ପିଆଜ କିଣି ଅଡୁଆରେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୨।୨(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଦର ବୃଦ୍ଧି ଦୁଇ ତିନି ମାସ ଧରି ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରିବା ପରେ ଏବେ ବଜାରରେ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ପିଆଜ କିଲୋ ହୋଲସେଲ ବଜାରରେ ୨୫ ଟଙ୍କା ଥିବାବେଳେ ଖୁଚୁରା ବଜାରରେ ୩୦ ଟଙ୍କାରେ ମିିଳୁଛି। ଆଗାମୀ ଦିନରେ ଏହାର ଦର ଆହୁରି କମିବା ସମ୍ଭାବନା ରହିଛି। ପିଆଜ ଦର କମୁଥିବାରୁ ରାଜ୍ୟ ସରକାର ଏ ନେଇ ଆଉ ମୁଣ୍ଡ ଖେଳାଉ ନାହାନ୍ତି। ପିଆଜ ଦର ଆକାଶ ଛୁଆଁ ଥିବାବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଲୋକଙ୍କୁ କମ୍‌ଦରରେ ଯୋଗାଇ ପାରିଲେ ନାହିଁ। ଚଢ଼ାଦରରେ ଅଢେଇଶ ଅଧା କିଲୋରେ ଲୋକମାନେ କାମ ଚଳାଇଲେ। କେନ୍ଦ୍ର ସରକାର ଦରକୁ ନିୟନ୍ତ୍ରଣ କରିବା ପାଇଁ ଇଜିପ୍ଟ ଓ ଅନ୍ୟାନ୍ୟ ଦେଶରୁ ପିଆଜ ଆମଦାନି କଲେ। ହଜାର ହଜାର ଟନ ପିଆଜ ବମ୍ବେ ଉପକୂଳରେ ଆସି ପହଞ୍ଚିଲା। ସେତେବେଳକୁ ବହୁ ବିଳମ୍ବ ହୋଇଗଲା। ବଜାରରେ ପିଆଜର ଭାଉ କମିବା ବେଳକୁ ସରକାରୀ ପିଆଜ ବନ୍ଦରରେ ପହଞ୍ଚିଲା। ତେବେ ଏହି ପିଆଜକୁ ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଛନ୍ତି। ପିଆଜ ନେବା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଯେତେ ଚିଠି ଲେଖିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଓଡ଼ିଶାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପିଆଜ ନେବାକୁ ଅନୁରୋଧ କରାଯାଇଛି। ଧଳା ପିଆଜ କିଲୋ ୧୦ ଟଙ୍କା ଏବଂ ନାଲି ପିଆଜ କିଲୋ ୨୧ ଟଙ୍କାରେ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଦର କମୁଥିବାରୁ ପିଆଜ ଆଣିବାକୁ ରାଜ୍ୟ ସରକାର ଅମଙ୍ଗ ହେଉଛନ୍ତି। ଅନ୍ୟ ପକ୍ଷରେ ବିଦେଶୀ ପିଆଜର ଆକାର ବହୁତ ବଡ଼ ହୋଇଥିବାବେଳେ ଏହାର ସ୍ବାଦ ନ ଥିବା କାରଣରୁ ଲୋକମାନେ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଦର ବୃଦ୍ଧି ବେଳେ କେତେକ ବ୍ୟବସାୟୀ ବିଦେଶୀ ପିଆଜ ଆଣିଥିଲେ ମଧ୍ୟ ତାଙ୍କଠାରୁ କେହି କିଣି ନ ଥିଲେ। ପିଆଜ ଶୀଘ୍ର ନଷ୍ଟ ହେଉଥିବା ଦ୍ରବ୍ୟ ହୋଇଥିବାରୁ ରାଜ୍ୟ ସରକାର ସେଗୁଡ଼ିକୁ କିଣି ଘାଟାରେ ପଡ଼ିବାକୁ ଚାହୁଁ ନାହାନ୍ତି। ଆଳୁ ପିଆଜ କିଣିବାକୁ ପ୍ରାଇସ ଷ୍ଟାବିଲାଇଜେଶନ ଫଣ୍ଡ(ପିଏସ୍‌ଏଫ)ରେ ୧୦୦ କୋଟି ଟଙ୍କା ଥିଲେ ମଧ୍ୟ ଯୋଗାଣ ବିଭାଗ କିଣିବାକୁ ମନା କରି ଦେଇଛି। ନାଫେଡ ନିକଟରେ ଆଗତୁରା ଟଙ୍କା ଜମା କରି ବମ୍ବେରୁ ପିଆଜ ନିଜ ଖର୍ଚ୍ଚରେ ଆଣି ମାର୍କେଟରେ ଲୋକଙ୍କୁ ଯୋଗାଇବା ଆଦୌ ସମ୍ଭବ ନୁହେଁ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କେନ୍ଦ୍ର ସରକାରଙ୍କୁ ଏନେଇ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri