ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା ପାଖରେ। ସେତେବେଳେ ବୃଦ୍ଧ ଶାଶୁ ଶ୍ୱଶୁର ଓ ପିଲା ହିଁ ଥିଲେ ବଡ଼ ପୁଞ୍ଜି। ସେହିମାନଙ୍କୁ ସମ୍ବଳ କରି ସେ ଗୋଡ଼ କାଢ଼ିଥିଲେ ଘରୁ। କୌଳିକ ବୃତ୍ତିକୁ ଆଦରି ଆରମ୍ଭ କରିଥିଲେ ଜୀବନ ଯୁଦ୍ଧ। ଦୁଇ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ କାନ୍ଧକୁ ନେଇଥିଲେ ବାପାର ବୋଝ, ଯାହା ୨୦ ବର୍ଷ ପରେ ପୂରଣ ପ୍ରାୟ। ଦୁଇ ପୁଅ କଲେଜରେ ପଢ଼ୁଥିବାରୁ ଆଉ ବେଶୀ ଦୂର ନୁହେଁ ବିଜୟୀ ଟିକା।

ସନ୍ତାନଙ୍କ ପାଇଁ ଏପରି ସଂଘର୍ଷ କରୁଥିବା ଏହି ମା’ ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ ଗ୍ରାମର ରଜନୀ ଦେହୁରୀ (୪୦)। ନିଜେ ଅଧିକ ପାଠ ପଢ଼ି ନାହାନ୍ତି। କମ୍‌ ବୟସରେ ବିବାହ ମଧ୍ୟ କରିଥିଲେ। ତଥାପି ପରିବାର ଓ ପିଲାଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ସେ ହେଳା କରିନାହାନ୍ତି। ସ୍ବାମୀ ଛାଡ଼ି ଯାଇଥିବା ଅଧା କାର୍ଯ୍ୟକୁ ସେ ପୂରଣ କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟି ଚାଲିଛନ୍ତି ବର୍ଷ ବର୍ଷ ଧରି। ରଜନୀ କୁହନ୍ତି, ସ୍ବାମୀ ମୂଲ ମଜୁରି କରି ପରିବାର ଚଳାଉଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ବୋଝ କିପରି ଉଠାଇବେ ତାହା ବଡ଼ ପ୍ରଶ୍ନ ଥିଲା। ଘରେ ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ଶୁଦ୍ଧିକ୍ରିୟାରେ ଶେଷ ହୋଇଯାଇଥିଲା। ତେଣୁ ଆୟର ଶେଷ ପନ୍ଥା ଭାବେ ସେ କୌଳିକ ବୃତ୍ତିକୁ ଭରସି ମୁଢି ବିକି ପିଲାଙ୍କୁ ମଣିଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସହାୟତା ପାଇଁ କେହି ନ ଥିଲେ ବି ମୁଢ଼ି, ଚୁଡ଼ା, ହୁଡ଼ୁମ, ଲିଆ, ବୁଟ, ମଟର ଆଦି ଭାଜି ବ୍ୟବସାୟ ଆରମ୍ଭ କଲେ। ପାହାନ୍ତାରୁ ଉଠି କିଛି ଜିନିଷ ପ୍ରସ୍ତୁତ କରିବା ପରେ ତାହାକୁ ବିକ୍ରି କରିବାକୁ ଦୂର ଦୂର ଗଁାକୁ ଗଲେ। ଦିନ ତମାମ ଖାଲି ପାଦରେ ଚାଲି ଚାଲି ସେ ସବୁ ସାମଗ୍ରୀ ବିକ୍ରି କରିବା ବେଳକୁ ସଞ୍ଜ ହୋଇଯାଏ। ରାତିରେ ବି ତାଙ୍କ ପାଇଁ କିଛି କମ୍‌ କାମ ନ ଥାଏ। ରୋଷେଇ କରିବା, ପିଲାଙ୍କ ପାଠପଢ଼ା କଥା ବୁଝିବା ଆଦି କାର୍ଯ୍ୟ ଭିତରେ ଏତେ ବର୍ଷ କେମିତି କଟିଯାଇଛି କେବଳ ସେ ହିଁ ଜାଣନ୍ତି। ବଡ଼ ପୁଅ ବିକାଶ ଆଇଟିଆଇ ପରେ ଏବେ ଯୁକ୍ତ ୩ର ଛାତ୍ର। ସାନ ପୁଅ ମଧ୍ୟ ପଢ଼ୁଛି। ବୟସ ବଢ଼ିଯାଇଥିବାରୁ ଆଉ ପୂର୍ବ ପରି ଅଧିକ ପରିଶ୍ରମ କରିହେଉନି। କିନ୍ତୁ ପିଲାଙ୍କୁ ଉଚ୍ଚଶିକ୍ଷିତ ନ କରିବା ଯାଏ ତାଙ୍କ ପାଦ ଥକିବନି ବୋଲି କହିଛନ୍ତି ରଜନୀ।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟି ଚଢ଼ାଉକୁ ବିରୋଧ: ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା

ପଦ୍ମପୁର/ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଏବଂ ପାଇକମାଳରେ ସୋମବାର ଜିଏସ୍‌ଟି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି...

ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ...

ମିଠାମକା ଚାଷୀଙ୍କ ମନ ପିତା

କାମାକ୍ଷାନଗର, ୧ା୨ – ବଢୁଛି ମିଠା ମକା (ସୁଇଟ୍‌ କର୍ନ)ର ଆଦର। ପୌଷ୍ଟିକତତ୍ତ୍ୱରେ ଭରପୂର ହୋଇଥିବାରୁ ଏହା ପାଲଟିଛି ସମସ୍ତଙ୍କ ପସନ୍ଦ। ସାଧାରଣ ମକା ଚାଷଠାରୁ...

ଅଙ୍ଗନଓ୍ବାଡି ଶିଶୁକୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ୧ ନଂ. ଅଙ୍ଗନଓ୍ବାଡି କେନ୍ଦ୍ରରେ ଜଣେ ଅଭିଭାବକଙ୍କ ଦ୍ୱାରା ଶିଶୁକୁ ମାଡ ମରାଯିବା...

ଗଞ୍ଜାମରେ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୩.୫ ଲକ୍ଷ ପରିବାରଙ୍କ ପାଖରେ ପହଞ୍ଚିବ ଟିମ୍‌

ଛତ୍ରପୁର, ୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଫେଜ୍‌ -୨ ଆରମ୍ଭ ହୋଇଛି। ଜିଲାରେ ଥିବା ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରର...

ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ: ଭୂମିପୂଜା କଲେ ତହସିଲଦାର

ଗଞ୍ଜାମ ,୩୧।୮(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ l ଏଥିପାଇଁ ପବିତ୍ର ଗଣେଶ ପୂଜା ଏବଂ ସ୍ବାୟତ୍ତ ଶାସନ ଦିବସ ଅବସରରେ...

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ରାଉରକେଲା ଅଫିସ, ୧୧।୭: ରାଉରକେଲା ସେକ୍ଟର ୧୯ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘର ନଂ ଏଫ୨୧୨ ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ପୁରୁଣା ଗାଡ଼ି ରଦ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଚିଠା ପ୍ରସ୍ତାବ:ବିଭିନ୍ନ ରାଜ୍ୟରୁ ଲୋଡ଼ାଗଲା ମତାମତ

କଟକ ଅଫିସ, ୨୩-୧୦:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ...

Advertisement
Archives

Model This Week