ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ୪ଜଣ ଜବାବ ଦେଇଥିଲୁ: ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପୋଲିସର ଗୁରୁଦାୟିତ୍ୱ। ବିଶେଷ କରି ମାଓବାଦୀ ଓ ଏହାର ଟୁକୁରା ସଂଗଠନ ପିଏଲ୍‌ଏଫ୍‌ଆଇ(ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ), ସିମି ଭଳି ହିଂସା ସୃଷ୍ଟିକାରୀ ସଂଗଠନ ଏବଂ କୁଖ୍ୟାତ ଅପରାଧୀମାନଙ୍କୁ ଦମନ କାର୍ଯ୍ୟରେ ପୋଲିସ ନିୟୋଜିତ ରହିଛି। ଏଥିରେ ଅନେକ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ନଜିର ରହିଛି। ଜୀବନ ପ୍ରତି ବିପଦ ଥିବା ଯୋଗୁ ସେମାନଙ୍କୁ ଗିରଫ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ହେଲେ ଏଭଳି ଏକ ଚ୍ୟାଲେଞ୍ଜରେ ସଫଳ ହୋଇଥିବା କହିଛନ୍ତି ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ। ଘଞ୍ଚ ଜଙ୍ଗଲ ସଂଲଗ୍ନ ପାହାଡ଼ ଉପରେ ଆମେ ୪ ଜଣ ରାତିଅଧିଆ ଅପରେଶନ ଚଳାଇ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗୁଳିରେ ଜବାବ ଦେଇଥିଲୁ ବୋଲି ସ୍ବାଇଁ କହିଛନ୍ତି। ଏହି ଘଟଣା ତାଙ୍କ ଚାକିରି ଜୀବନର ଶ୍ରେଷ୍ଠ ଅନୁଭୂତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଉକ୍ତ ଅପରେଶନ ପାଇଁ ପରବର୍ତ୍ତୀ ସମୟରେ ତାଙ୍କ ଟିମ୍‌କୁ ଡିଜିପି ପୁରସ୍କୃତ କରିଥିଲେ।

୨୦୧୩ ଅଗଷ୍ଟ ୨ ରାତିରେ ଘଟିଥିଲା ସେହି ଘଟଣା। ସ୍ବାଇଁ କହିଛନ୍ତି ଯେ, ମୁଁ ସେତେବେଳେ ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲି। ସନ୍ଧ୍ୟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଏକ ଖବର ମିଳିଥିଲା ଯେ, ଡେମୁଲ ଝରଣ ଜଙ୍ଗଲର ପାହାଡ଼ରେ ୫ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ଲୁଚି ରହିଛନ୍ତି। ସେମାନେ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଛନ୍ତି। ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ମୁଖ୍ୟତଃ ସୁନ୍ଦରଗଡ଼ ଜିଲା ସମେତ ପଡ଼େଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ରହି ଅପରାଧ ଘଟାଇଥାନ୍ତି। ସେମାନେ ବ୍ୟାଙ୍କ୍‌ ଲୁଟ, ଡକାୟତି, ହତ୍ୟା, ଅପହରଣ, ସରକାରୀ କାର୍ଯ୍ୟରେ ବାଧା ସମେତ ରାସ୍ତା କିମ୍ବା ଅନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଅପହରଣ କରି ଟଙ୍କା ମାଗନ୍ତି। ଖବର ମିଳିବା ପରେ ଭାବିଲି ଯେ, ଜଙ୍ଗଲକୁ ଅଧିକ ଫୋର୍ସ ନେଇଗଲେ ପିଏଲ୍‌ଏଫ୍‌ଆଇ ଗୁପ୍ତଚର ଖବର ପାଇଯିବେ। ତେଣୁ ଜଣେ ଏସ୍‌ଆଇ, ଜଣେ କନ୍‌ଷ୍ଟେବଳ ଓ ଜଣେ ହାବିଲଦାରଙ୍କୁ ନେଇ ଅପରେଶନରେ ବାହାରିଲି। ପୋଲିସ ଗାଡ଼ି ନ ନେଇ ବାଇକରେ ରାତି ପ୍ରାୟ ଗୋଟାଏ ସମୟରେ ଡେମ୍ବୁଲ ଝରଣ ଜଙ୍ଗଲ ଅଭିମୁଖେ ବାହାରିଲୁ। ଆମ ସମସ୍ତଙ୍କ ପାଖରେ ପିସ୍ତଲ ଥିଲା। ପ୍ରଥମେ ବାଇକକୁ ପାହାଡର ଏକ କିଲୋମିଟର ଦୂର ବୁଦାରେ ଲୁଚାଇ ପାହାଡ ଉପରକୁ ଚଢ଼ିଥିଲୁ। ଜାଗା ଦେଖାଇବା ପାଇଁ ସାଥିରେ ଯାଇଥିବା ଖବରୀ ପାହାଡ଼ ଦେଖାଇ ଦେଇ ଚାଲି ଯାଇଥିଲେ। ରାତି ପ୍ରାୟ ୩ଟାରେ ଆମେ ପାହାଡ଼ ଉପରେ ପହଞ୍ଚିଥିଲୁ। ଉପରେ ପ୍ରଶସ୍ତ ସ୍ଥାନ ଥିବା ଦେଖିବାକୁ ମିଳିଥିଲା। ଏକ ଗଛମୂଳେ ଲୁଚି ରହି ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ଗତିବିଧି ଜାଣିବାକୁ ଚେଷ୍ଟା କଲୁ। ଅନ୍ଧାର ଯୋଗୁ ସେଠାକାର ସ୍ଥିତି ବିଷୟରେ ଜାଣିବା ଅତ୍ୟନ୍ତ କଷ୍ଟକର ଥିଲା। ହେଲେ ବହୁ କଷ୍ଟରେ ଜାଣିବାକୁ ପାଇଲୁ ଯେ, ଜଣେ ଲୋକେ କାନ୍ଧରେ ବନ୍ଧୁକ ପକାଇ ପଇଁତରା ମାରୁଥିଲେ ଏବଂ ଅନ୍ୟ ୪ଜଣ ଶୋଇଥିଲେ। କିନ୍ତୁ ଗଛର ପତ୍ର ଓ ଡାଳ ଖଡ଼ ଖଡ଼ ହୋଇଯିବାରୁ ସେମାନେ ପୋଲିସ ଥିବା ଜାଣିପାରି ଗୁଳିଚାଳନା କରିଥିଲେ। ଆମେ ବି ପାଲଟା ଜବାବ ଦେଲୁ। ଏହି ସମୟ ମଧ୍ୟରେ ଏକ ଚିତ୍କାର ସାଙ୍ଗକୁ ପାହାଡ଼ ତଳକୁ ଖସି ପଳାଇଯିବାର ଶବ୍ଦ ଶୁଣାଗଲା। କିଛି ସମୟ ପରେ ଶୂନ୍‌ଶାନ ଲାଗିଲା। ଆମେ ସତର୍କତାର ସହ ଆଗକୁ ବଢ଼ିଲୁ। ଅଳ୍ପବାଟ ଯିବା ପରେ ଏକ ସ୍ଥାନରେ ରକ୍ତ ପଡ଼ିଥିବାବେଳେ ୧୦ଟି ବନ୍ଧୁକ, ୩ଟି ପିସ୍ତଲ, ୧୪୦ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଗୁଳିମାଡ଼ରେ ଆହତ ହୋଇଥିବା ରକ୍ତ ଛିଟାରୁ ଜଣାପଡ଼ିଥିଲା। ସେମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ୧୦ ଦିନ ପରେ ୨ ପିଏଲ୍‌ଏଫଆଇ ସଦସ୍ୟଙ୍କୁ ସେହି ଜଙ୍ଗଲ ନିକଟରୁ ଗିରଫ କରାଯାଇଥିଲା ବୋଲି ଆଇଆଇସି ସ୍ବାଇଁ କହିଛନ୍ତି।

– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନିୟମ କୋହଳ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ପୁନର୍ବାର ଟ୍ରାଫିକ ଧରପଗଡ଼ କଡାକଡି କରିଛନ୍ତି। ଦୁଇଥର ୩ ମାସ ଲେଖା ମହଲତ ଦେବା ପରେ ସରକାର ମାର୍ଚ୍ଚ ୧ ତାରିଖରୁ...

ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ...

ହକି ଫେଡେରେଶନ ପକ୍ଷରୁ ପାଣ୍ଡିଆନଙ୍କୁ ପ୍ରେସିଡେଣ୍ଟ ଆଓ୍ବାର୍ଡ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି. କେ. ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ବାର୍ଡ ମିଳିଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପକ୍ଷରୁ ଶନିବାର ଏହି...

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜ୍ୟରେ ଲାଗୁ ହେଉ ଆୟୁଷ୍ମାନ୍‌ ଭାରତ

ଭୁବନେଶ୍ୱର,୧୩।୯(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ(ଏନ୍‌ଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ୧୩ ଗିରଫ

ବାଲିଆପାଳ,୧।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୭ଦିନ ପୂରିଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...

ଶାସ୍ତ୍ରୀୟ ନୃତ୍ୟକଳାର ବିକାଶ ମୋର ଲକ୍ଷ୍ୟ: ସାଲୁ ଜିନ୍ଦଲ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚିପୁଡ଼ି ନୃତ୍ୟଶିଳ୍ପୀ ତଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ...

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାବର୍ତ୍ତୀ ଜିଲା କୋରାପୁଟ ଏବଂ ଗଜପତିର ବିଭିନ୍ନ ଗାଁକୁ ନେଇ ସୃଷ୍ଟି ହୋଇଛି ଅନେକ ବିବାଦ। ବିବାଦର ଆପୋସ ସମାଧାନ ପାଇଁ...

ସୁକିନ୍ଦା ବ୍ଲକ ରାସାଁଳୋ ପଞ୍ଚାୟତ: ଗାଁ ଦାଣ୍ଡରେ ଚାଲିଛି ପାଠପଢା

ସୁକିନ୍ଦା, ୭ା୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ରାସଁ।ଳୋ ପଞ୍ଚାୟତ ମଲାର ସାହିରେ ଖୋଲା ଆକାଶ ତଳେ ପାଠପଢା ହେବା ସାଙ୍ଗକୁ କୋମଳମତି ଶିଶୁଙ୍କ ପାଇଁ ଖାଦ୍ୟ ରନ୍ଧା...

Advertisement
Archives

Model This Week