Posted inଖେଳ

ପିଙ୍କ୍‌ ବଲ ଟେଷ୍ଟ: ଟିକେଟ ଅର୍ଥ ଫେରାଇବ ସିଏବି

କୋଲକତା,୨୫।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍‌ ସମୟରେ ଜିତି ନେଇଥିଲା। ମ୍ୟାଚ୍‌ର ୪ର୍ଥ ଓ ୫ମ ଦିନର ଖେଳ ଦେଖିବା ପାଇଁ ଟିକେଟ କରିଥିବା ଦର୍ଶକଙ୍କୁ ଅର୍ଥ ଫେରାଇବାକୁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ନିଷ୍ପତ୍ତି ନେଇଛି। ଏହି ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହୋଇଯାଇଛି। ଉକ୍ତ ଦୁଇ ଦିନ ପାଇଁ ଅନ୍‌ଲାଇନ ଟିକେଟ କରିଥିବା ଦର୍ଶକଙ୍କୁ ମେସେଜ ଜରିଆରେ ସୂଚିତ କରାଯାଇଥିବା ସିଏବି ପକ୍ଷରୁ ବିବୃତିରେ କୁହାଯାଇଛି। ସିଏବି ସର୍ବଦା କ୍ରିକେଟ ପ୍ରେମୀଙ୍କ ସହ ଛିଡ଼ା ହୋଇଛି ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରିଛି। ଏଥର ମଧ୍ୟ ଉଣା କରିବ ନାହିଁ। ଖେଳାଯାଇ ନ ଥିବା ଦୁଇ ଦିନର ଟିକେଟର ଅର୍ଥ ଫେରାଇବା ଆମର ନୈତିକ ଦାୟିତ୍ୱ ବୋଲି ସିଏବି ସମ୍ପାଦକ ଅଭିଷେକ ଡାଲମିୟା କହିଛନ୍ତି। ନିୟମ ଅନୁସାରେ କୌଣସି ମ୍ୟାଚ୍‌ରେ ଗୋଟିଏ ବଲ ପଡ଼ିଲେ ଟିକେଟର ଅର୍ଥ ଫେରାଯିବ ନାହିଁ। କିନ୍ତୁ ଧାର୍ଯ୍ୟ ଦିନ ଖେଳାଯାଇ ନ ଥିବାରୁ ଅର୍ଥ ଫେରାଯିବ। ପ୍ରତ୍ୟେକ ଦିନ ୫୦, ୧୦୦ ରୁ ୧୫୦ ଟଙ୍କାର ଟିକେଟ ବିକ୍ରି କରାଯାଇଥିଲା। ମ୍ୟାଚ୍‌ର ପ୍ରତ୍ୟେକ ଦିନ ପ୍ରବଳ ସଂଖ୍ୟାରେ ଦର୍ଶକ ଯୋଗ ଦେଇଥିବାରୁ ଆମେ କୃତଜ୍ଞ ହୋଇ ରହିବୁ। ମ୍ୟାଚ୍‌ରେ ଖୁବ କମ୍‌ ଖେଳ ବାକି ଥିବା ଜାଣିବା ପରେ ମଧ୍ୟ ତୃତୀୟ ଦିନ ଭରପୂର ଦର୍ଶକ ଆସିଥିଲେ ବୋଲି ସିଏବି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହାଜାଦ୍‌ଙ୍କ ଶତକ: ସିରିଜ ଡ୍ର’ କଲା ଆଫଗାନିସ୍ତାନ

ବେଲ୍‌ଫାଷ୍ଟ, ୨୨।୫- ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୨ୟ ଦିନିକିଆ ମ୍ୟାଚ୍‌କୁ ଆଫଗାନିସ୍ତାନ ୧୨୬ ରନରେ ଜିତିନେଇଛି। ଏଥିସହ ଦୁଇ...

ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି

ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି...

୩୧ ବର୍ଷରେ ଅବସର ନେଲେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୦।୧୦: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଟ୍‌ନେସ୍‌ ଜନିତ ସମସ୍ୟା ଯୋଗୁ ତାଙ୍କୁ ଏହି ନିଷ୍ପତ୍ତି...

ଧୋନୀଙ୍କୁ ପଶଂସା କରିବା ପାକିସ୍ତାନ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ପିସିବି ଦେଲା ଏମିତି ଦଣ୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶ୍ୱର କିଛି କ୍ରିକେଟର। ପାକିସ୍ତାନର...

କୋହଲିଙ୍କ ନାଁରେ ଲଜ୍ଜାଜନକ ରେଡର୍କ

ଦୁବାଇ,୨୫।୧୦: ଯଦି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ହୁଏ ତେବେ ଟିମ ଇଣ୍ଡିଆ ସର୍ବଦା ବିଜୟର ଗ୍ୟାରେଣ୍ଟି ପାଇଥାଏ। କିନ୍ତୁ ରବିବାର ଇତିହାସ ବଦଳିଥିଲା। ୨୯...

୨୭୮ ବଲ୍‌ ୩୭ ରନ୍‌ର ଇନିଂସ ଖେଳିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ତଥାପି ଦୁନିଆ କରୁଛି ସଲାମ୍‌

କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ସବୁଠାରୁ ଧୀମା ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁଁ ସରେ କାଉଣ୍ଟି...

Advertisement
Archives

Model This Week