ପିପିଇ କିଟ୍‌ ଠକେଇର ଶିକାର ଅଶ୍ୱିନୀ ହସ୍ପିଟାଲ

ଭୁବନେଶ୍ୱର,୬ା୬ (ବ୍ୟୁରୋ): ସଂକ୍ରମଣ ରୋକିବା କ୍ଷେତ୍ରରେ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌ (ପିପିଇ)ର ଜରୁରୀ ଆବଶ୍ୟକତା ରହିଛି। କରୋନା ମହାମାରୀ ପାଇଁ ଏବେ ଏସବୁ କିଟ୍‌ର ଚାହିଦା ବଢ଼ିଯାଇଛି। ଏପରିସ୍ଥଳେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦିତ ଅଶ୍ୱିନୀ ହସ୍ପିଟାଲ ପିପିଇ କିଟ୍‌ ମଗାଇ ବଡ଼ ଠକେଇର ଶିକାର ହୋଇଛି। ଦିଲ୍ଲୀର ଏକ ସଂସ୍ଥା ପିପିଇ କିଟ୍‌ ଯୋଗାଇ ଦେବାକୁ କହି ହସ୍ପିଟାଲଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ବିମାନ ବୁକ୍‌ କରି ଭଡ଼ା ଗଣିଛନ୍ତି। ହସ୍ପିଟାଲ ନିର୍ଦ୍ଦେଶକ ସୁବ୍ରତ କୁମାର ଜେନା ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ବିଭିନ୍ନ ଦଫାରେ ମାମଲା (ନଂ.୧୧୧/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଦିଲ୍ଲୀ ପୋଲିସର ସହଯୋଗ ଲୋଡାଯାଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଅଶ୍ୱିନୀ ହସ୍ପିଟାଲର ନିର୍ଦ୍ଦେଶକ ସୁବ୍ରତ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୁଦନ ନଗରରେ ରୁହନ୍ତି। କୋଭିଡ୍‌ ମୁକାବିଲା ପାଇଁ ଅଶ୍ୱିନୀ ହସ୍ପିଟାଲ ପିପିଇ କିଟ୍‌ ଆବଶ୍ୟକ କରୁଥିବାରୁ ଦିଲ୍ଲୀ ପଟେଲ ନଗରରେ ଥିବା ରବିରା ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଫୋନ୍‌ ଯୋଗେ ସୁବ୍ରତଙ୍କ ସହ ଯୋଗାଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁଲଭ ମୂଲ୍ୟରେ ପିପିଇ କିଟ୍‌ ଯୋଗାଇ ଦେବାକୁ କହି ଏପ୍ରିଲ ୪ରେ ପ୍ରଥମେ ସୁବ୍ରତଙ୍କ ହ୍ବାଟ୍ସଆପ୍‌ରେ ଉକ୍ତ କିଟ୍‌ର ଲ୍ୟାବ୍‌ଟୋରୀ ଟେଷ୍ଟିଂ ରିପୋର୍ଟ ଦେବାସହ ଅଫିସିଆଲ କାଗଜପତ୍ର ପଠାଇଥିଲେ। ଏସବୁ ଦେଖିବା ପରେ ସୁବ୍ରତ ୬ ହଜାର ପିପିଇ କିଟ୍‌ ଅର୍ଡର ଦେବା ସହ ସଂସ୍ଥାର ଚୁକ୍ତି ଅନୁଯାୟୀ ଏପ୍ରିଲ୍‌ ୬ରେ ଶତପ୍ରତିଶତ ଅର୍ଥ ଅର୍ଥାତ୍‌ ୮୧ ଲକ୍ଷ ୯୦ ହଜାର ଟଙ୍କା ସଂସ୍ଥାକୁ ଦେଇଥିଲେ। ଉକ୍ତଦିନ ଅପରାହ୍ନ ୨ଟାରେ ପିପିଇ କିଟ୍‌ ଏୟାର ଇଣ୍ଡିଆ ବିମାନରେ ଆସିବାର ଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ବିମାନ ବୁକ୍‌ ମଧ୍ୟ କରିଥିଲେ। ହେଲେ ସଂସ୍ଥା କିଟ୍‌ ପଠାଇଲା ନାହିଁ। ସୁବ୍ରତ ଫୋନ୍‌ କରି ପଚାରିବାରୁ ଉକ୍ତ ସଂସ୍ଥାର ନିର୍ଦ୍ଦେଶକ କହିଥିଲେ ଯେ, ଆର୍ମି ଅଫିସରମାନେ ଜବରଦସ୍ତ ପିପିଇ କିଟ୍‌ ନେଇଗଲେ। ସନ୍ଦେହ ହେବାରୁ ସୁବ୍ରତ ଦିଲ୍ଲୀର ପୋଲିସର ଜଣେ ଆଇପିଏସ୍‌ ଅଫିସରଙ୍କ ସହ ଯୋଗାଯୋଗ କରିଥିଲେ। ସ୍ଥାନୀୟ ପୋଲିସର ଯାଞ୍ଚ ପରେ ଉକ୍ତ ସଂସ୍ଥା କୌଣସି ପିପିଇ କିଟ୍‌ ପ୍ରସ୍ତୁତ କରୁନାହିଁ କି ତାଙ୍କ ଗୋଦାମରେ କିଟ୍‌ ଷ୍ଟକ୍‌ ନ ଥିବା ଜଣାପଡିଥିଲା। ଏହାପରେ ଉକ୍ତ ସଂସ୍ଥା ୪କିସ୍ତିରେ ମୋଟ ୫୧ ଲକ୍ଷ ୩୧ହଜାର୨ଶହ ଟଙ୍କା ଫେରାଇଥିଲା। ୨୨ଲକ୍ଷ ୭୨ ହଜାର ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ ମଧ୍ୟ ତାହା ବାଉନ୍ସ ହୋଇଥିଲା। ଏହାପରଠାରୁ ଦିଲ୍ଲୀ ସଂସ୍ଥାର ନିର୍ଦ୍ଦେଶକ ଆଉ ଧରାଛୁଆଁ ନ ଦେବାରୁ ଶେଷରେ ସୁବ୍ରତ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୁଧ, ବିମାନ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇଲେ ହସ୍ପିଟାଲ ମୋଟ ୪୫ଲକ୍ଷ ଠକେଇ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri