(ଡି.ଏନ.ଏ.): ମାତ୍ର ୩ ବର୍ଷ ହେବ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ରାସ୍ତା ନିର୍ମାଣ ଆଳରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ...

ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ...

ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ...

ବ୍ୟାଙ୍କରୁ ଚୋରି ଉଦ୍ୟମ ପଣ୍ଢ, ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ୍‌, ୨୪।୧:ଜଗତ୍‌ସିଂପୁର ବ୍ଲକ ଶାଳଜଙ୍ଗ ସିଣ୍ଡିକେଟ୍‌ ବ୍ୟାଙ୍କରୁ ବୁଧବାର ରାତିରେ ହୋଇଥିବା ଚୋରି ଉଦ୍ୟମ ପଣ୍ଡ ହୋଇଛି। ଖବରପାଇ ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ...

Advertisement
Archives

Model This Week