ପୁଣି ଆରମ୍ଭ ହେଲା ଉଚ୍ଛେଦ : ବଣିଆପଟିରେ ଭଙ୍ଗାଗଲା ୫ ଦୋକାନ, ଆଜି ପହଞ୍ଚିବେ ପହଞ୍ଚିବେ ଆମିକସ୍‌ କ୍ୟୁରି, ପରଖିବେ ସ୍ଥିତି

ପୁରୀ ଅଫିସ,୬।୯: ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ଦୁଇଦିନ ଛୁଟି ଓ ଦୁଇଦିନ ଛକାପଞ୍ଝା ଭିତରେ ଏହି ଅଭିଯାନ ବନ୍ଦ ରହିଥିଲା। ଗୁରୁବାର ଏମାର ମଠ ପରିସରସ୍ଥ ବଣିଆପଟିରେ ଥିବା ୫ଟି ଦୋକାନ ଭଙ୍ଗାଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଦିନତମାମ୍‌ କ୍ଷତିଗ୍ରସ୍ତଙ୍କୁ ଏକାଧିକ ରାଜନେତା ଭେଟିବା ସହ ସେମାନଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଶୁକ୍ରବାର ପୁରୀ ଆସୁଛନ୍ତି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏବଂ ସଲିସିଟର ଜେନେରାଲ। ସେମାନେ ଉଚ୍ଛେଦ ଅଭିଯାନର ବାସ୍ଥବ ସ୍ଥିତି ପରଖିବା ସହ ବିଭିନ୍ନ ପକ୍ଷଙ୍କ ମତ ସଂଗ୍ରହ କରିବେ। ଏହି ତମାମ୍‌ ପ୍ରସଙ୍ଗକୁ ଦେଖିଲେ ଉଚ୍ଛେଦକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ଜଣାପଡୁଛି।
ପୂର୍ବରୁ ଏମାର ମଠ ଉଚ୍ଛେଦ ଅଧାରେ ରହିଛି। ମଠର କୋଠିଘର, ରଘୁନନ୍ଦନ ଲାଇବ୍ରେରି ସମେତ ପ୍ରାୟ ୨୪ରୁ ଊର୍ଦ୍ଧ୍ୱ ଦୋକାନ ଭଙ୍ଗା ଯାଇଥିବାବେଳେ ମୁଖ୍ୟ କୋଠା ଉଚ୍ଛେଦ ହୋଇପାରି ନାହିଁ। ମଠ ମହନ୍ତ ରହୁଥିବା ଘର ଛାଡୁ ନ ଥିବାରୁ ପ୍ରଶାସନ ସେହିଠାରେ ଅଟକି ଯାଇଛି। ଏମାର ମଠ ପରିସର ବଣିଆପଟିରେ ଥିବା ୫ଟି ଦୋକାନକୁ ଗୁରୁବାର ସକାଳୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଦୋକାନଗୁଡ଼ିକୁ ଖାଲି କରାଯାଇଥିଲା। ତେବେ ବଡ଼ ଆଖଡା ମଠକୁ ନେଇ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା। ତେବେ ମଠରେ ସାଧୁସନ୍ଥ ମେଳି ବାନ୍ଧି ପ୍ରଶାସନକୁ ବିରୋଧ କରିବାରୁ ଉଚ୍ଛେଦକୁ ସ୍ଥଗିତ ରଖାଯାଇଥିଲା। ବୁଧବାର ପୁରୀ ସୁରକ୍ଷା ମଞ୍ଚ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ବିପଦସଙ୍କୁଳ ବ୍ୟବସାୟିକ କୋଠା ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ କହିଥିଲେ। ଗୁରୁବାର ପ୍ରଶାସନିକ ଅଧିକାରୀମାନେ ସହରର ବିଭିନ୍ନ ଜାଗା ବୁଲି ଦେଖିଛନ୍ତି। ୭୫ମିଟର ପାଇଁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଓ ବ୍ୟବସାୟୀଙ୍କ ଲାଗି କେଉଁଠି ଘର, ଦୋକାନ ତିଆରି କରାଯିବ ସେ ନେଇ ଜାଗା ଖୋଜିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ କିପରି ଉପଯୁକ୍ତ ଭାବେ ଥଇଥାନ କରାଯିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ଅପରପକ୍ଷେ ୭୫ମିଟର ଉଚ୍ଛେଦକୁ ନେଇ ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମ୍‌କୋର୍ଟ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ପୁରୀ ଆସି ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତାରିଖରେ ପରିବର୍ତ୍ତନ ହୋଇଛି। ଶୁକ୍ରବାର ଆମିକସ୍‌କ୍ୟୁରି ଏବଂ ସଲିସିଟର ଜେନେରାଲ ପୁରୀ ଆସୁଛନ୍ତି। ସେମାନଙ୍କର ଦୁଇଦିନିଆ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଭର୍ଚୁଆଲରେ ବଡ଼ଦିନ: କଟାଯିବନି କେକ୍‌, ଆଲିଙ୍ଗନ ବଦଳରେ ନମସ୍କାର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ବଡ଼ଦିନ ପାଳନ ଲାଗି ଚର୍ଚ୍ଚଗୁଡ଼ିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ୩ ତାରିଖ ପରେ ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ...

‘ରାଜଧାନୀରେ କାର୍ଯ୍ୟ କରିବାରେ ଅନେକ ଚ୍ୟାଲେଞ୍ଜ ରହିବ’

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ଗଞ୍ଜାମ ଜିଲାପାଳ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ ସୋମବାର ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ...

କୋରେକ୍ସ ବିକ୍ରି: ୪ ଗିରଫ, ୫ ମାମଲା

ନୟାଗଡ଼ ଅଫିସ,୨୮ା୩: ନୟାଗଡ଼ ଜିଲାରେ ଆଇନ ଉଲ୍ଲଂଘନ ଅଭିଯୋଗରେ ବିଭିନ୍ନ ଥାନା ପକ୍ଷରୁ ୫ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ନୟାଗଡ ବ୍ଲକ ପରିସରେ ଶୁକ୍ରବାର...

ପୁରୁଷୋତ୍ତମପୁରରେ ଗଡ଼ିଲା ରାଜସ୍ବ ରଥ

ପୁରୁଷୋତ୍ତମପୁର,୧୭।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ପକ୍ଷରୁ...

‘ସୋସିଆଲ ମିଡିଆରେ ବୁଲୁଛି କୋଣାର୍କ ମନ୍ଦିରର ଭ୍ରମାତ୍ମକ ଫଟୋ’

ଭୁବନେଶ୍ୱର,୧୨।୨ବ୍ୟୁରୋ):ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ...

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା, ୨ ଗିରଫ

ହିଞ୍ଜିଳିକାଟୁ,୨୮ା୯(ଡି.ଏନ୍‌.ଏ.) -ହିଞ୍ଜିଳି ଥାନା ତହଁର ଗ୍ରାମର ପୂର୍ବତନ ସରପଞ୍ଚ ପଦ୍ମଚରଣ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନେ...

ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣାରେ କ୍ରାଇମ ସିନ୍‌ ରିକ୍ରିଏଶନ କରିଛି ପୋଲିସ। ୨ ଲୁଟେରାଙ୍କୁ ନେଇ ପୋଲିସ୍‌ ଲୁଟ୍‌ ଘଟଣାର ଡେମୋ କରିଛି।...

ଗୋପାଳପୁରରେ ହେବ ବୃହତ୍‌ ଔଷଧୀୟ ପାର୍କ

ଭୁବନେଶ୍ୱର,୫।୯(ବ୍ୟୁରୋ): ଗୋପାଳପୁର ସ୍ଥିତ ଟାଟା ସ୍ବତନ୍ତ୍ର ଅର୍ଥନୈତି ଜୋନ(ଏସଇଜେଡ୍‌)ରେ ବୃହତ ଔଷଧୀୟ ପାର୍କ ପ୍ରତିଷ୍ଠା ହେବ। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସୀତ...

Advertisement
Archives

Model This Week