ପୀରାହାଟ ଓ ପଞ୍ଚୁଟିକ୍ରିରେ ଗାନ୍ଧୀ

ଶ୍ରୀମନ୍ତ ଖୁଣ୍ଟିଆ
ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲାକୁ ୩ ଥର ଆସିଛନ୍ତି। ତନ୍ନଧ୍ୟରୁ ହରିଜନ ପଦଯାତ୍ରା ଓ ଖଦିର ପ୍ରଚାର ପ୍ରସାର ପାଇଁ ଆସିଥିବା ଖବର ରହିଛି। ସେ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପଦାର୍ପଣ କଲେ ଓଡ଼ିଶାର ଦୁର୍ଭିକ୍ଷ ବିଷୟରେ ଶୁଣିଥିଲେ। ଉକ୍ତ ଦୁର୍ଭିକ୍ଷ ପରବର୍ତ୍ତୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଠକ୍କର ବାପାଙ୍କ ନେତୃତ୍ୱରେ ସେ ଏକ ପାଣ୍ଠି ଗଠନ କରିଥିଲେ। ଉକ୍ତ ପାଣ୍ଠି ମାଧ୍ୟମରେ ଭାରତବାସୀଙ୍କ ସହ ଓଡ଼ିଶାବାସୀଙ୍କ ସେବା କରିପାରିଲେ ସେ ଆତ୍ମସନ୍ତୋଷ ଲାଭ କରିପାରିବେ ବୋଲି କହୁଥିଲେ। ସେ କହୁଥିଲେ, ଓଡ଼ିଶା ମୋ ପ୍ରିୟ ଭୂମି। ଏଭଳି ଏକ ଗୌରବୋଜ୍ଜ୍ୱଳ ବୀରତ୍ୱପୂର୍ଣ୍ଣ ରାଜ୍ୟ ତଥାପିି ଦାରିଦ୍ର୍ୟରେ ଉତ୍‌ପୀଡ଼ିତ। ଏହାର କର୍ମୀମାନେ ସର୍ବୋତ୍ତମ କର୍ମଠ ଅଥଚ ଅସହାୟ। ଓଡ଼ଶାର ଏ ଦୁଃଖ ସମୟରେ ସମଭାଗୀ ହେବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ କର୍ମୀମାନେ ଓଡ଼ିଶାର ଗାଁ ଗହଳିରେ ପଶି ଦେଖନ୍ତୁ, ସେଥିରୁ ବୁଝିପାରିବେ ଭାରତର ଅବସ୍ଥା କ’ଣ? ଯଦି ଲୋକେ ଖାଇବାକୁ ପାଇବେ ନାହିଁ, ତେବେ ସ୍ବରାଜର ଅର୍ଥ କ’ଣ? ୧୯୨୭ ଡିସେମ୍ବର ୧୬ ତାରିଖର ଶୀତୁଆ ସକାଳ, ଡ. ହରେକୃଷ୍ଣ ମହତାବଙ୍କୁ ସାଙ୍ଗରେ ଧରି ପୂର୍ବ ନିଦ୍ଧାରିତ ସମୟରେ ଗାନ୍ଧୀ ଭଦ୍ରକରୁ ୩୦ କି.ମି. ଦୂର ଚାନ୍ଦବାଲି ରାସ୍ତାର ପୀରାହାଟଠାରେ ପହଞ୍ଚିଥିଲେ। ଦୁର୍ଭିକ୍ଷ, ବନ୍ୟା, ବାତ୍ୟାର କ୍ଷତିଗ୍ରସ୍ତ ଜନସାଧାରଣଙ୍କ ରିଲିଫ କାର୍ଯ୍ୟର ତଦାରଖ, ଖଦିର ପ୍ରଚାର ପ୍ରସାର, କନିକା ପ୍ରଜାମେଳିର ଉତ୍ପୀଡ଼ିତ ଜନତାଙ୍କୁ ସାକ୍ଷାତ କରିବା ସହିତ ଚାନ୍ଦବାଲି ବ୍ଲକ୍‌ର ପଞ୍ଚୁଟିକ୍ରି ଓ ବାଲିଆପାଳ ପର୍ଯ୍ୟନ୍ତ ମନ୍ତେଇ ନଦୀରେ ମୋଟର ଲଞ୍ଚ ମାଧ୍ୟମରେ ଯାତ୍ରା କରିଥିଲେ ଏବଂ ସେଠାରୁ ଫେରି ଚାରବାଟିଆଠାରେ ରାତ୍ରିଯାପନ କରିଥିଲେ। ସେଠାରୁ ଫେରି କଟକ ଚାଲିଯାଇଥିଲେ। ଗାନ୍ଧୀଙ୍କ ଆଗମନ ସମୟରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିମନ୍ତ୍ରଣପତ୍ର ବଣ୍ଟନ କରାଯାଇଥିଲା ଏବଂ ସମସ୍ତେ ଉକ୍ତ ସଭାକୁ ଖଦିବସ୍ତ୍ର ପିନ୍ଧି ଆସିଥିଲେ। ଏଥିରୁ ଜଣାପଡୁଥିଲା, ଦେଶର କୌଣସି ପ୍ରାନ୍ତରେ କୌଣସି ସମସ୍ୟା ଦେଖାଦେଲେ ସେ କେତେ ଉଦ୍‌ବିଗ୍ନ ହୋଇପଡୁଥିଲେ, ନିଜ ମାଧ୍ୟମରେ ସମସ୍ୟା ସମାଧାନର ପନ୍ଥା ଖୋଜୁଥିଲେ॥ ଏଥିରୁ ତାଙ୍କର ପ୍ରତିବଦ୍ଧତା ଜଣାପଡ଼େ। ସେ ସମସ୍ତ ସେବାକାର୍ଯ୍ୟ ନିଜ ତତ୍ତ୍ୱାବଧାନରେ କରୁଥିଲେ। ମଣିଷର ଅସମୟରେ ତା’ ଦୁଃଖରେ ସହଭାଗୀ ହେଉଥିଲେ। ଆଜକୁ ୯୨ ବର୍ଷ ବିତିଯାଇଥିଲେ ମଧ୍ୟ ଭଦ୍ରକ ଜିଲାର ପୀରାହାଟର ସେହି ଅପହଞ୍ଚ ଅବହେଳିତ ଇଲାକା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିଛି। ଗାନ୍ଧୀ ପାଦରେ ଚାଲି ଚାଲି ଯାଇଥିବା ସେ ପଥ ସେହିଭଳି ଅବହେଳିତ ଅବସ୍ଥାରେ ଅଛି। ଗାନ୍ଧୀଙ୍କ ପରିକଳ୍ପିତ ସ୍ବରାଜ୍ୟ ଓ ରାମରାଜ୍ୟ ଜନସାଧାରଣଙ୍କ ନିକଟରୁ ବହୁଦୂରକୁ ଚାଲିଯାଇଛି।
ମୋ- ୯୪୩୮୧୭୮୨୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri