ପୁଣି ତେଜିଲା ଆଦିବାସୀ ମାନ୍ୟତା ଦାବି : ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦୋରା ସମ୍ପ୍ରଦାୟ

 

ପଟ୍ଟାଙ୍ଗି,୧୨ା୧(ଡି.ଏନ୍‌.ଏ.)

କୋରାପୁଟ ଜିଲାର ଅନେକ ସମ୍ପ୍ରଦାୟ ଦୀର୍ଘଦିନରୁ ଆଦିବାସୀ ମାନ୍ୟତା ଦାବି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଦୋରା ସମ୍ପ୍ରଦାୟ। ରାଜ୍ୟ ସରକାର ସେମାନଙ୍କୁ ଏହି ମାନ୍ୟତା ଦେବାରେ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ପୁଣିଥରେ ସେହି ଦାବି ତେଜିଛି। କିଛିଦିନ ତଳେ ଦୁରୁଆମାନେ ଆଦିବାସୀ ମାନ୍ୟତା ଦାବ କରିଥିଲେ। ଏବେ ସେହି ଦାବି ଦୋହରାଇଛନ୍ତି ଦୋରା ସମ୍ପ୍ରଦାୟ।
ପଟ୍ଟାଙ୍ଗିସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ଦାବିପତ୍ର ଦେଇଛି ଦୋରା ସମ୍ପ୍ରଦାୟ। ଦୋରା ସମ୍ପ୍ରଦାୟର ଜିଲା ସଂଘ ଆବାହକ ତାଉଡୁ ଦୋରାଙ୍କ ନେତୃତ୍ୱରେ ଦୁଇ ପୃଷ୍ଠା ସମ୍ବଳିତ ଦାବିପତ୍ର ଦିଆଯାଇଛି। ମୁକାଦୋରା (ନୁକାଦୋରା) ସମ୍ପ୍ରଦାୟ ଦୀର୍ଘ ଦିନରୁ ଆଦିବାସୀ ମାନ୍ୟତା ଦାବି କରି ନିଜ ସପକ୍ଷରେ ଥିବା ମାଡ୍ରାସ ପ୍ରେସିଡେନ୍ସି ଅମଳର ସମସ୍ତ ଦଲିଲ, କୋରାପୁଟ ଗେଜେଟିୟର କାଷ୍ଟ ଆଣ୍ଡ ଟ୍ରାଇବ୍‌ସ ଅଫ୍‌ ସାଉଥଇଣ୍ଡିଆ, ଟ୍ରାଇବାଲ ଆଡଭାଇଜରି କମିଟିର ସୁପାରିଶ, ଆନ୍ଧ୍ର ସରକାରଙ୍କ କ୍ଲାସିଫିକେଶନ ଅଫ୍‌ କାଷ୍ଟ୍‌ସ ଆଣ୍ଡ ଟ୍ରାଇବାଲ୍‌ସ, ଓଡ଼ିଶା ସରକାରଙ୍କ ଏସ୍‌ସି ଏସ୍‌ଟି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ର ସୁପାରିଶ ପତ୍ର ସମେତ ଅନ୍ୟାନ୍ୟ ଦଲିଲ ରାଜ୍ୟ ସରକାରଙ୍କୁ ୨୦୦୮ରୁ ବିଭିନ୍ନ ସମୟରେ ଦେଇଆସୁଛି। ଏ ଦିଗରେ କେନ୍ଦ୍ର ସରକାର ଅବହେଳା କରୁଥିଲେ ରାଜ୍ୟ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି କେନ୍ଦ୍ରକୁ ସୁପାରିଶ କରନ୍ତୁ ବୋଲି ନିବେଦନ କରିଛି ଦୋରା ସମ୍ପ୍ରଦାୟ। ସେମାନେ କହିଛନ୍ତି, ପଟ୍ଟାଙ୍ଗି ବ୍ଲକର କୋଟିଆ, ତଳଗୋଲୁର ପଞ୍ଚାୟତର ବାଙ୍ଗାରଗୁଡ଼ି, ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ରାଇପାଡୁ ଗ୍ରାମରେ ବସବାସ କରୁଥିବା ମୁକାଦୋରା (ନୁକାଦୋରା)ଙ୍କୁ ଆଦିବାସୀ ମାନ୍ୟତା ଦେଇଛନ୍ତି ପଡ଼ୋଶୀ ଆନ୍ଧ୍ର ସରକାର। ଏହାସହ ସମସ୍ତ ସରକାରୀ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇଛନ୍ତି। ଓଡ଼ିଶା ସରକାର ଏ ଦିଗରେ ଉଦାସୀନ ରହିବାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦୋରା ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri