ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଏବେ ସୋସିଆଲ୍‌ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଝିଅଟିର ନାଁ ହେଉଛି ନୁର୍‌ ଆଫିଆ କିଷ୍ଟିନା ଜାମଜୁରୀ। ମାଲେସିଆର ଏହି ଛୋଟ ଝିଅଟି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ନୁର ଆଫିଆ କରୋନା ଭାଇରସ୍‌ ସମ୍ପର୍କରେ ଜାଣିବା ପରେ ଡାକ୍ତରମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ଗଣମାଧ୍ୟମରୁ ଜାଣି ପାରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ର ଆବଶ୍ୟକତା ଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜେ ଏହି କାମ କରିବା ପାଇଁ ଆଗେଇ ଆସିଥିଲେ। କିନ୍ତୁ ଏତେ କମ୍‌ ବୟସର ଝିଅ ଏହି କାମ କରିପାରିବ କି ନାହିଁ, ସେନେଇ ଡାକ୍ତରଖାନା କର୍ମଚାରୀମାନେ ସନ୍ଦେହ କରିଥିଲେ। ମାତ୍ର ନୁର୍‌ ସେମାନଙ୍କୁ ଦୃଢ ଆଶ୍ୱାସନା ଦେବା ସହ କାମ ଆରମ୍ଭ କରିଥିଲେ। ୫ ବର୍ଷ ବୟସରୁ ସେ ପୋଷାକ ସିଲେଇ କରିବା ଶିଖିଥିଲେ। ତେଣୁ ବେଶ୍‌ ସହଜରେ ସେ ଏହି ପୋଷାକ ତିଆରି କରି ଡାକ୍ତରଖାନାକୁ ଦେଇଥିଲେ। ଏବେ ସେ ଅନ୍‌ଲାଇନ୍‌ରେ ନିଜ କ୍ଲାସ୍‌ ଶେଷକରିବା ପରେ ଡାକ୍ତରଙ୍କ ପାଇଁ ପିପିଇ କିଟ୍‌ ସିଲେଇ କରି ଯୋଗାଉଛନ୍ତି। ଏବେ ସୁଦ୍ଧା ସେ ମୋଟ ୧୩୦ଟି ପିପିଇ କିଟ୍‌ ତିଆରି କରି ସାରିଲେଣି। ଏବେ ବି ଏହି କାମରେ ଲାଗିଛନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ଭ୍ରମଣ

ଆଲୋକର ପର୍ବ ଦୀପାବଳି। ଅଶୁଭ ଉପରେ ଶୁଭର, ପାପ ଉପରେ ପୁଣ୍ୟର, ଅନ୍ଧାର ଉପରେ ଆଲୋକର ବିଜୟପ୍ରାପ୍ତିର ପ୍ରତୀକ ଭାବେ ଦେଶର ବିଭିନ୍ନ ସ୍ଥାନରେ ଏହି...

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା,...

କରୋନା ଟିକାକରଣ ପ୍ରସ୍ତୁତି: ୬୩୩ ଜିଲାରେ ଆରମ୍ଭ ହେବ ଟିକାଦାନ

ନୂଆଦିଲ୍ଲୀ,୧୬।୧୨: ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ। ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି...

ଆଇଫୋନ୍‌ ଆପ୍ପଲକୁ ସେଓ ବୁଝି ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ପାକିସ୍ତାନି ଉପସ୍ଥାପିକା

ଇସ୍‌ଲାମାବାଦ,୮।୭: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନି ଉପସ୍ଥାପିକା ଟେଲିଭିଜନରେ ଚାଲୁଥିବା ଚର୍ଚ୍ଚା ସମୟରେ ପ୍ୟାନେଲିଷ୍ଟ ଟେକ୍ନୋଲୋଜି...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ...

ବାଧ୍ୟତାମୂଳକ ବିବାହ, ଦେଖିଲେ ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ବର୍ତ୍ତମାନ ବିଲେଇ ଓ ଗୁଣ୍ଡୁଚିମୂଷାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଗୁଣ୍ଡୁଚିମୂଷା...

ଐତିହାସିକ ସହର ଓର୍ଚ୍ଛା

ମଧ୍ୟ ପ୍ରଦେଶର ଏକ ଐତିହାସିକ ସହର ଭାବେ ଓର୍ଚ୍ଛା ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ...

Advertisement
Archives

Model This Week