ପିପିଇ କିଟ୍‌ ଠକେଇର ଶିକାର ଅଶ୍ୱିନୀ ହସ୍ପିଟାଲ

ଭୁବନେଶ୍ୱର,୬ା୬ (ବ୍ୟୁରୋ): ସଂକ୍ରମଣ ରୋକିବା କ୍ଷେତ୍ରରେ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌ (ପିପିଇ)ର ଜରୁରୀ ଆବଶ୍ୟକତା ରହିଛି। କରୋନା ମହାମାରୀ ପାଇଁ ଏବେ ଏସବୁ କିଟ୍‌ର ଚାହିଦା ବଢ଼ିଯାଇଛି। ଏପରିସ୍ଥଳେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦିତ ଅଶ୍ୱିନୀ ହସ୍ପିଟାଲ ପିପିଇ କିଟ୍‌ ମଗାଇ ବଡ଼ ଠକେଇର ଶିକାର ହୋଇଛି। ଦିଲ୍ଲୀର ଏକ ସଂସ୍ଥା ପିପିଇ କିଟ୍‌ ଯୋଗାଇ ଦେବାକୁ କହି ହସ୍ପିଟାଲଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ବିମାନ ବୁକ୍‌ କରି ଭଡ଼ା ଗଣିଛନ୍ତି। ହସ୍ପିଟାଲ ନିର୍ଦ୍ଦେଶକ ସୁବ୍ରତ କୁମାର ଜେନା ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ବିଭିନ୍ନ ଦଫାରେ ମାମଲା (ନଂ.୧୧୧/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଦିଲ୍ଲୀ ପୋଲିସର ସହଯୋଗ ଲୋଡାଯାଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଅଶ୍ୱିନୀ ହସ୍ପିଟାଲର ନିର୍ଦ୍ଦେଶକ ସୁବ୍ରତ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୁଦନ ନଗରରେ ରୁହନ୍ତି। କୋଭିଡ୍‌ ମୁକାବିଲା ପାଇଁ ଅଶ୍ୱିନୀ ହସ୍ପିଟାଲ ପିପିଇ କିଟ୍‌ ଆବଶ୍ୟକ କରୁଥିବାରୁ ଦିଲ୍ଲୀ ପଟେଲ ନଗରରେ ଥିବା ରବିରା ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଫୋନ୍‌ ଯୋଗେ ସୁବ୍ରତଙ୍କ ସହ ଯୋଗାଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁଲଭ ମୂଲ୍ୟରେ ପିପିଇ କିଟ୍‌ ଯୋଗାଇ ଦେବାକୁ କହି ଏପ୍ରିଲ ୪ରେ ପ୍ରଥମେ ସୁବ୍ରତଙ୍କ ହ୍ବାଟ୍ସଆପ୍‌ରେ ଉକ୍ତ କିଟ୍‌ର ଲ୍ୟାବ୍‌ଟୋରୀ ଟେଷ୍ଟିଂ ରିପୋର୍ଟ ଦେବାସହ ଅଫିସିଆଲ କାଗଜପତ୍ର ପଠାଇଥିଲେ। ଏସବୁ ଦେଖିବା ପରେ ସୁବ୍ରତ ୬ ହଜାର ପିପିଇ କିଟ୍‌ ଅର୍ଡର ଦେବା ସହ ସଂସ୍ଥାର ଚୁକ୍ତି ଅନୁଯାୟୀ ଏପ୍ରିଲ୍‌ ୬ରେ ଶତପ୍ରତିଶତ ଅର୍ଥ ଅର୍ଥାତ୍‌ ୮୧ ଲକ୍ଷ ୯୦ ହଜାର ଟଙ୍କା ସଂସ୍ଥାକୁ ଦେଇଥିଲେ। ଉକ୍ତଦିନ ଅପରାହ୍ନ ୨ଟାରେ ପିପିଇ କିଟ୍‌ ଏୟାର ଇଣ୍ଡିଆ ବିମାନରେ ଆସିବାର ଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ବିମାନ ବୁକ୍‌ ମଧ୍ୟ କରିଥିଲେ। ହେଲେ ସଂସ୍ଥା କିଟ୍‌ ପଠାଇଲା ନାହିଁ। ସୁବ୍ରତ ଫୋନ୍‌ କରି ପଚାରିବାରୁ ଉକ୍ତ ସଂସ୍ଥାର ନିର୍ଦ୍ଦେଶକ କହିଥିଲେ ଯେ, ଆର୍ମି ଅଫିସରମାନେ ଜବରଦସ୍ତ ପିପିଇ କିଟ୍‌ ନେଇଗଲେ। ସନ୍ଦେହ ହେବାରୁ ସୁବ୍ରତ ଦିଲ୍ଲୀର ପୋଲିସର ଜଣେ ଆଇପିଏସ୍‌ ଅଫିସରଙ୍କ ସହ ଯୋଗାଯୋଗ କରିଥିଲେ। ସ୍ଥାନୀୟ ପୋଲିସର ଯାଞ୍ଚ ପରେ ଉକ୍ତ ସଂସ୍ଥା କୌଣସି ପିପିଇ କିଟ୍‌ ପ୍ରସ୍ତୁତ କରୁନାହିଁ କି ତାଙ୍କ ଗୋଦାମରେ କିଟ୍‌ ଷ୍ଟକ୍‌ ନ ଥିବା ଜଣାପଡିଥିଲା। ଏହାପରେ ଉକ୍ତ ସଂସ୍ଥା ୪କିସ୍ତିରେ ମୋଟ ୫୧ ଲକ୍ଷ ୩୧ହଜାର୨ଶହ ଟଙ୍କା ଫେରାଇଥିଲା। ୨୨ଲକ୍ଷ ୭୨ ହଜାର ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ ମଧ୍ୟ ତାହା ବାଉନ୍ସ ହୋଇଥିଲା। ଏହାପରଠାରୁ ଦିଲ୍ଲୀ ସଂସ୍ଥାର ନିର୍ଦ୍ଦେଶକ ଆଉ ଧରାଛୁଆଁ ନ ଦେବାରୁ ଶେଷରେ ସୁବ୍ରତ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୁଧ, ବିମାନ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇଲେ ହସ୍ପିଟାଲ ମୋଟ ୪୫ଲକ୍ଷ ଠକେଇ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri