ପାନ, ଗୁଟ୍‌ଖା ଛେପ ପକାଇଲେ ଅର୍ଥଦଣ୍ଡ

ଭୁବନେଶ୍ୱର,୨୨ା୪(ବ୍ୟୁରୋ)

କରୋନା ସଂକ୍ରମଣ ଭୟ କେତେକ ଖରାପ ଅଭ୍ୟାସ ଛାଡିବାକୁ ମଣିଷକୁ ବାଧ୍ୟ କରିଛି। ଛେପ ଓ ଖଙ୍କାର ଦ୍ୱାରା ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ରହିଛି। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ଜନସାଧାରଣଙ୍କୁ ରାଜ୍ୟ ସରକାର ତାଗିଦ କରିଛନ୍ତିି। ମାତ୍ର ସରକାରୀ କର୍ମଚାରୀମାନେ ପାନ ଓ ଗୁଟ୍‌ଖା ଖାଇ ଛେପ ପକାଉଛନ୍ତି। ଏ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ବିଧାନସଭା କର୍ମଚାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ବିଧାନସଭା ପରିସରରେ ଯଦି କୌଣସି କର୍ମଚାରୀ ପାନ, ସୁପାରି କିମ୍ବା ଗୁଟ୍‌ଖା ଛେପ ପକାଇବେ ସେଥିପାଇଁ ସେମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ମଙ୍ଗଳବାର ବାଚସ୍ପତି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିିଲ ୨୦ରୁ ବିଧାନସଭାକୁ ସମସ୍ତ ଗ୍ରୁପ-ଏ ଏବଂ ୫୦ ପ୍ରତିଶତ ଗ୍ରୁପ୍‌-ବି,ସି ଓ ଡି କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସରେ ଅନେକ କର୍ମଚାରୀ ପାନ ଓ ଗୁଟ୍‌ଖା ଖାଇ ଏଣେତେଣେ ଛେପ ପକାଉଛନ୍ତି। ଏହାଦ୍ୱାର ବିଧାନସଭା ବାତାବରଣ ଖରାପ ହେଉଛି। କର୍ମଚାରୀଙ୍କ ଉପରେ କଡା ନଜର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଧାନସଭା ପରିସରରେ ଏକ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିଷ୍ପତ୍ତି ହୋଇଛି। ନିଜ ନିର୍ବାଚନ ମଣ୍ଡଳୀର ଯଦି କୌଣସି ଲୋକ ଅନ୍ୟ ରାଜ୍ୟରେ ଥିବେ ତେବେ ସେମାନଙ୍କର ସମସ୍ତ ବିବରଣୀ ବିଧାୟକମାନେ ଏଠାରେ ଦେଇ ପାରିବେ। ଏହାଦ୍ୱାରା ଲୋକ ସଭା ବାଚସ୍ପତି, ସମ୍ପୃକ୍ତ ରାଜ୍ୟ ବାଚସ୍ପତି ତଥା ସେହି ରାଜ୍ୟ ସରକାରଙ୍କୁ ତୁରନ୍ତ ଖବର ଦେଲେ ସମସ୍ୟାର ସମାଧାନ କରାଯିବ।
ବାଚସ୍ପତି ପାତ୍ର ମଙ୍ଗଳବାର ରାଜ୍ୟରେ କରୋନା ସ୍ଥିତି ନେଇ ଭିଡିଓ କନଫରେନ୍ସିଂରେ ଲୋକ ସଭା ବାଚସ୍ପତି ଓମ୍‌ ପ୍ରକାଶ ବିର୍ଲାଙ୍କ ସହ ଆଲୋଚନା କରିଥିଲେ। ଏହି ମହାମାରୀକୁ ମୁକାବିଲା କରିବା ନେଇ ବିର୍ଲା ସମସ୍ତ ଏମ୍‌ପି ଓ ବିଧାୟକଙ୍କ ସହଯୋଗ କାମନା କରିଥିଲେ। କୋଭିଡ୍‌-୧୯ ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ସେ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଓଡିଶା ବାଚସ୍ପତି ଲୋକ ସଭା ବାଚସ୍ପତିଙ୍କୁ ସୂଚନା ଦେଇଥିଲେ। ଓଡିଶାରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ, ହାତଧୁଆ, କ୍ୱାରାଣ୍ଟାଇନ୍‌ ଆଦିକୁ କଡାକଡି ପାଳନ କରାଯାଉଛି। ସମ୍ଭାବ୍ୟ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କୁ ବାଧ୍ୟତାମୂଳକ ପଞ୍ଜୀକରଣ ଓ କ୍ୱାରାଣ୍ଟାଇନ୍‌ରେ ରଖିବା ସହ ସମସ୍ତ ଜିଲାରେ କୋଭିଡ୍‌ ହସ୍ପିଟାଲ ସ୍ଥାପନ କରିବାକୁ ନେଇ ମଧ୍ୟ ପାତ୍ର ସୂଚନା ଦେଇଥିଲେ।
ଏନ୍‌ଆଇସିରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବେଳେ ବିଧାନସଭା ସଚିବ ଦାଶରଥି ଶତପଥୀ, ଏନ୍‌ଆଇସିର ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?