ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ନିଆଁ ଚେଙ୍କ

ବାସୁଦେବପୁର, ୩୦।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଖରିଦା ବିନାୟକପୁର ଗ୍ରାମର ଅଗଣୀ ମଳିକ ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ପାରାଦୀପରେ ଜଣେ ଲଞ୍ଚ ଡ୍ରାଇଭର ନିଆଁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।
ଏଥିରେ ଅଗଣୀ ଗୁରୁତର ହୋଇଛନ୍ତି। ଉକ୍ତ ଲଞ୍ଚ ଡ୍ରାଇଭରଙ୍କ ଘର ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ଗ୍ରାମରେ। ଅଗଣୀ ଶନିବାର ଘରେ ପହଞ୍ଚିବା ପରେ ଏହି ଘଟଣା ପଦାକୁ ଆସିଛି। ଲଞ୍ଚ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି ଆହତ ଅଗଣୀ ଓ ତାଙ୍କ ପରିବାର। ଅଗଣୀଙ୍କ ଦେହର ବିଭିନ୍ନ ଅଂଶରେ ନିଅଁା ଚେଙ୍କର ସଦ୍ୟଦାଗରୁ ଘା ସୃଷ୍ଟି ହୋଇଛି। ଏପରିକି ତାଙ୍କ ମଳଦ୍ୱାରରେ ରଡ୍‌ ପୂରାଯାଇଥିବା ଓ ଯୌନାଙ୍ଗରେ ମଧ୍ୟ ଚେଙ୍କ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ବାସୁଦେବପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି।
ଅଗଣୀଙ୍କ କହିବା ଅନୁଯାୟୀ, ୩ ମାସ ତଳେ ସେ ଗୁଆଗଡିଆ ଗ୍ରାମର ଜଣେ ଯୁବକଙ୍କ ସହିତ ମତ୍ସ୍ୟଜୀବୀ ଭାବେ କାମ କରିବାକୁ ପାରାଦୀପକୁ ଯାଇଥିଲେ। ଅନ୍ୟ ୬ ସହଯୋଗୀଙ୍କ ସହିତ ସେ ସମୁଦ୍ରକୁ ମାଛ ଧରିବାକୁ ନିୟମିତ ଯାଉଥିଲେ। କାମ ବାବଦକୁ ଟଙ୍କା ମାଗିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ସେହି ଯୁବକ ତଥା ଲଞ୍ଚ ଡ୍ରାଇଭର ଗ୍ୟାସ୍‌ରେ ସ୍କୃ ଡ୍ରାଇଭରକୁ ତତାଇ ତାଙ୍କୁ ଚେଙ୍କ ଦେଇଥିଲେ। ଏ ସମ୍ପର୍କରେ ବୋଟ୍‌ ମାଲିକ ଜାଣିବା ପରେ ତାଙ୍କୁ ଓ ସେହି ଯୁବକଙ୍କୁ ଘରକୁ ପଠାଇ ଦେଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ଅଗଣୀଙ୍କ ପରିବାର ଲୋକ ନିର୍ଯାତନା ସମ୍ପର୍କରେ ପଚାରିବାରୁ ସେ ଓ ତାଙ୍କ ସହଯୋଗୀମାନେ ଗାଳିଗୁଲଜ କରିଛନ୍ତି। ଏ ସମ୍ପର୍କରେ ଆହତ ଅଗଣୀଙ୍କ ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଜଣାଯାଇଥିଲେ ମଧ୍ୟ ପାରାଦୀପରେ ଘଟଣା ଘଟିଥିବାରୁ ପୋଲିସ ଦୂରେଇ ରହୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ

ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ...

ଟୋକନ କଟିବା ପ୍ରତିବାଦରେ ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର, ୧୭ା୩(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ସେବା ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ କିଣା ନେଇ ଅବ୍ୟବସ୍ଥା ଲାଗି ରହିଛି। ୩୧ ଜଣ...

ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ...

ଜଗତ୍‌ସିଂହପୁର ଆସନକୁ ନେଇ ଚିନ୍ତାରେ ବିଜେଡି

ଜଗତ୍‌ସିଂହପୁର ଅଫିସ,୧୦ା୪: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ବିବାଦ ମୁଣ୍ଡ ଟେକିଥିଲା। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ...

ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ

ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍‌କଲ୍‌ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ...

ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ

ଭଦ୍ରକ ଅଫିସ, ୨୫।୯:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ପଞ୍ଚାୟତ ଅନ୍ତର୍ଗତ ଉଆସ ଗ୍ରାମର ବୃଦ୍ଧ ମହେଶ୍ୱର ସେନାପତି ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।...

ଆନ୍ଧ୍ର ଲୋକେ ହଡ଼ପ କରୁଛନ୍ତି ଆଦିବାସୀଙ୍କ ଜମି

ଗୁଣପୁର,୨୭ା୨(ଡି.ଏନ.ଏ): ଦକ୍ଷିଣ ଓଡିଶାରେ ଥିବା ଆଦିବାସୀଙ୍କ ଜମିକୁ ଆନ୍ଧ୍ର ପ୍ରଦେଶର ଲୋକଙ୍କ ଦ୍ବାରା ହଡପ କରାଯାଉଥିବାରୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଉଦବେଗ ପ୍ରକାଶ...

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପଦ୍ମପୁର,୭।୧୧(ଡି.ଏନ.ଏ.):ଢେଙ୍କାନାଳ ଜେଲରେ ବିଚାରାଧୀନ ବନ୍ଦୀ ଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣୀଗଁା ପଞ୍ଚାୟତର ନିରଞ୍ଜନ ପାଣିଙ୍କ ମୃତ୍ୟୁ ନେଇ ରବିବାର ସନ୍ଧ୍ୟାରେ ଉତ୍ତେଜନା...

Advertisement
Archives

Model This Week