ପୁଣି ଦବିଲା ଆନନ୍ଦପୁର ବୈତରଣୀ ସେତୁ

ଆନନ୍ଦପୁର,୩୦। ୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ଗୋଟିଏ ପିଲର ଯୋଡେଇ ସ୍ଥାନ ପୁନର୍ବାର ଦବିଯିବା ପରିଲକ୍ଷିତ ହୋଇଛି। ପିଲର ଉପରେ ଥିବା ୨ଟି ସ୍ପାନ୍‌ର ଜଏଣ୍ଟ ସ୍ଥାନ ଏବେ ପ୍ରାୟ ୨ ଇଞ୍ଚ ଉପର ତଳ ହୋଇ ରହିଛି। ରବିବାର ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପୋଲର ସ୍ଥାୟିତ୍ୱ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
୨୦ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନଂ. ରାଜ୍ୟପଥକୁ ସଂଯୋଗ କରୁଥିବା ଏହି ସେତୁ ୧୯୮୬ ମସିହାରେ ନିର୍ମିତ ହୋଇଥିଲା। କେନ୍ଦୁଝର ଓ ଭଦ୍ରକ ଜିଲାକୁ ଗମନାଗମନ କ୍ଷେତ୍ରରେ ଏହି ସେତୁ ସଂଯୋଗ କରଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି। ୨୦୧୮ ଜୁଲାଇ ମାସରେ ସେତୁର ଏହି ପିଲରରୁ ପ୍ରଥମେ ଏକ ବେରିଂ ଖସିପଡିଥିଲା । ସେତୁ ମଝିଭାଗରେ ଥିବା ପିଲରର ଏଭଳି ସ୍ଥିତି ପୋଲର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି କରିଥିଲା। ବେରିଂ ଖସିଥିବା ସ୍ଥାନରେ ବିଭାଗ ତରଫରୁ କାଠ ଗୋଲା ଢିରା ଦିଆଯାଇ ସାମୟିକ ଭାବେ ଏହାକୁ ମରାମତି କରାଯାଇଥିଲା। ପରେ ଚଳିତବର୍ଷ ଗତ ଜୁନ୍‌ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସେତୁ ଉପରେ ସମସ୍ତ ଯାନ ଚଳାଚଳ ବନ୍ଦ ରଖାଯାଇ ଏହାର ମରାମତି କରାଯାଇଥିଲା। ମରାମତି ପରେ ସେତୁ ଉପରେ ଜଏଣ୍ଟ ସ୍ଥାନଗୁଡିକ ଠିକ ହୋଇଥିଲା। ଏବେ ସାଢେ ୩ ମାସ ପରେ ପୁନଶ୍ଚ ସେହି ପିଲର ଯୋଡେଇ ସ୍ଥାନ ଦବିଯିବା ନାନା ଆଶଙ୍କା ସୃଷ୍ଟିର କାରଣ ହୋଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପୂତ୍ତର୍ର୍ ବିଭାଗ ସହକାରୀ ଅଧିକାରୀ ସମୀର କୁମାର ଅଧିକାରୀଙ୍କୁ ପଚାରିବାରୁ ସେ ଏ ନେଇ ଅବଗତ ଥିବା କହିବା ସହିତ ଖୁବ ଶୀଘ୍ର ଏକ ଟେକ୍‌ନିକାଲ ଟିମର ସହାୟତା ନିଆଯାଇ ମରାମତି କାମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri