Posted inଖେଳ

ପିଏସ୍‌ଜି ସହ ଚୁକ୍ତି ବଢ଼ାଇଲେ ଫର୍‌ମିଗା

ପ୍ୟାରିସ୍‌,୭।୫(ଏଏଫ୍‌ପି): ବ୍ରାଜିଲର ଅଭିଜ୍ଞ ମହିଳା ଫୁଟବଲର ଫର୍‌ମିଗା ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହିତ ତାଙ୍କର ଚୁକ୍ତି ବୃଦ୍ଧି କରିଛନ୍ତି। ୪୨ ବର୍ଷୀୟା ଏହି ତାରକା ମିଡ୍‌ଫିଲ୍ଡର ପିଏସ୍‌ଜି ମହିଳା ଦଳ ସହ ଆଉ ଗୋଟିଏ ବର୍ଷ ପାଇଁ ଚୁକ୍ତି ବଢାଇଛନ୍ତି। ବ୍ରାଜିଲ ପାଇଁ ସେ ରେକର୍ଡ ୧୯୮ଟି ମ୍ୟାଚ୍‌ ଖେଳିଛନ୍ତି। ଏବେ ସେ ୨୦୨୧ ପର୍ଯ୍ୟନ୍ତ ପ୍ୟାରିସ୍‌ରେ ରହିବା ସ୍ପଷ୍ଟ ହୋଇଛି। ଟୋକିଓ ଅଲିମ୍ପିକ୍ସ ଖେଳି ସେ କ୍ୟାରିୟର ଶେଷ କରିବାକୁ ଚାହାନ୍ତି। ତେବେ କରୋନା ଭାଇରସ୍‌ ମହାମାରୀ କାରଣରୁ ଅଲିମ୍ପିକ୍‌ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଅଲିମ୍ପିକ୍‌ ଖେଳିବାକୁ ତାଙ୍କୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ। ଫର୍‌ମିଗା ଏପର୍ଯ୍ୟନ୍ତ ୭ଟି ବିଶ୍ୱକପ୍‌ ଓ ୬ଟି ଅଲିମ୍ପିକ୍ସ ଖେଳିଛନ୍ତି। ୨୦୧୭ରେ ସେ ବ୍ରାଜିଲ କ୍ଲବ ସାଓ ଜୋସ ଛାଡି ପିଏସ୍‌ଜିରେ ଯୋଗ ଦେଇଥିଲେ। ଫ୍ରାନ୍ସ ଫରଓ୍ବାର୍ଡ କାଡିଡିଆଟୋଉ ଡିଆନି ଓ ଡେନମାର୍କ ତାରକା ନାଡିଆ ନାଡିମ୍‌ ପିଏସ୍‌ଜି ସହିତ କିଛିଦିନ ତଳେ ଚୁକ୍ତି ନବୀକରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭେଗାନ ବଲ ବ୍ୟବହାର କଲା ଇୟର୍ଲି କ୍ରିକେଟ କ୍ଲବ

ଲଣ୍ଡନ,୧୫।୮(ଏଏଫ୍‌ପି)- ଇଂଲିଶ୍‌ କ୍ରିକେଟ କ୍ଲବ ଇୟର୍ଲି ଏବେ ଏକ ନୂଆ ପ୍ରକାର ବଲ୍‌ ବ୍ୟବହାର କରି ଖବର ସୃଷ୍ଟି କରିଛି। ପାରମ୍ପରିକ ଚମଡ଼ା ବଲ୍‌ ବଦଳରେ...

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର...

ପଠାନ ବ୍ରଦର୍ସଙ୍କ ବଦାନ୍ୟତା

ଭଦୋଦାରା, ୨୪।୩(ପି.ଟି.)- ଭାରତର ଦୁଇ ପୂର୍ବତନ କ୍ରିକେଟ ତଥା ଦୁଇ ଭାଇ ଇର୍ଫାନ ଓ ୟୁସୁଫ୍‌ ପଠାନଙ୍କ ବଦାନ୍ୟତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସାରା...

ଭାରତ ଗସ୍ତରେ ଆସିବେ ଚାର୍ଲୋଟ ଫ୍ଲେୟାର

ନୂଆଦିଲ୍ଲୀ, ୨ା୧୧ (ପି.ଟି.)-ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଚାର୍ଲୋଟ ଫ୍ଲେୟାର ଚଳିତ ମାସ ୧୪ ତାରିଖରେ ୩ ଦିନିଆ ଗସ୍ତରେ ଭାରତ ଆସିବେ। ସେ ମୁମ୍ବାଇରେ ୧୪ ଓ...

ନେରୋକାର ପ୍ରଥମ ବିଜୟ

ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍‌ରେ ନେରୋକା ଏଫ୍‌ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ...

ନାଡାଲଙ୍କୁ ମେକ୍ସିକୋ ଓପନ ଟାଇଟଲ

ଲସ ଏଞ୍ଜେଲ୍ସ,୧ା୩- ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ରାଫାଲ ନାଡାଲ ଚଳିତ ଏଟିପି ମେକ୍ସିକୋ ଓପନ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଅଣ ସିଡ୍‌ ଟେଲର ଫ୍ରିଜଙ୍କୁ...

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

ନ୍ୟୁଜିଲାଣ୍ଡ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ

ଓ୍ବେଲିଂଟନ,୩୧।୧- ଏଠାରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା...

Coronavirus Update


Archives

Model This Week

Why Dharitri