ପୁଅ ମୃତ୍ୟୁର ୭ମାସ ପରେ ମା’ଆଣିଲେ ହତ୍ୟା ଅଭିଯୋଗ

କୁଜଙ୍ଗ,୫ା୩(ଡି.ଏନ.ଏ.): ଜଣେ ଯୁବକଙ୍କ ମୃତ୍ୟୁର ୭ମାସ ପରେ ତାଙ୍କ ମା’ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଅକୁ ଯୋଜନାବଦ୍ଧଭାବେ ହତ୍ୟା କରାଯିବା ପରେ ରାସ୍ତାରେ ଫିଙ୍ଗାଯାଇ ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ମୃତକଙ୍କ ମା’ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ଅଭିଯୁକ୍ତଙ୍କ ନାମରେ ଦଫା ୩୬୫, ୨୦୧, ୩୭୯, ୩୦୨, ୫୦୬, ୧୨୦ଖ, ୩୪ ଆଇପିସିରେ ମାମଲା ସଂଖ୍ୟା: ୫୦/୨୦ ରୁଜୁ କରାଯାଇଛି। ଏଥିସହିତ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଦିଲୀପ ସାହୁ ସୂଚନା ଦେଇଛନ୍ତି।
କୁଜଙ୍ଗ ଅଞ୍ଚଳରର ସୁଲୋଚନା ଦାଶ ଅଭିଯୋଗ କରିଛନ୍ତି, ଗତ ଜୁଲାଇ ୨୦ ତାରିଖରେ ତାଙ୍କ ସ୍ବାମୀ ଓ ବଡ଼ପୁଅ ଘରେ ନ ଥିବାବେଳ ସାନପୁଅ ଅମୃତ ଶୋଇଥିଲେ। ସେହିଦିନ ସକାଳ ୭ଟାରୁ ୧୨ଟା ମଧ୍ୟରେ ଅମୃତଙ୍କ ମୋବାଇଲ ଫୋନକୁ ୧୫ଥର କଲ ଆସିଥିଲା। କିନ୍ତୁ ଦିନ ୧୨ଟା ବେଳେ ଭୂତମୁଣ୍ଡାଇ କୁଜଙ୍ଗ ଅଞ୍ଚଳର କେତେଜଣ ଯୁବକ ଆସି ପୁଅକୁ ବଳ ପୂର୍ବକ ଘରୁ ନେଇଯାଇଥିଲେ। ସୁଲୋଚନା ପ୍ରତିବାଦ କରିବାରୁ ସେମାନେ କହିଥିଲେ, ଏକ ଘଟଣା ବିଷୟରେ ପ୍ରମାଣ କରିବାକୁ ଜଗତ୍‌ସିଂହପୁର ଯାଉଛୁ। ଅପରାହ୍ନ ୪ଟା ସୁଦ୍ଧା ଫେରି ଆସିବୁ। ମାତ୍ର ଅମୃତ ନିର୍ଦ୍ଦିଷ୍ଟ ସୁଦ୍ଧା ଘରକୁ ଫେରି ନ ଥିଲେ। ଫଳରେ ସୁଲୋଚନା ୪ଟା ୩୦ରେ ତାଙ୍କ ମୋବାଇଲକୁ ଫୋନ କରିବାରୁ ପୁଅ ଭୟଭୀତ ଓ ଥରଥର କଣ୍ଠରେ କହିଥିଲେ ଅଧା ଘଣ୍ଟା ମଧ୍ୟରେ ଘରେ ପହଞ୍ଚତ୍ବେ। ପରବର୍ତ୍ତୀ ସମୟରେ ଅମୃତଙ୍କ ମୋବାଇଲ ସୁଇଚଅଫ ହୋଇଯାଇଥିଲା। ମାତ୍ର ରାତ୍ର ୯ଟାରେ ସୁଲୋଚନା ଖବର ପାଇଲେଯେ, ତାଙ୍କ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସୁଲୋଚନା ଓ ତାଙ୍କ ପରିବାର ମଣିଜଙ୍ଗା ଡାକ୍ତରଖାନାରେ ପହଞ୍ଚତ୍ ପୁଅର ମୃତଦେହ ଦେଖିଲା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲେ। ମାତ୍ର ପୁଅର ମୃତ୍ୟୁକୁ ନେଇ ସୁଲୋଚନା ମାନସିକ ଭାରସାମ୍ୟ ହରାଇଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ସ୍ବାମୀଙ୍କଠାରୁ ସାଦା କାଗଜରେ ଦସ୍ତଖତ ନେଇ ତିର୍ତ୍ତୋଲ ଥାନାରେ ଏହା ଏକ ଦୁର୍ଘଟଣା ଜନିତ ବୋଲି ଲିଖିତ ଅକାରରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ସୁଲୋଚନା ବିଭିନ୍ନ ସୂତ୍ରରୁ ତଥ୍ୟ ଓ ସାଖୀ ଯୋଗାଡ କଲାପରେ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇନାହିଁ, ବରଂ କୁଜଙ୍ଗ ଭୂତମୁଣ୍ଡାଇ, କେନ୍ଦ୍ରାପଡା ଅଞ୍ଚଳର କେତେଜଣ ପେସାଦାର ଅଭିଯୁକ୍ତ ତାଙ୍କୁ ହତ୍ୟାକରି ତା’ଙ୍କ ଗାଡିକୁ ଭାଙ୍ଗି ରାସ୍ତାରେ ଫିଙ୍ଗିଥିବା ଜାଣିବାକୁ ପାଇଥିଲେ। ଏହି ଅଭିଯୁକ୍ତମାନେ ପୂର୍ବରୁ ବହୁବାର ଅମୃତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବି ଅମୃତ ରକ୍ଷା ପାଇଯାଇଥିଲେ ବୋଲି ତାଙ୍କ ମା’ କହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୦ ତାରିଖ ରାତିରେ ତିର୍ତ୍ତୋଲ ଥାନା ଅଧୀନ ବାଲିପାଟଣାଠାରେ ଅମୃତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ସୁଲୋଚନା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?