ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ

ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଖନନ କରିବେ। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶର ଅଗ୍ରଣୀ ଖନନକାରୀ ସରକାରୀ ଉଦ୍ୟୋଗ ଡିସିଆଇ (ଡ୍ରେଜିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ) ଏହି ଖନନ କରିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସୂଚନା ଦେଇଛନ୍ତି। ଏହା ସଫଳ ହେଲେ ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ରାୟ କହିଛନ୍ତି। ଗତବର୍ଷ ଯେଉଁ ଡ୍ରେଜିଂ ସଂସ୍ଥା ସେଠାରେ ଖନନ କରିବାକୁ ସ୍ବୀକୃତି ପାଇଥିଲା, ସେଥିରେ ସେ ଅସଫଳ ହୋଇଥିଲା। ଫଳରେ ସଂସ୍ଥା ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ମୁହାଣ ଅଞ୍ଚଳକୁ ଖନନ କରିବା ପାଇଁ ଡିସିଆଇ ସହ କଥାବାର୍ତ୍ତା ସରିଛି। ଚଳିତ ମାସ ୨୫ରୁ ୨୮ ତାରିଖ ମଧ୍ୟରେ ଡିସିଆଇର ଡ୍ରେଜର କଲମ୍ବୋରୁ ପାରାଦୀପ ଆସିବ।
ସୂଚନାଯୋଗ୍ୟ, ମହାନଦୀ ମୁହାଣ ୧୯୯୮-୯୯ ମସିହାରେ ଖନନ କରାଯାଇ ୧୩ ମିଟର ଗଭୀର କରାଯାଇଥିଲା। ସେତେବେଳେ ମାଛଧରା ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା। ସେହିପରି ସ୍ଥାନୀୟ ୟୁଗୋସ୍ଲାଭିଆ କଲୋନୀ ୫ନଂ ଗେଟ୍‌ ପାଖରେ ଥିବା ମାଛଧରା ବନ୍ଦରକୁ ସେତେବେଳେ ନେହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରଠାରୁ ମୁହାଣ ଅଞ୍ଚଳ ଖନନ ନ ହେବା ଫଳରେ କ୍ରମଶଃ ପୋତି ହେବାରେ ଲାଗିଛି। ଏବେ ସେଠାରେ ଜୁଆର ସମୟରେ ୨ ମିଟର ଗଭୀର ରହୁଥିବାବେଳେ ଅନ୍ୟ ସମୟରେ ୫ ଫୁଟ୍‌ ଗଭୀର ରହୁଛି।
ମୁହାଣ ପୋତି ହେବା ଫଳରେ ଅଞ୍ଚଳରେ ଅଧିକ କରେଣ୍ଟ (ଅନ୍ତଃସ୍ରୋତ) ରହୁଛି। ଯଦ୍ଦ୍ବାରା ମାଛଧରା ଟ୍ରଲର ଡଙ୍ଗା ଯାତାୟାତରେ ବାଧା ଉପୁଜୁଛି। ଏପରି କି ପ୍ରତିବର୍ଷ ଏକାଧିକ ଦୁର୍ଘଟଣାରେ ଅନେକ ଧନଜୀବନ ହାନି ହୋଇସାରିଲାଣି। ଏହା ମଧ୍ୟରେ ୨୦୧୧ ନଭେମ୍ବରରେ ମାଛଧରା ବନ୍ଦରକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ମାଛଧରା ବନ୍ଦର ପରିଚାଳନା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ପ୍ରତିବର୍ଷ ମହାନଦୀ ମୁହାଣ ଖନନ ପାଇଁ ମତ୍ସ୍ୟଜୀବୀଙ୍କ ଦାବିକୁ ରାଜ୍ୟ ସରକାର ଏଡାଇ ଚାଲିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତେକ୍ଷେପ କରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସୁପାରିସ କ୍ରମେ ସାଗରମାଳା ପ୍ରକଳ୍ପ ଅଧୀନରେ ପାରାଦୀପ ବନ୍ଦର ପକ୍ଷରୁ ଏହି ମୁହାଣ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୧୮ ମସିହାରେ ପାରାଦୀପ ବନ୍ଦର ସିଏସ୍‌ଆର ଅର୍ଥରେ ଏହାକୁ ଖନନ କରିବ ବୋଲି ଘୋଷଣା କରିଥିଲା। ଏଥିପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ହୋଇଥିଲା। ମାତ୍ର ଯେଉଁ ସଂସ୍ଥା ଏହି ଖନନ କାର୍ଯ୍ୟ କରୁଥିଲା ସେ ବିଫଳ ହେବାରୁ ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ବନ୍ଦର ଅଧ୍ୟକ୍ଷଙ୍କ ଏହି ଘୋଷଣାକୁ ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ସୁମନ୍ତ ବିଶ୍ୱାଳ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଗରିବ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ମତ୍ସ୍ୟ ବିଭାଗର ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ ମଧ୍ୟ ପାରାଦୀପ ବନ୍ଦର ପଦକ୍ଷେପକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଉପରେ ୫ ସ୍ଥାନ

ଜଗତ୍‌ସିଂହପୁର ଅଫିସ,୩୧।୮: ଜଗତ୍‌ସିଂହପୁର ଜିଲାର ମହାନଦୀ, ଦେବୀ, ପାଇକା, ବିଲୁଆଖାଇ ନଦୀର ଜଳପତ୍ତନ ବୃଦ୍ଧି ପାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ। ଯେଉଁ...

କନ୍ଧମାଳର ଗୌରବ: ପ୍ରଥମ ଫ୍ଲାଇଂ ଅଫିସର ହେଲେ ସାଇପ୍ରଣିତା

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଭଳି ପଛୁଆ ଜିଲାକୁ ସାରା ଦେଶରେ ପରିଚିତ କରାଇଛନ୍ତି ଅଞ୍ଚଳର ଜଣେ ଝିଅ। ଏହି ଜିଲାର ଝିଅ କୌଣସି ଗୁଣରେ...

ଛତ୍ରପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ସୋମବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀ ଭାଗୀରଥି ବେହେରାଙ୍କ...

ଟ୍ରଲର ଧକ୍କାରେ ଦମ୍ପତି ଗୁରୁତର

ପାଟଣା,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ପୁଟୁଳିଆ ପେଟ୍ରୋଲ ପମ୍ପ ବାଙ୍କ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଟ୍ରଲର ଧକ୍କାରେ ଦମ୍ପତି ଗୁରୁତର ହୋଇ...

ହାତୀ ଆକ୍ରମଣରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ୨ ଘଣ୍ଟା ରାସ୍ତାରୋକୋ

କାମାକ୍ଷାନଗର, ୫।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଶାଳୁଆ ଛକ ନିକଟରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ଲାଇଫ ଲାଇନ ଏକ୍ସପ୍ରେସରେ ରୋଗୀ ସେବା

ଅନୁଗୋଳ ଅଫିସ,୧୬।୧୧- ହସ୍ପିଟାଲ ଇନ୍‌ ଟ୍ରେନ ବା ଲାଇଫ୍‌ ଲାଇନ ଏକ୍ସପ୍ରେସ୍‌ ଯୋଗେ ଅନୁଗୋଳ ରେଳ ଷ୍ଟେଶନରେ ରୋଗୀ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ୩୦...

ଭିତ୍ତିଭୂମି ଅବ୍ୟବସ୍ଥା, ଖୋଲାରେ ପଡ଼ିରହିଛି ଧାନ

ବାସୁଦେବପୁର, ୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର କୃଷିପ୍ରଧାନ ବ୍ଲକ। ବ୍ଲକରେ ମୋଟ ୩୪ ଶହ ହେକ୍ଟର ଚାଷଜମିରୁ ୩୨ ଶହ ହେକ୍ଟର ଜମିରେ ଧାନ ଚାଷ ଚଳିତ...

ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

ପାଟଣା,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡ଼ା ବ୍ଲକ ୨୯ନଂ. ଜିଲା ପରିଷଦ ଜୋନ୍‌କୁ ହାତେଇବା କ୍ଷମତାସୀନ ବିଜେଡି ଓ ବିରୋଧୀ ଭାଜପା...

Advertisement
Archives

Model This Week