Posted inଖେଳ

ପିଏସ୍‌ଏଲ୍‌ରେ ମୋବାଇଲ ବିବାଦ

କରାଚୀ,୨୨ା୨- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଆଇସିସି ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍‌। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଦୈନନ୍ଦିନ କାର୍ଯ୍ୟରେ ମୁଣ୍ଡ ଖେଳାଇବାକୁ ଚାହୁଁନାହିଁ। ଶୁକ୍ରବାର ରାତିରେ ପିଏସ୍‌ଏଲ୍‌ କ୍ଲବ କରାଚୀ କିଙ୍ଗ୍ସର ଜଣେ ଅଫିସିଆଲ ଡଗଆଉଟ୍‌ରେ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଆଇସିସି କହିଛି, ଏହା ପାକିସ୍ତାନର ଘରୋଇ ଇଭେଣ୍ଟ। ଏଣୁ ଏ ସମ୍ପର୍କରେ କ’ଣ କରାଯିବା ଦରକାର ପିସିବି ଦେଖିବ। ତେବେ ଡଗ୍‌ଆଉଟ୍‌ରେ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି କ୍ଲବ ମାଲିକ ତାରିକ ଓ୍ବାସି ବୋଲି ସ୍ପଷ୍ଟ କରିଛନ୍ତି କରାଚୀ କିଙ୍ଗ୍ସ କୋଚ୍‌ ଡିନ୍‌ ଜୋନ୍ସ। ସମସ୍ତ ଟି୨୦ ଲିଗ୍‌ ଭଳି ଦଳର ମ୍ୟାନେଜର କିମ୍ବା ସିଇଓଙ୍କୁ ମୋବାଇଲ ବ୍ୟବହାର କରିବାର ଅନୁମତି ଅଛି। ସେ ସେତେବେଳେ ଆମ ପାଇଁ ପ୍ରାକ୍ଟିସ ବ୍ୟବସ୍ଥା କରୁଥିଲେ ବୋଲି ଟୁଇଟ୍‌ କରିଛନ୍ତି। କିନ୍ତୁ କୌତୂହଳର କଥା, ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ମୁତାବକ ମ୍ୟାଚ୍‌ରେ ଟସ୍‌ ପୂର୍ବରୁ ପ୍ରତିପକ୍ଷ ଦଳକୁ ଦିଆଯାଇଥିବା ଦଳୀୟ ଖେଳାଳିଙ୍କ ତାଲିକାରେ ଜାଭେଦ ରଶିଦ ମ୍ୟାନେଜର ବୋଲି ଲେଖାରହିଛି। ଆଇସିସି ନିୟମ ଭିତ୍ତିରେ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଟିମ୍‌ ମ୍ୟାନେଜ୍‌ମେଣ୍ଟର ସଦସ୍ୟଙ୍କୁ ଓ୍ବାକିଟକି ଲାଗି ଅନୁମତି ଅଛି। ଖେଳାଳି ଓ ଅଫିସିଆଲଙ୍କ ମୋବାଇଲ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଦଳ ସହ ଥିବା ଆଣ୍ଟି କରପ୍‌ସନ ଅଫିସିଆଲଙ୍କୁ ଦିଆଯାଏ। ପ୍ରତ୍ୟେକ ଦଳର ମ୍ୟାନେଜର ଫୋନ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri