ପିଇଲା ପାଏନ୍‌ ଲାଗି ଜହଗଁଜ୍‌ ଛାତ୍ରୀଛାତ୍ର

ବିନିକା,୧୩।୨(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ପିତାଇପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ପିଇଲା ପାଏନ୍‌ ସମସିଆ ଲାଗିରହିଛେ। ଇ ଘଟନାକେ ନେଇ ଅଭିଭାବ ଆର ସ୍କୁଲ କତୁରପକ୍ଷ ବିଭାଗୀୟ ଅଧ୍‌କାରୀମାନକୁ ଜନେଇଥିଲେ ବି ଆଏଜ୍‌ତକ ସମସିଆର ସମାଧାନ ନାଇଁ ହେଇପାରି।
ସୂଚନା ଅନ୍‌ସାରେ ଅଂଚଲରେ ଶିକ୍ଷାର ପରସାର ଲାଗି ୧୯୫୯ ସାଲେ ପିତାଇପାଲିରେ ଗୁଟେ ପ୍ରାଥମିକ ସ୍କୁଲର ଥାପନା କରାଯାଇଥିଲା। ଏହେଦେ ଇ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ମୋଟ ୫୩ ଝନ୍‌ ଛାତ୍ରୀଛାତ୍ର ପାଠ୍‌ପଢ଼ୁଛନ୍‌। ହେଲେ ଅନେକ ବଛର ହେଲା ସ୍କୁଲରେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ଏନ୍‌ତାଥି ଛାତ୍ରୀଛାତ୍ର, ଶିକ୍ଷକ ପିଇଲା ପାଏନ୍‌ ଲାଗି ବଡ଼ା ଦହଗଁଜ୍‌ ହେଉଥିବାର ଅଭିଯୋଗ ହେଉଛେ। ଅନେକ ଦିନ୍‌ ଆଗ୍‌ରୁ ଛାତ୍ରୀଛାତ୍ରକଁର ପିଇଲା ପାଏନ୍‌ ସୁବିଧା ଲାଗି ସ୍କୁଲ ପରିସରରେ ବିନିକା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଗୁଟ୍‌ଗୁଟ୍‌ କରି ୩ଟା ନଲ୍‌ଚୁଅଁା କୁଡ଼ିଥିଲା। ହେଲେ ସବୁ ନଲ୍‌ଚୁଅଁା ଫେଲ୍‌ ମାରିଥିଲା। ସେଦିନ୍‌ଠାନୁ ସମସିଆର ସମାଧାନ ଲାଗି କେହେନ୍‌ସି ପଦକ୍ଷେପ ନାଇଁ ନିଆଯାଇ ବଲି ଅଭିଭାବକ ଆର ଗଁାବାସୀ ଅଭିଯୋଗ କରିଛନ୍‌। ଇଆଡ଼େ ସ୍କୁଲରେ ଏମ୍‌ଡିଏମ୍‌ ରଁଧାବଢ଼ା ଲାଗି ରଁାଧେନ୍‌ମାନେ ୩ କି.ମି. ଦୂରିଆରୁ ପାଏନ୍‌ ଦୁହାରୁଥିବାର ଜନାଯାଇଛେ। ଇ ଦିଗେ ଥାନୀଅ ପରଶାସନ, ବିଭାଗୀୟ କତୁରପକ୍ଷ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଅଭିଭାବକ, ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ସ୍କୁଲର ପ୍ରଧାନଶିକ୍ଷକ ନଥୁରାମ ମହାନନ୍ଦକୁଁ ପଚ୍‌ରାଲାରୁ ବହୁତ୍‌ ବଛର ହେଲା ସ୍କୁଲରେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସ୍କୁଲରେ ବେଲାର ରଁଧାଖଁଜା ଲାଗି ରଁାଧେନ୍‌ମାନେ ୩ କି.ମି. ଦୂରିଆନୁ ପାଏନ୍‌ ଦୁହାରୁଛନ୍‌। ଇ ବାବ୍‌ଦେ ବିଭାଗୀୟ ଅଧ୍‌କାରୀମାନକୁ ଜନେଇ ଦିଆଯାଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବିଇଓ ଶଶୀଭୂଷଣ ସେଠୀକୁଁ ପଚ୍‌ରାଲାରୁ ପିତାଇପାଲି ସ୍କୁଲର ସମସିଆ ବାବ୍‌ଦେ ଜାନିଛେଁ, ଉଚ କତୁରପକ୍ଷକୁଁ ବି ଜନେଇ ଦିଆଯାଇଛେ। ବହୁତ୍‌ ଜଲଦି ସମସିଆର ସମାଧାନ ହେବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri