ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍‌ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି ବୋଲ୍‌ଡ ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଏଥର ଟାର୍ଗେଟ କରିଛନ୍ତି ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ। ଗୋଟିଏ ପରେ ଗୋଟିଏ ସିରିଜ୍‌ ଟୁଇଟ୍‌ ମାଧ୍ୟମରେ ସଲମାନଙ୍କ ଉପରେ ବର୍ଷିଛନ୍ତି ସୋନା। ପ୍ରିୟଙ୍କା ଚୋପ୍ରା ନିଜ ବାହାଘର ପାଇଁ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଭାରତ’ ଛାଡିବାକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଏଭଳି ଟୁଇଟ୍‌ କରିଛନ୍ତି ଏହି କଣ୍ଠଶିଳ୍ପୀ। ଏପରିକି ବିନା କୌଣସି ଭୟରେ ସେ ସଲ୍‌ମାନଙ୍କୁ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି।
ବଲିଉଡ୍‌ର ଦବଙ୍ଗ୍‌ ବା ଟାଇଗରଭାବେ ଜଣାଶୁଣା ସଲ୍‌ମାନ ଖାନ୍‌ଙ୍କ ରାଜ୍‌ ସବୁବେଳେ ଇଣ୍ଡଷ୍ଟ୍ରିରେ ରହି ଆସିଛି। ବଡ଼ ବଡ଼ ପ୍ରଯୋଜକଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଡରିଥାନ୍ତି। ସଲ୍‌ମାନଙ୍କ ନାକ ଉପରେ ରହୁଥିବା ରାଗ ପାଇଁ ତାଙ୍କସହ ଲାଗିବାକୁ ସମସ୍ତେ ଭୟ କରନ୍ତି ବୋଲି କୁହାଯାଏ। ହେଲେ ଗାୟିକା ସୋନା ମହାପାତ୍ର ଭାଇଜାନ୍‌ଙ୍କୁ ଖାତିର୍‌ ନ କରି ଟୁଇଟରରେ ତାଙ୍କ ଉପରେ ଥିବା ସମସ୍ତ ରାଗକୁ ଏକାଥରେ ସୁଝାଇଛନ୍ତି। ସଲମାନ୍‌ ଖାନଙ୍କ ଫିଲ୍ମ ‘ଭାରତ’କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିଲେ। ଏହା ବଲିଉଡ୍‌ ସୁପରଷ୍ଟାରଙ୍କୁ ପସନ୍ଦ ଆସି ନ ଥିଲା। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସଲ୍‌ମାନ ଏହି କଥା ଦୋହରାଇ କହିଥିଲେ, ଯେତେବେଳେ ଅନ୍ୟମାନେ ‘ଭାରତ’ ଫିଲ୍ମ ପାଇଁ ନିଜର ସର୍ବସ୍ବ ଏପରିକି ସ୍ବାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ହୋଇଥିଲେ ସେତେବେଳ ପ୍ରିୟଙ୍କା କିନ୍ତୁ ଫିଲ୍ମ ଛାଡିଦେଇଥିଲେ। ସଲ୍‌ମାନଙ୍କ ଏହି ମନ୍ତବ୍ୟ ପରେ ସୋନା ପ୍ରିୟଙ୍କାଙ୍କ ସମର୍ଥନରେ ଟୁଇଟ୍‌ କରି କହିଛନ୍ତି, ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ଜୀବନରେ ଆହୁରି ବହୁତ ଭଲ କାମ କରିବାର ଅଛି। ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ସହ ନିଜ ସଫଳତାର ଯାତ୍ରା ମାଧ୍ୟମରେ ଅନ୍ୟ ଝିଅମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ପ୍ରିୟଙ୍କା। ହେଲେ ଏଭଳି ମନ୍ତବ୍ୟ ମାଧ୍ୟମରେ ସଲ୍‌ମାନ ନିଜ ଭିତରେ ଥିବା ବିଷାକ୍ତ ପୌରୁଷତ୍ୱକୁ ଦେଖାଇଦେଇଛନ୍ତି ବୋଲି ସୋନା କଟାକ୍ଷ କରିଛନ୍ତି। ତେବେ ସୋନାଙ୍କ ଏହି ଟୁଇଟ୍‌କୁ କିନ୍ତୁ ସଲମାନଙ୍କ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ବିବାଦ ଏବେ ଟୁଇଟରରେ ଟ୍ରେଣ୍ଡ୍‌ କରୁଥିବାବେଳେ ସଲ୍‌ମାନ୍‌ ଏପର୍ଯ୍ୟନ୍ତ ଏହାକୁ ନେଇ ମୁହଁ ଖୋଲିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri