ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ

ବୌଦ୍ଧ,୭ା୬(ସ୍ବ.ପ୍ର.): ବୌଦ୍ଧ ସହର ନିକଟବର୍ତ୍ତୀ ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଗ୍ରାମରେ ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସଦାଶିବ ପାତ୍ର (୪୫) ପ୍ରଚୁର ମଦ୍ୟପାନ କରି ଘରକୁ ଫେରିବା ପରେ ଗୋଟିଏ ଛୁରୀ ଧରି ସ୍ତ୍ରୀ ଯଶୋବନ୍ତୀ ଏବଂ ପୁଅ ଆଶିଷ(୧୯)ଙ୍କ ସହ ଝଗଡ଼ା କରିଥିଲେ। ଏନେଇ ପିତାପୁତ୍ରଙ୍କ ମଧ୍ୟରେ ମାଡପିଟ୍‌ ଲାଗିଥିଲା। ଫଳରେ ସଦାଶିବ ତଳେ ପଡ଼ିଯାଇଥିଲେ। ସେହି ସମୟରେ ସେ ହାତରେ ଧରିଥିବା ଛୁରୀଟି ତାଙ୍କ ବେକରେ ପଶିଯାଇଥିବା  ସ୍ତ୍ରୀ ଯଶୋବନ୍ତୀ ପ୍ରକାଶ କରିଛନ୍ତି। ଶୁକ୍ରବାର ସକାଳୁ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଖାଦାନରେ ବଟି ଆଦାୟ ନେଇ ଗଣ୍ଡଗୋଳ : ଖଣ୍ଡା, ପ୍ଲାଷ୍ଟିକ ବନ୍ଧୁକ ଜବତ, ୩ ଗିରଫ

ବାଲେଶ୍ୱର ଅଫିସ, ୨୫।୫: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଦହପଡ଼ା ପଞ୍ଚାୟତର କଣ୍ଟାବଣିଆ ବାଲିଖାଦାନରେ ଦାଦା ବଟି ଆଦାୟକୁ ନେଇ ଗଣ୍ଡଗୋଳ ହୋଇଛି। ଏନେଇ...

ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଆରଡ଼ି,୨୬ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଭୂଇଁପୁରର ଦିବାକର ବିଶ୍ବାଳଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର...

ଛୁରାମାଡ଼ରେ ଯୁବକ ମୃତ, ଅଭିଯୁକ୍ତ ଗିରଫ

କୋଦଳା,୧୫ା୧୦(ଡି.ଏନ.ଏ.)-କୋଦଳା ଥାନା ବଡ ଗୁଢ଼ିଆଳି ଗ୍ରାମରେ ଛୁରା ମାଡ଼ରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ମୋଚିୟା ନାୟକଙ୍କ ପୁଅ...

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି।...

ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର...

କେନାଲ କାମରେ ଅନିୟମିତତା: ବିରୋଧ କରି କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ଜମନକିରା,୩।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ (ଏମ୍‌ଆଇପି) ପକ୍ଷରୁ ଜମନକିରା ବ୍ଲକ୍‌ ସଦର ମହକୁମାର ମୁଖ୍ୟ କେନାଲ କାମକୁ...

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ

ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ...

ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍‌, ରକ୍ତଭିଜା ଶାର୍ଟ ଜବତ, ଜଣେ ଗିରଫ

ଭୁବନେଶ୍ୱର, ୩୦ା୬(ବ୍ୟୁରୋ): ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହଁି ହୋଇଛନ୍ତି। ଉଭୟ ପକ୍ଷରୁ ବହୁ ରାଉଣ୍ଡ୍‌ ଗୁଳି...

Advertisement
Archives

Model This Week