ପାରା ଦେହରେ ସ୍ବସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୦।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ମାଳଜଙ୍ଗଲ ଭିତରେ ବିଜେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିବା ପରେ ରଣପୁର ଚଳଚଞ୍ଚଳ ହୋଇଉଠିଥିଲା ।ପ୍ରତ୍ୟେକ ବର୍ଷ ମା’ ଖିଲାମୁଣ୍ଡାଙ୍କୁ ଦଶହରା ଦିନ ଭକ୍ତମାନେ ରଣପୁର ଦଶହରା ପଡିଆରେ ପୂଜାର୍ଚ୍ଚନା କରି ବିଦାୟ ଦେଇଥାନ୍ତି ା ସେହି ବିଦାୟ ବେଳେ ସାତ ଥର ତୋପ ସଲାମି ଦିଆଯାଇଥାଏ । ତା’ପରେ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ ଫେରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହିଭଳି ଏକ ନିଆରା ଉତ୍ସବ ଦେଖିବା ପାଇଁ ରଣପୁର ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଚଳିତ ବର୍ଷ ରୁଣ୍ଡ ହୋଇଥିଲେ ।
ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ କାଠି ସାହାଯ୍ୟରେ ମା’ ଖିଲାମୁଣ୍ଡା ଆସି ରଣପୁର ରାଜବାଟୀରେ ରହି ପୂଜା ପାଆନ୍ତି। ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ମା’ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ରାଜନଅରରୁ ସୋମବାର ସନ୍ଧ୍ୟା ୭ଟାରେ ଭକ୍ତମାନଙ୍କ ସହିତ ରଣପୁର ରାଜା ସାହେବ ଦିଲୀପ ଚନ୍ଦ୍ର ସିଂଦେଓ, ସେନାପତି, ମନ୍ତ୍ରୀ, କଟୁଆଳ ଏବଂ ରାଜ ପୁରୋହିତଙ୍କ ସମେତ ହଜାର ହଜାର ଭକ୍ତ ଏକତ୍ର ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଘଣ୍ଟା କାହାଳି ବାଦ୍ୟ ସହ ବାଣ ଫୁଟାଇ ଶୋଭାଯାତ୍ରାରେ ରଣପୁର ସହର ପରିକ୍ରମା ପରେ ମା’ ଖିଲାମୁଣ୍ଡାଙ୍କୁ ହାଟସାହିଠାରେ ଥିବା ଦଶହରା ପଡିଆରେ ପହଞ୍ଚାଇ ଥିଲେ । ସେଠାରେ ରାଜା ମା’ ଖିଲାମୁଣ୍ଡାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହି ସମୟ ପୂର୍ବରୁ ପ୍ରସ୍ତୁତ ଥିବା ଏକ ପାରାକୁ ଆକାଶକୁ ଛଡ଼ାଯାଇଥିଲା। ଅନ୍ଧାର ରାତିରେ ଉକ୍ତ ପାରା ଦେହରେ ମା’ ଖିଲାମୁଣ୍ଡା ବିଜେ କରି ରାଆଁଳକୁ ଚାଲିଯାଇଥିଲେ । ଠିକ୍‌ ସେହି ସମୟରେ ମା’ଙ୍କୁ ବିଦାୟ ଦେବା ପାଇଁ ୭ ଥର ତୋପ ଧ୍ୱନିରେ ସଲାମି ଦିଆଯାଇଥିଲା । ଏଠାରୁ ଛଡ଼ା ଯାଇଥିବା ପାରା ପରଦିନ ମାଳ ଅଞ୍ଚଳରେ ଥିବା ମା’ଙ୍କ ମନ୍ଦିର ପାଖରେ ମରିପଡିଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ । ମା’ ଖିଲାମୁଣ୍ଡା ନିଜ ଆସ୍ଥାନକୁ ଫେରିଆସିଲେ ବୋଲି ଏହି ଅଞ୍ଚଳର ଆଦିବାସୀମାନଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼େଇ ଗୋଡ଼େଇ ଲୋକଙ୍କୁ କାମୁଡୁଛି କୁକୁର: ଅନେକ ଗୁରୁତର

ବାଲିଗୁଡ଼ା,୨୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ଏକ ପାଗଳ କୁକୁର କାମୁଡ଼ାରେ ୫ ଜଣ...

ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର...

ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ।...

ନକଲି ଖାଦ୍ୟ ସାମଗ୍ରୀ ପରେ ବିଦେଶୀ ମଦ

ବ୍ରହ୍ମପୁର ଅଫିସ,୨୮।୨: ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ବଡ଼ବଜାର ଥାନା ଅନ୍ତର୍ଗତ...

‘ଖବରକାଗଜ ବିତରକଙ୍କୁ ବୀମାଭୁକ୍ତ କରାଯାଉ’

ପୁରୀ ଅଫିସ,୭ା୫ : ଲକ୍‌ଡାଉନ ପରିପ୍ରେକ୍ଷୀରେ କୌଣସି ସରକାରୀ ସହଯୋଗ ପାଇ ନ ଥିବାରୁ ପୁରୀ ଖବରକାଗଜ ବିତରକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏକ ପ୍ରେସ୍‌...

ବି.ଟେକ୍‌ ପାଇଁ ପରିବାଚାଷ

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବହୁ ଘାତପ୍ରତିଘାତ ସହିବାକୁ ହୁଏ। ବିଭିନ୍ନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳେ। ଏହି...

ବନ୍ୟାଞ୍ଚଳରେ ଜନ୍ମ ହୋଇଛନ୍ତି ୨୫୫ ଶିଶୁ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟର ୧୩ ଜିଲା ଏବେ ବନ୍ୟା ପ୍ରଭାବିତ ହୋଇଛି। କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠାରେ ପୂରା ଗାଁ ଜଳଘେରରେ...

୩ ବ୍ଲକରେ ୯୩୨୬ ହେକ୍ଟର ଫସଲ କ୍ଷତି

ବରଗଡ଼ ଅଫିସ୍‌,୨୨ା୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ କରାମାଡ଼ ହୋଇଥିଲା। ଏଥିରେ ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ୯୩୨୬ ହେକ୍ଟର ଜମିରେ ଧାନ ଫସଲ...

Advertisement
Archives

Model This Week