ପୁଣି କମିଲା ବସ୍‌ ଭଡ଼ା: କିଲୋମିଟର ପିଛା ୧, ୨ ପଇସା

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ରାଜ୍ୟରେ ବସ୍‌ଭଡ଼ା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳଦର୍‌ ହ୍ରାସ ପାଇଥିବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା (ଅଟୋମେଶନ ସିଷ୍ଟମ) ଅନୁଯାୟୀ ରାଜ୍ୟରେ ବସ୍‌ଭଡ଼ା ହ୍ରାସପାଇଛି। କିଲୋମିଟରକୁ ଯଥାକ୍ରମେ ୧ ଓ ୨ ପଇସା କମିଛିି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ ବସ୍‌ଭଡ଼ା କିଲୋମିଟର ପିଛା ୧ ପଇସା ଲେଖାଏ ହ୍ରାସ ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ କିଲୋମିଟରକୁ ୨ ପଇସା ହ୍ରାସ ପାଇଛି। ଏଥିଯୋଗୁ ସାଧାରଣ ବସ୍‌ଭଡ଼ା କିଲୋମିଟର ପିଛା ୬୮ ପଇସାରୁ ୬୭ପଇସା ହ୍ରାସ ହୋଇଥିବାବେଳେ ଏକ୍ସପ୍ରେସ ୭୧ରୁ ୭୦, ଡିଲକ୍ସ ବସ୍‌ କିଲୋମିଟର ପିଛା ୯୭ ପଇସାରୁ ୯୫ପଇସା ଏବଂ ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା ୧ ଟଙ୍କା ୧୯ପଇସା ୧ ଟଙ୍କା ୧୭ ପଇସାକୁ କମିଛି।

ସୂଚନାଯୋଗ୍ୟ ଯେ, ୨୦୨୦ ଫେବୃୟାରୀ ୧ ଓ ମାର୍ଚ୍ଚ ୬ରେ ବସ୍‌ଭଡ଼ା ହ୍ରାସ ପାଇଥିଲା। ମାର୍ଚ୍ଚରେ ୨ ଥର ଭଡ଼ା ହ୍ରାସ ହୋଇଛି। ଭଡ଼ା ବୃଦ୍ଧି ଓ ହ୍ରାସ ପାଇଁ ରାଜ୍ୟ ସରକାର ଅଟୋମେଶନ ବା ସ୍ବୟଂକ୍ରିୟ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହେଲେ କିଲୋମିଟରକୁ ଭଡ଼ା ୧ ଓ ୨ ପଇସା ବଢ଼ିବ। ସେହିିପରି ୨ଟଙ୍କା କମିଲେ ଭଡ଼ା ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

ଆୟୁଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରୋଗୀ ଆଡ୍‌ମିଟ୍‌ ହେବାର ୩ ଦିନ ପୂର୍ବରୁ ହେବ ସବୁ..

.ଭୁବନେଶ୍ୱର,୩୦ା୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ। ରୋଗୀ…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ କଲେ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର,୩୦।୫:  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁନର୍ବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri