ପୁଟିନଙ୍କ ଉପରେ ରାଗିକି ନିଆଁବାଣ ଟ୍ରମ୍ପ: କହିଲେ, ସେ ଜଣେ ପାଗଳ

ଓ୍ବାଶିଂଟନ,୨୬।୫:ରୁଷିଆ ପୁଣି ଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣରେ ଏହା ମିଶାଇଲ୍‌ ଏବଂ ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଛି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ରାଗିଥିବା ନଜର ଆସିଛନ୍ତି। ସେ କଠୋର ଭାବରେ କହିଲେଳ ମୁଁ ପୁଟିନଙ୍କ ଉପରେ ଖୁସି ନାହିଁ। ରିପୋର୍ଟ ଅନୁସାରେ, ରୁଷିଆ ୟୁକ୍ରେନର ଅନେକ ସ୍ଥାନରେ ା ମିଶାଇଲ୍‌ ମାଡ଼ କରିଛି। ଏଥିରେ ୩୬୭ଟି ଡ୍ରୋନ ଏବଂ ମିଶାଇଲ୍‌ ବ୍ୟବହାର କରାଯାଇଛି।

ୟୁକ୍ରେନ ବିରୋଧରେ ରୁଷିଆର କାର୍ଯ୍ୟାନୁଷ୍ଠାନ ଉପରେ ଟ୍ରମ୍ପ ପ୍ରତିକ୍ରିୟା ଦେଇଥିଲେ। ମୁଁ ପୁଟିନଙ୍କ ଉପରେ ଆଦୌ ଖୁସି ନୁହେଁ। ଲୋକଙ୍କୁ ହତ୍ୟା କରାଯାଉଛି। ମୁଁ ତାଙ୍କୁ ବହୁତ ଦିନ ଧରି ଜାଣିଛି। ଆମର ଭଲ ସମ୍ପର୍କ ଥିଲା, କିନ୍ତୁ ଏବେ ସେମାନେ ରକେଟ ମାଡ଼ କରୁଛନ୍ତି। ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ। ସେ ଜଣେ ପାଗଳ ଲୋକ। ଏହା ଠିକ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ପୁଟିନଙ୍କ ପାଇଁ ‘ହ୍ବାଟ ଦି ହେଲ’ ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ।

ୟୁକ୍ରେନରେ ହୋଇଥିବା ବିମାନ ଆକ୍ରମଣରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ରୁଷିଆ ଆକ୍ରମଣ ପାଇଁ ୨୯୮ ଡ୍ରୋନ ଏବଂ ୬୯ ମିଶାଇଲ୍‌ ବ୍ୟବହାର କରିଥିଲା। ଏହାକୁ ନେଇ ସମଗ୍ର ୟୁକ୍ରେନରେ ଆତଙ୍କର ବାତାବରଣ ରହିଛି। ଏହାର ଅନେକ ଅଞ୍ଚଳରେ ଧ୍ୱଂସ ଘଟିଛି। ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ସେମାନେ ୪୫ଟି ମିଶାଇଲ୍‌ ଖସାଇ ଦେଇଛନ୍ତି। ୨୬୬ଟି ଡ୍ରୋନ ମଧ୍ୟ ନଷ୍ଟ କରାଯାଇଛି। କିଭ ସହର ବହୁତ କ୍ଷତି ସହିଛି। ରୁଷିଆ ପୂର୍ବରୁ ମଧ୍ୟ ୟୁକ୍ରେନକୁ ଟାର୍ଗେଟ କରିଥିଲା। ଏହି ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ଟ୍ରମ୍ପ ସୋସିଆଲ ମିଡିଆ ମାଧ୍ୟମରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଜେଲେନସ୍କିଙ୍କ ଆଲୋଚନା କରିବାର ଉପାୟ ଦେଶର କୌଣସି ମଙ୍ଗଳ କରିପାରିବ ନାହିଁ। ତାଙ୍କ ମୁହଁରୁ ଯାହା ବାହାରୁଛି ତାହା ସବୁ ସମସ୍ୟା ସୃଷ୍ଟି କରୁଛି। ମୁଁ ଭାବୁନାହିଁ ଏହା ଠିକ। ଏହାକୁ ବନ୍ଦ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri