ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ ନାହିଁ ବୋଲି ଅଭିଭାବକ ଚିନ୍ତାରେ ରହୁଛନ୍ତି। ହେଲେ ସ୍ମାର୍ଟଫୋନ୍‌ରେ ଯଦି ପିଲାଙ୍କୁ ଆକର୍ଷିତ କରୁଥିବା ଲର୍ନିଂ ଆପ୍‌ ରଖାଯାଏ, ତା’ହେଲେ ପିଲାମାନେ ବହି ତୁଳନାରେ ଏଥିରୁ ଅଧିକ ଶିକ୍ଷା ଗ୍ରହଣ କରିପାରିଥାନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପଢ଼ା ବହିରୁ ବୁଝିବାକୁ ପିଲାଙ୍କୁ କଷ୍ଟ ଲାଗୁଥିବା ବେଳେ ଆନିମେଟେଡ୍‌ କାହାଣୀ ବା କବିତା ସେମାନେ ସମସ୍ତ ବିଷୟକୁ ଭଲରେ ବୁଝିପାରନ୍ତି ବୋଲି ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନିଟିଜ୍‌ ଆଣ୍ଡ ସାଇନ୍ସର ପ୍ରଫେସର୍‌ ଏରିକ୍‌ ଥିଏସନ୍‌ କହିଛନ୍ତି। ସେ କହିଛନ୍ତି, ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମର ବ୍ୟବହାର ବେଶ୍‌ ବୃଦ୍ଧି ପାଇଥିବା ବେଳେ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ମଧ୍ୟ ଏହାର ଯୋଗଦାନ ରହିଛି। ଯେତେବେଳେ ପିଲାଙ୍କୁ ଇ-ବୁକ୍ସ, ସ୍ମାର୍ଟଫୋନ୍‌ ବା ଟାବଲେଟ୍‌ ଦ୍ୱାରା କୌଣସି ଶିକ୍ଷା ଦିଆଯାଇଛି, ସେତେବେଳେ ସେମୋନେ ଅଧିକ ଶିଖି ପାରିଛନ୍ତି। ଆନିମେଟେଡ୍‌ କାହାଣୀ ବା କବିତା ଖୁବ୍‌ଶୀଘ୍ର ପିଲାଙ୍କୁ ଆକର୍ଷିତ କରିପାରୁଥିବା ବେଳେ ଏହାର ବିଷୟବସ୍ତୁ ସେମାନଙ୍କ ମସ୍ତିଷ୍କରେ ଖୁବ୍‌ ସହଜରେ ବସିଯାଏ। ଏବେ ଏହିଭଳି ଅନେକ ଆପ୍‌ ଉପଲବ୍ଧ ହେଉଛି, ଯାହା ସାହାଯ୍ୟରେ ଯେକୌଣସି ବିଷୟ ସମ୍ପର୍କରେ ସହଜରେ ସମସ୍ତ ତଥ୍ୟ ଜାଣିହେବ। ଅଧ୍ୟୟନ ବେଳେ ପିଲାମାନଙ୍କୁ ପ୍ରଥମେ ପାଠ୍ୟ ପୁସ୍ତକ ପଢ଼ାଯିବା ପରେ ଆନିମେଟେଡ୍‌ ଭିଡିଓ ବା ଗୀତ ମାଧ୍ୟମରେ ସେହି ଷ୍ଟୋରି ସମ୍ପର୍କରେ ସୂଚନା ପଢ଼ା ଯାଇଥିଲା। ତେବେ ଆନିମେଟେଡ୍‌ ଭିଡିଓ ପିଲାଙ୍କୁ ଅଧିକ ଆକର୍ଷଣୀୟ ଲାଗିବା ସହ ଏହାକୁ ସେମାନେ ଅତି ସହଜରେ ମନେ ରଖିପାରୁଥିବା ପ୍ରଫେସର୍‌ ଥିଏସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଡଲାରରେ ଗଲା ଟୁଇଟର ପକ୍ଷୀ

ସାନ୍‌ ଫ୍ରାନ୍ସିସ୍କୋ, ୨୦।୧:ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରେ ଥିବା ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟର ହେଡ୍‌କ୍ୱାର୍ଟର୍ସର ଅଧିକାଂଶ ଆସବାବପତ୍ର ନିଲାମ କରିଛନ୍ତି ଏଲନ ମସ୍କ। ନିଲାମ ହୋଇଥିବା ବସ୍ତୁଗୁଡ଼ିକ...

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ...

ତୃତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସେନା ଉପରେ ନିୟନ୍ତ୍ରଣ ରଖୁଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ, ଯୁଦ୍ଧ ପ୍ରସ୍ତୁତି ଉପରେ ଦେଉଛନ୍ତି ଗୁରୁତ୍ୱ

ବେଜିଂ,୧୦ ।୧୨: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ତୃତୀୟ କାର୍ଯ୍ୟକାଳ ପାଇଁ ଶାସନ କ୍ଷମତା ହାସଲ କରିବା ପରେ ରାଷ୍ଟ୍ରପତି ସି...

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ...

କୋଭିଡ୍‌ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି

ଲଣ୍ଡନ,୨୫।୬: କୋଭିଡ୍‌-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...

ପରିବାକୁ କୀଟାଣୁମୁକ୍ତ କରୁଛି ପ୍ରେସର କୁକର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ପରିବାପତ୍ରକୁ ସାନିଟାଇଜ୍‌ କରି ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ...

ଭିଡ଼ିଓ କଲିଂରେ ବିବାହ: ବେଦୀରେ ବରକନ୍ୟା କିନ୍ତୁ ନ ଥିଲେ ପଣ୍ଡିତ…

ଅଜମେର,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏବେ ବିବାହ ଅନ୍‌ଲାଇନ୍‌ରେ ହେଉଥିବା ଘଟଣା ଦେଖିବାକୁ...

ବର କାନ୍ଦି କାନ୍ଦି ଯାଏ ଶାଶୁଘର…

ଶିଲଂ: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ପ୍ରଚଳିତ ରହିଥିବାର ଦେଖିବାକୁ ମିଳିଥାଏ। ବିବାହ ଭଳି ସାମାଜିକ ପରମ୍ପରାରେ ସାଧାରଣତଃ କନ୍ୟା...

Advertisement
Archives

Model This Week