ପୁଟିନ୍‌ଙ୍କୁ ବ୍ୟଙ୍ଗ କଲେ ଟ୍ରମ୍ପ୍‌: ଏଥର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବ ନାହିଁ

ଓସାକା,୨୯ା୬(ଆଇଏଏନ୍‌ଏସ୍‌): ଜାପାନର ଓକାସା ସହରରେ ଚାଲିଥିବା ୨ ଦିନିଆ ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ସାକ୍ଷାତ୍‌ କରିଛନ୍ତି। ହ୍ବାଇଟ୍‌ ହାଉସ୍‌କୁ ପୁଣି ଫେରିବାକୁ ଲକ୍ଷ୍ୟ ରଖିଥିବା ଟ୍ରମ୍ପ୍‌ ଏହି ଅବସରରେ ପୁଟିନ୍‌ଙ୍କୁ ବ୍ୟଙ୍ଗ କରି ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ ଅନୁରୋଧ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମସ୍କୋ ହସ୍ତକ୍ଷେପ କରିଥିବା ଅଭିଯୋଗ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଓସାକାରେ ଶୁକ୍ରବାର ଦୁଇ ବିଶ୍ୱନେତା ପରସ୍ପରକୁ ସାକ୍ଷାତ କରିବା ସମୟରେ ଜଣେ ଖବରଦାତା ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିଥିଲେ, ଆପଣ ରୁଷିଆ ରାଷ୍ଟ୍ରପତିଙ୍କୁ ୨୦୨୦ ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ କହିବେ କି। ଏହାର ଉତ୍ତରରେ ଟ୍ରମ୍ପ୍‌ କହିଥିଲେ, ହଁ ନିଶ୍ଚୟ। ପରେ ସେ ପୁଟିନ୍‌ଙ୍କ ଆଡ଼କୁ ପାଖେଇ ଯାଇ ଓ ତାଙ୍କ ଆଖିକୁ ନ ଚାହିଁ ସ୍ମିତହାସ୍ୟ ମୁହଁରେ କହିଥିଲେ, ଦୟାକରି ଏହି ନିର୍ବାଚନରେ ହସ୍ତକ୍ଷେପ କରନାହିଁ। ପୁଟିନ୍‌ ମଧ୍ୟ ହସିଦେଇ ତାଙ୍କ କଥା ଦୋହରାଇଥିଲେ, ଏହି ନିର୍ବାଚନରେ ମୁଣ୍ଡ ଖେଳାଅ ନାହିଁ। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପରେ ପୁଟିନଙ୍କ ବିଶ୍ୱସନୀୟତାକୁ ନେଇ ଟ୍ରମ୍ପ୍‌ ପ୍ରଶ୍ନ ଉଠାଇଥିଲେ। ହେଲ୍‌ସିଙ୍କି ସମ୍ମିଳନୀ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ। ଏହି ଅବସରରେ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷଙ୍କୁ ପ୍ରଶଂସା କରିବା ସହ ବାଣିଜ୍ୟ, ନିରସ୍ତ୍ରୀକରଣ ଓ ଭେନିଜୁଏଲା ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବନ୍ଦୀଙ୍କ ମୁକ୍ତି ପାଇଁ ୪ ପଣବନ୍ଦୀ

ଓ୍ବାଶିଂଟନ୍‌, ୧୭ା୧: ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ଦାବିରେ ଆମେରିକାର ଟେକ୍ସାସ୍‌ ସ୍ଥିତ କୋଲେଭିଲ୍ଲେରେ ଇହୁଦୀମାନଙ୍କ ପ୍ରାର୍ଥନା ସ୍ଥଳୀ(ସିନେଗଗ୍‌)ରେ ଜଣେ ବ୍ୟକ୍ତି ଶନିବାର ୪...

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ...

ଆମେରିକା ବୈଦେଶିକ ବିଭାଗର ଚେତାବନୀ, ଟିଟିପିର ଲକ୍ଷ୍ୟ ପାକିସ୍ତାନ ସରକାରଙ୍କୁ ଖେବର ପଖତୁନଖ୍ୱାରୁ ବାହାର କରିବା

ଇସଲାମାବାଦ,୨ ।୩: ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି କି ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ଲକ୍ଷ୍ୟ ରହିଛି ପାକିସ୍ତାନ ସରକାରଙ୍କୁ ଖେବର ପଖତୁନଖ୍ୱାରୁ ବାହାର କରିଦେବା...

ଅନାସ୍ଥା ଖାରଜ ଅସାମ୍ବିଧାନିକ

ଇସ୍‌ଲାମାବାଦ, ୮ା୪:ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଗୁରବାର ପାକିସ୍ତାନ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ନ୍ୟାଶନାଲ ଆସେମ୍ବ୍ଲିରେ ଆସିଥିବା ଅନାସ୍ଥା...

ହାରିସ୍‌ଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ଆମେରିକା ଉପରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବିଦେଶ ଯାତ୍ରାରେ ବାହାରିଥିବା କମଲା ହାରିସ୍‌ଙ୍କ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଧା ବାଟରୁ ଫେରିଆସିଛି। ହାରିସ୍‌...

୧୭ ଦେଶରେ ଭାରତର ମ୍ୟୁଟାଣ୍ଟ

ଓ୍ବାଶିଂଟନ, ୨୯।୪(ଆଇଏଏନ୍‌ଏସ୍‌): ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ କୋଭିଡ୍‌ ଭୂତାଣୁ ବି୧୬୧୭ ଅନୂ୍ୟନ ୧୭ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)...

ଭାରତକୁ ବାଇଡେନ ପ୍ରଶାସନ ଦେବ ଏଫ୍‌-୧୬ଇଏକ୍ସ ବିମାନ!

ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍‌ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର...

ଭେନଜୁଏଲା ରାଷ୍ଟ୍ରପତି ନିକୋଲସଙ୍କୁ ମାନ୍ୟତା ଦେବାକୁ ମନାକଲା ଆମେରିକା…

ଓ୍ବାଶିଂଟନ,୪।୧ : ଭେନଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆଇନଗତ ମାନ୍ୟତା ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି...

Advertisement
Archives

Model This Week